ଓଡ଼ିଶା

ମହାତ୍ମା ଗାନ୍ଧୀଙ୍କ ସହିଦ ଦିବସ ପାଳିତ ଗଞ୍ଜାମ କଂଗ୍ରେସର ଜନ ସମାବେଶ

ବ୍ରହ୍ମପୁର: ବ୍ରହ୍ମପୁର ଖଲ୍ଲିକୋଟ କଲେଜ ଷ୍ଟାଡିୟମ ଠାରେ ଗଞ୍ଜାମ କଂଗ୍ରେସ ପକ୍ଷରୁ ମହାତ୍ମାଗାନ୍ଧୀଙ୍କ ତିରୋଧନ ଦିବସ ସମାରୋହ ବୈଠକ ଆୟୋଜିତ ହୋଇଥିଲା । ସମାରୋହ ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଓଡିଶା କଂଗ୍ରେସ ପ୍ରଭାରୀ ଡ଼. ଏ. ଚେଲ୍ହା କୁମାର । ଅନ୍ୟ ମାନଙ୍କ ମଧ୍ୟରେ ପି.ସି.ସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ଗଞାମ ଜିଲ୍ଲା କଂଗ୍ରେସ ସଭାପତି ରମେଶ ଚନ୍ଦ୍ର ଜେନା, ସୁର ରାଉତରାୟ, ଜୟଦେବ ଜେନା, ଶରତ ପଟ୍ଟନାୟକ, ଛାତ୍ର କଂଗ୍ରେସ ସଭାପତି ୟାସିର୍ ଅହମ୍ମଦ, ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ, ମୋହନା ବିଧାୟକ ଦାସରଥୀ ଗମାଙ୍ଗ ପ୍ରମୁଖ ଯୋଗ ଦେଇଥିଲେ । ମହାତ୍ମାଗାନ୍ଧୀଙ୍କ ଓଡିଶା ଆସିବାର ୧୦୦ ବର୍ଷ ପୂର୍ତ୍ତି ହେଲା । ମହାତ୍ମାଗାନ୍ଧୀ ବ୍ରହ୍ମପୁର ଆସିଥିବାରୁ ସ୍ମରଣ ପାଇଁ ବ୍ରହ୍ମପୁରରେ ବୈଠକ ଅନୁଷ୍ଠିତ କରାଯାଇଥିବା କହିଛନ୍ତି ପି.ସି.ସି ସଭାପତି ନିରଞ୍ଜନ ପଟ୍ଟନାୟକ । ବ୍ରହ୍ମପୁରରେ କଂଗ୍ରେସର ବୈଠକ ଅନୁଷ୍ଠିତ କରିବାକୁ ବହୁ କଷ୍ଟରେ ପ୍ରଶାସନ ଅନୁମତି ଦେଇଥିବା କହିଛି କଂଗ୍ରେସ । ଗୋପାଳପୁରରୁ ବ୍ରହ୍ମପୁର ଆସିବା ବେଳେ କଂଗ୍ରେସ ନେତାଙ୍କୁ ପୋଲିସ୍ ଜାଣିଶୁଣି ଅଟକାଇ ଥିଲା । ଉପରୁ ନିର୍ଦ୍ଦେଶ ଆସିଥିବାରୁ କଂଗ୍ରେସ ନେତାଙ୍କୁ ଅଟକାଇଥିବା ପୁଲିସ୍ କହିଥିବା ସାଧାରଣ ବୈଠକରେ ଅଭିଯୋଗ କରିଛନ୍ତି ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ । ବୈଠକରେ ବି.ଜେ.ଡି ଓ ବି.ଜେ.