ଓଡ଼ିଶା

ଆର୍ମି ଏୟାର୍ ଡିଫେନ୍ସ କଲେଜକୁ ମିଳିବ ପ୍ରେସିଡେଣ୍ଟ୍ ସ କଲର୍ସ ଆୱାର୍ଡ଼

ବ୍ରହ୍ମପୁର : ଯୁଦ୍ଧ ଏବଂ ଶାନ୍ତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଗୋଳାବନ୍ଧସ୍ଥିତ ଆର୍ମି ଏୟାର୍ଡିଫେନ୍ସ କଲେଜକୁ ମିଳିବ ପ୍ରେସିଡେଣ୍ଟ୍ କଲର୍ସ ଆୱାର୍ଡ଼ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ପୁରସ୍କାର ପ୍ରଦାନ କରିବେ ଆସନ୍ତା ୨୮ତାରିଖରେ କଲେଜରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହେବ ରାଷ୍ଟ୍ରପତି କୋବିନ୍ଦଙ୍କ ସମେତ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସ୍ଥଳ ସେନା ମୁଖ୍ୟ ଜେନେରାଲ୍ବିପିନ୍ରାୱତ୍‌, ଲ୍ୟୁଟନାଣ୍ଟ ଜେନେରାଲ୍ଅଶ୍ୱିନି କୁମାର, ଆର୍ମି ଏୟାର୍ଡିଫେନ୍ସର ଡାଇରେକ୍ଟର୍ଜେନେରାଲ୍ଲ୍ୟୁଟନାଣ୍ଟ ଜେନେରାଲ୍.ପି. ସିଂ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ଗୁରୁବାର କଲେଜରେ ଫୁଲ୍ଡ୍ରେସ୍ରିହରସାଲ୍ଅନୁଷ୍ଠିତ ହୋଇଥିଲା ଯବାନ୍ମାନେ ସେରିମୋନିଆଲ୍ପରେଡ୍ପ୍ରଦର୍ଶନ କରିଥିଲେ ଅତିଥିଙ୍କ ଆଗମନଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟକ୍ରମର ପର୍ଯ୍ୟାୟକ୍ରମେ ଅଭ୍ୟାସ କରାଯାଇଥିଲା ଏଥି ସହ ରାଷ୍ଟ୍ରପତିଙ୍କ ଗସ୍ତର କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇଥିଲା ଅଭ୍ୟାସ ବେଳେ ଆର୍ମି ଏୟାର୍ଡିଫେନ୍ସ କଲେଜ ମୁଖ୍ୟ ବ୍ରିଗେଡିୟର୍ରାଜୀବ ଶ୍ରୀବାସ୍ତବଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ସ୍ଥଳ ସେନାର ସର୍ବୋଚ୍ଚ ଆୱାର୍ଡ଼ଗୁଡ଼ିକର ପ୍ରମୁଖ ହେଉଛି ପ୍ରେସିଡେଣ୍ଟ୍ କଲର୍ସ ଆୱାର୍ଡ଼ ଯୁଦ୍ଧ ଏବଂ ଶାନ୍ତି କ୍ଷେତ୍ରରେ ଅବଦାନ ପାଇଁ ଏହି ଆୱାର୍ଡ଼ ପ୍ରଦାନ କରାଯାଇଥାଏ ତେବେ କୌଣସି ଟ୍ରୁପ୍ଅନ୍ତତଃ ୨୫ବର୍ଷ ପୂରଣ କରିବା ପରେ ଏହି ଆୱାର୍ଡ଼ ଦିଆଯାଇଥାଏ ଆର୍ମି ଏୟାର୍ଡିଫେନ୍ସ କଲେଜର ଗୌରବପୂର୍ଣ୍ଣ ଇତିହାସରେ ଆଉ ଏକ ଫର୍ଦ୍ଦ ଯୋଡ଼ି ହେବାକୁ ଯାଉଥିବା ଯୋଗୁ ଯବାନ୍ଙ୍କ ମଧ୍ୟରେ ଉତ୍କଣ୍ଠା ଦେଖାଦେଇଛି