ଦେଶ ବିଦେଶ

କାଶ୍ମୀର ପାଇଁ ମୁଁ ଜୀବନ ଦେବାକୁ ପ୍ରସ୍ତୁତ : ଅମିତ ଶାହା

ନୂଆଦିଲ୍ଲୀ : ଜାମ୍ମୁ କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଅଟେ କାଶ୍ମୀର ପାଇଁ ଆବଶ୍ୟକ ହେଲେ ଜୀବନ ଦେବାକୁ ମଧ୍ୟ ପ୍ରସ୍ତୁତି ଅଛି ବୋଲି ଆଜି ବିରୋଧୀଙ୍କୁ କଡ଼ା ଜବାବ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଙ୍ଗଳବାର ଲୋକସଭାରେ ଜାମ୍ମୁ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ସଂକଳ୍ପ ଆଗତ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବିଲ୍ଉପସ୍ଥାପନ ବେଳେ ବିରୋଧୀ ଦଳ କଂଗ୍ରେସ ପୁଣି ହଙ୍ଗାମା କରିଛନ୍ତି

ଲୋକସଭାରେ ଜାମ୍ମୁ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ସଂକଳ୍ପ ଉପରେ ଆଲୋଚନା ଜାରି ରହିଛି ରାଜ୍ୟସଭା ଭଳି ଲୋକସଭାରେ ମଧ୍ୟ କଂଗ୍ରେସ ସରକାରଙ୍କ ପ୍ରସ୍ତାବକୁ ବିରୋଧି କରିଛି କିନ୍ତୁ ଗତକାଲି ଭଳି ଆଚରଣ ଦେଖିବାକୁ ମିଳି ନାହିଁ ମାତ୍ର ଅମିତ ଶାହା କଂଗ୍ରେସ ସାଂସଦ ଅଧୀର ରଂଜନ ଚୌଧୁରୀଙ୍କ ମଧ୍ୟରେ ଜୋରଦାର କଥା କଟାକଟି ହୋଇଛି ଏହି ପରିପ୍ରେକ୍ଷୀରେ ବିରୋଧୀ ସଦସ୍ୟ ଚୌଧୁରୀ ସମ୍ବିଧାନ ନିୟମ ଉଲ୍ଲଂଘନ କରିବା ଭଳି ସଙ୍ଗୀନ ଅଭିଯୋଗ ମୋଦୀ ସରକାର ଉପରେ ଲଗାଇଛନ୍ତି ସରକାର ନିଜର ପ୍ରସ୍ତାବରେ ପିଓକେ କଥା ଭୁଲି ଗଲେ ବୋଲି ସେ କହିଛନ୍ତି ସମ୍ପୂର୍ଣ୍ଣ ରାଜ୍ୟକୁ ସରକାର ଜେଲଖାନା କରିଦେଇଛନ୍ତି ପୂର୍ବ ମୁଖ୍ୟମନ୍ତ୍ରୀମାନଙ୍କୁ ଗିରଫ କରାଯାଇଛି ଏହାର କଡ଼ା ପ୍ରତିକ୍ରିୟା ରଖିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ସେ କହିଛନ୍ତି, ‘‘ଯେତେବେଳେ ଜାମ୍ମୁ କାଶ୍ମୀର କହୁଛି ସେତେବେଳେ ଏଥିରେ ପାକିସ୍ତାନ ଅଧିକୃତ କାଶ୍ମୀର ଅକସାଇ ଚିନ୍ମଧ୍ୟ ଆସୁଛି କାଶ୍ମୀର ପାଇଁ ଆବଶ୍ୟକ ହେଲେ ଜୀବନ ଦେବାକୁ ମଧ୍ୟ ପ୍ରସ୍ତୁତି ଅଛି ’’ ମୁଁ କେଉଁ ନିୟମ ଉଲ୍ଲଂଘନ କରିଛି ବୋଲି ଶାହା ପ୍ରଶ୍ନ କରିଛନ୍ତି