ପି ସରକାରଙ୍କୁ ତୀବ୍ର ସମାଲୋଚନା କରିଛି କଂଗ୍ରେସ । ଏହାସହ ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ରାଜ୍ୟ ରେ କଂଗ୍ରେସ ସରକାର ଗଠନ କରିବା ସହ ଦଳକୁ ସୁଦୃଢ଼ ଏବଂ ମଜବୁତ କରାଯିବା ନେଇ କହିଛନ୍ତି ନେତା । ତାରା ବାହିନୀ ପତି ତାଙ୍କ ଅଭିଭାଷଣ ରେ କହିଛନ୍ତି କି କୃଷି, ଆଇନ୍ ଶୃଙ୍ଖଳା, ସବୁଥିରେ ରାଜ୍ୟକୁ ସରକାର ବିପର୍ଯ୍ୟସ୍ତ କରିଛନ୍ତି । ନିଯୁକ୍ତି କ୍ଷେତ୍ରରେ ରାଜ୍ୟ ସରକାର ଓଡିଆ ଯୁବକଙ୍କୁ ନଷ୍ଟ କରି ଦେଇଛନ୍ତି। ଏହା ଆଗାମୀ ଦିନରେ ରାଜ୍ଯ ସରକାର ଓ କେନ୍ଦ୍ର ସରକାରଙ୍କ ବିଋଦ୍ଧରେ ଛାତ୍ର କଂଗ୍ରେସ ରାଜ୍ୟର ସବୁ ଜିଲ୍ଲାକୁ ପହଞ୍ଚି ଏହାର ପ୍ରତିବାଦ କରିବ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରି ମୁଖ୍ୟମନ୍ତ୍ରୀ ୨୨ ବର୍ଷରେ ଗଞାମ ଜିଲ୍ଲା କୁ କଣ ଦେଇଛନ୍ତି ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି ତାରା ବାହିନିପତି । ଗଞାମ ଜିଲ୍ଲାରେ କଂଗ୍ରେସ ଆଗାମୀ ନିର୍ବାଚନରେ ଭଲ ପ୍ରଦର୍ଶନ କରିବ । ଦଳରୁ ପଳାଇଥିବା ନେତାଙ୍କୁ ଫେରାଇ ଆଣିବା ପାଇଁ ପି.ସି.ସି ସଭାପତି ଙ୍କୁ ଅନୁରୋଧ କରିଛନ୍ତି । ଓଡ଼ିଶାରେ ବିଜେଡି ନେତା ଓ କର୍ମୀ ବାଲି ଚୋରି କରୁଥିବା ବେଳେ ମଦ ମାଫିଆଙ୍କ ଠାରୁ ଟଙ୍କା ନେଇ ଜେଲ୍ ରେ ମଧ୍ୟ ଅଧିକାଂଶ ଅଛନ୍ତି । ଓଡିଶା ସମେତ ଗଞ୍ଜାମ ଜିଲ୍ଲାରେ ମହିଳା, ନାବାଳିକା, ଯୁବକ ସୁରକ୍ଷିତ ନାହାନ୍ତି । ଅଧିକାଂଶ ଗଞ୍ଜାମ ଜିଲ୍ଲାରୁ ହିଁ ଦାଦନ ଶ୍ରମିକ ହୋଇ ବାହାର ରାଜ୍ଯକୁ ଯାଉଛନ୍ତି । ଅନ୍ୟପଟେ ପେଟ୍ରୋଲ୍ ଦର ସହ ସମସ୍ତ ଖାଦ୍ୟ ସାମଗ୍ରୀର ମଧ୍ୟ ଦର ଆକାଶଛୁଆଁ ବଢିଛି । ଯଦି ରାଜ୍ୟ କି କେନ୍ଦ୍ର ସରକାର ଏହାର ପ୍ରତିକାର ନ ବାହାର କରନ୍ତି ତେବେ ଆଗାମୀ କିଛି ଦିନରେ ଓଡିଶା ବନ୍ଦ ଡାକରା ଦିଆଯିବ ବୋଲି କହିଛି କଂଗ୍ରେସ । ଏହା ସହ ରମେଶ ଚନ୍ଦ୍ର ଜେନାଙ୍କ ବିରୁଦ୍ଧରେ ଆଗାମୀ ଭବିଷ୍ୟତରେ ଯଦି ମାମଲା ରୁଜୁ କରାଯାଏ ତେବେ ଓଡିଶା ବନ୍ଦ ସହ ବିଧାନ ସଭାରେ ନିଆଁ ଜଳିବ ବୋଲି କହିଛନ୍ତି ଜୟପୁର ବିଧାୟକ ତାରା ବାହିନୀପତି । ଅନ୍ୟପଟେ ନରସିଂହ ମିଶ୍ର ଗଞାମ ରେ ରେଲ ୱେ ୱାଗନ୍ କାରଖାନା ଗଲା କୁଆଡେ ବୋଲି ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ଏ ପ୍ରସଙ୍ଗକୁ ନେଇ ଆଗାମୀ ଦିନରେ ଆନ୍ଦୋଳନକୁ ବ୍ଯାପକ କରାଯିବ ବୋଲି କହିଛନ୍ତି । ପ୍ରଶାସନ କଂଗ୍ରେସର ଆନ୍ଦୋଳନକୁ ସହଯୋଗ ନକରିଲେ ପରିସ୍ଥିତି ଭୟାନକ ହେବ ବୋଲି ଭାଷଣରେ କହିଛନ୍ତି । ସରକାରଙ୍କ ଟାଳଟୁଳ ନୀତି ଯୋଗୁଁ କଂଗ୍ରେସ ଲୋକଙ୍କ ନିକଟରେ ପହଞ୍ଚି ପାରୁନାହୁ। ଦଳ ଛାଡି ଚାଲିଯାଇଥିବା ନେତା କଂଗ୍ରେସ ରେ ସାମିଲ୍ ପାଇଁ ନିବେଦନ କରିଲେ ନରସିଂହ ମିଶ୍ର । ଏହା ସହ ନରସିଂହ ମିଶ୍ର କହିଛନ୍ତି ବିଜୁ ପଟ୍ଟନାୟକ ଥିଲେ କଂଗ୍ରେସ ନେତା, ସ୍ବାଧିନତା ସଂଗ୍ରାମୀ । କିନ୍ତୁ ତାଙ୍କ ପୁଅ ନବୀନ ପଟ୍ଟନାୟକ ସବୁ କ୍ଷେତ୍ରରେ ବି.ଜେ.ପି ସରକାରଙ୍କୁ ସମର୍ଥନ ଦେଇ ଚାଲିଛନ୍ତି । କିନ୍ତୁ ଆସନ୍ତା ଦିନରେ କଂଗ୍ରେସ ଓବିଶାରେ ପରିବର୍ତ୍ତନ ନିଶ୍ଚୟ ଆଣିବା ସହ ଦେଶରେ କଂଗ୍ରେସ ସରକାର ଗଠନ କରିବା ନେଇ ଦୃଢ଼ ଦାବି ରଖିଥିଲେ । ଓଡିଶା ପାଇଁ ବିଜୁ ପଟ୍ଟନାୟକ ମଧ୍ଯ କିଛି କରିନାହାନ୍ତି । ବରଂ ଓଡିଶାରେ ଯାହା ହୋଇଛି ସବୁ କଂଗ୍ରେସ ଅମଳରେ ହୋଇଛି । ଏହାସହ ଗତ ତିନି ବର୍ଷ ମଧ୍ୟରେ ରାଜ୍ୟରେ ୨୪ ହଜାର ମହିଳା ନିର୍ଯ୍ଯାତିତ ହୋଇଛନ୍ତି । ୫ ହଜାର ପିଲା ଚୋରି ହୋଇଥିବା କହିଲେ ନିରଞ୍ଜନ ପଟ୍ଟନାୟକ । କୋରନାରେ ବ୍ଯାପକ ଦୁର୍ନୀତି ହୋଇଛି । କେବଳ ପ୍ରତିଶ୍ରୁତି, ପ୍ରତାରଣାର ସରକାର ଚାଲିଛି । ଆମ ଦେଶର ଜି.ଡି.ପି ବାଙ୍ଗଲାଦେଶ ଠାରୁ କମ୍ । ଏହାସହ ଏକ ପ୍ରତିଶତ କର୍ପୋରେଟ ବ୍ଯବସାୟୀଙ୍କ ଆୟ ବୃଦ୍ଧି ଘଟିଛି । କାଳିଆ, ପିଠା ଯୋଜନା କରି ରାଜ୍ୟ ସରକାର ଲୋକଙ୍କୁ ଭୂଆଁ ବୁଲାଉଥିବା କହିଛନ୍ତି । ଅନ୍ୟପଟେ ରାଜ୍ୟରେ ବର୍ତ୍ତମାନ ପେଟ୍ରୋଲ୍ ଓ ଡିଜେଲ୍ ଦର ଆଶାଧିତ ବଢି ଚାଲିଛି । ଯଦି ଏହା ତୁରନ୍ତ ନ କମେ ତେବେ ଆସନ୍ତା ୧୫ ତାରିଖରେ ଓଡିଶା ବନ୍ଦ ଡାକରା ଦେଇଛନ୍ତି ନିରଞ୍ଜନ ପଟ୍ଟନାୟକ । ଏହି ଅବସରରେ ବି.ଜେ.ପି ର ଅନେକ ମହିଳା କଂଗ୍ରେସ ରେ ଯୋଗଛନ୍ତି ।