ଓଡ଼ିଶା

ରାଜ୍ୟ ସ୍ତରୀୟ ମେମୋରିଆଲ୍ ବଲ୍ ବେଟମିଣ୍ଟନ ଟୁର୍ନାମେଣ୍ଟରେ , ଖୋର୍ଦ୍ଧା ଜିଲ୍ଲାକୁ ପ୍ରତିଯୋଗିତାର ବିଜେତା,ରାୟଗଡ଼ା ଜିଲ୍ଲା ରନର୍

ବ୍ରହ୍ମପୁର: ସ୍ଥାନୀୟ ଖଲିକୋଟ କଲେଜ ଷ୍ଟାଡିୟମ ପରିସରରେ ରବିବାର ରାଜ୍ୟ ସ୍ତରୀୟ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ମେମୋରିଆଲ୍ ବଲ ବେଟମିଣ୍ଟନ ଟୁର୍ନାମେଣ୍ଟ ଅନୁଷ୍ଟିତ ହୋଇଯାଇଛି । ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୧୨ଟି ଦଳ ଭାଗ ନେଇଥିଲେ । ଦୁଇଟି କୋର୍ଟ ମଧ୍ୟରେ ୪ ଗୋଟି ଦଳକୁ ନେଇ ପ୍ରତିଯୋଗିତା ଚାଲିଥିଲା ଉକ୍ତ ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବ୍ରହ୍ମପୁର ବିଧାୟକ ତଥା ଗଞ୍ଜାମ ଜିଲ୍ଲା ବଲ୍ ବେଡ଼ମିଣ୍ଟନ ଆସୋସିଏସନ କାର୍ଯ୍ୟକାରୀ ସଭାପତି  ବିକ୍ରମ କୁମାର ପଣ୍ଡା ମୁଖ୍ୟ ଅତିଥି ରୂପରେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିବା ବେଳେ, ସମ୍ମାନୀତ ଅତିଥି ଭାବେ ଉପସଭାପତି ସନାତନ ସଂଗ୍ରାମ ସିଂ, ଦୁଷ୍ମନ୍ତ ପାଢ଼ୀ, ସଂଜିତ ପାଣିଗ୍ରାହୀ, ପ୍ରକାଶ ଚନ୍ଦ୍ର ପଣ୍ଡା, ଅଜୀତ କୁମାର ପଣ୍ଡା, ଆର. ମୁରଲୀ ମୋହନ, ଜ୍ୟୋତି ରଞ୍ଜନ ସାହୁ, ସୁଦିପ ସାହୁ, ଆଦିତ୍ୟ ପଟ୍ଟନାୟକ, ମଧୁସୂଦନ ରାଓ, ଗୌରୀ ଶଙ୍କର ଦାସ, ଦୁର୍ଗା କୁମାର ଲାୟକ, ଗୌରୀ ପ୍ରସାଦ ମିଶ୍ର, ଅମିତ ଦାସ, ସୁକୁଟା ମହାରଣା, ସଂଘମିତ୍ରା ଦଳାଇ, ଯୋଗୀ ନାହାକ ପ୍ରମୁଖ ଯୋଗଦେଇ କ୍ରୀଡାବିତ୍‌ ମାନଙ୍କୁ ଉତ୍ସାହିତ କରିଥିଲେ ।  ପ୍ରତିଯୋଗିତା ଶେଷରେ ବ୍ରହ୍ମପୁର ବିଧାୟକ ଶ୍ରୀ ବିକ୍ରମ କୁମାର ପଣ୍ଡାଙ୍କ ସମେତ ଉପସ୍ଥିତ ଅତିଥି ମାନଙ୍କ ଦ୍ବାରା ପ୍ରଥମେ ରାୟଗଡ଼ା ଜିଲ୍ଲାକୁ ରନର୍ ଭାବେ ପୁରସ୍କୃତ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାକୁ ପ୍ରତିଯୋଗିତାର ବିଜେତା ଭାବେ ପୁରସ୍କୃତ କରାଯାଇଥିଲା । ଏହି ପ୍ରତିଯୋଗିତାରେ ବ୍ରହ୍ମପୁର ର ଆଶିଷ କୁମାର ସାହୁଙ୍କୁ ମ୍ୟାନ ଅଫ୍ ଦ ମ୍ୟାଚ୍ ର ଟ୍ରଫି ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ସଞ୍ଜୟ କୁମାର ବିଷୋୟୀ ପରିଚାଳନା କରିଥିବା ବେଳେ, ପ୍ରକାଶ ପଣ୍ଡା ପ୍ରତିଯୋଗିତାକୁ କୋଚ୍ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ । ଏବଂ ଅନ୍ୟମାନଙ୍କ ମଧ୍ୟରେ ଆଶିଷ ସାହୁ, ଶିବ ରାଓ, ସାଇ ଲକ୍ଷ୍ମୀ, ମିଳନ କୁମାର, ପ୍ରୀତି ପ୍ରମୁଖ ପ୍ରତିଯୋଗିତା କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରୁଥିଲେ । ସଭା ଶେଷରେ ପ୍ରକାଶ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।