ଛତ୍ରପୁର: ନୂଆ ନିୟମ ଅନୁଯାୟୀ ନିୟମ ଭାଙ୍ଗିଥିବା ଗାଡି ଚାଳକଙ୍କ ଠାରୁ ଜରିମାନା ଆଦାୟ ହେଉଛି। ପଣ୍ଡିତ ପୁଅ ମାଙ୍କଡ ମାରିବା ପରି ଅତିରିକ୍ତ ଆର୍ଟିଓଙ୍କୁ ଜରିମାନା ନାହିଁ। ଏହି ଅଫିସର ଜଣଙ୍କ ଗାଡ଼ିରେ ଯିବା ବେଳେ ସିଟ୍ବେଲ୍ଟ୍ ବାନ୍ଧି ନଥିବା ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇ ଚାଲିଛି। କାର୍ଯ୍ୟ।ନୁଷ୍ଠାନ ହେବ କି ? ରବିବାର କୌଣସି ଏକ ସମୟରେ ୧୬ ନମ୍ବର ଜାତୀୟ ରାଜପଥରେ ଯାନବାହନ ଯାଞ୍ଚ କରି ଏସ୍ୟୁଭି ଯୋଗେ ଫେରୁଥିଲେ ଛତ୍ରପୁର ଅତିରିକ୍ତ ଆର୍ଟିଓ ଶାନ୍ତନୁ କୁମାର ପରିଡ଼ା ସିଟ୍ ବେଲ୍ଟ୍ ବାନ୍ଧି ନଥିଲେ। ଚମାଖଣ୍ଡି ଛକ ନିକଟରେ ଲୋକ ତାଙ୍କୁ ଦେଖି ଅଟକାଇଥିଲେ। ପଚାରି ଥିଲେ ଜଣେ ଟ୍ରାଫିକ୍ ଅଧିକାରୀ ହୋଇ ସେ କେମିତି ନିୟମ ଉଲ୍ଲଂଘନ କରୁଛନ୍ତି ? ସରକାରୀ ଅଧିକାରୀ ହୋଇଥିବାରୁ କ’ଣ ତାଙ୍କୁ ସବୁ ମାଫ୍ କରି ଦିଆଯିବ ? ଖାଲି ସେତିକି ନୁହେଁ ଲୋକେ ଏସବୁ ପ୍ରଶ୍ନ ପଚାରି ଶ୍ରୀ ପରିଡ଼ାଙ୍କ ସହ ଯୁକ୍ତିତର୍କ ବି କରିଥିଲେ। ଲୋକଙ୍କ କଥାକୁ ଗୁରୁତ୍ୱ ନଦେଇ ଅତିରିକ୍ତ ଆର୍ଟିଓ ସେଠାରୁ ଗାଡ଼ି ନେଇ ଚାଲିଯାଇଥିଲେ। ତାଙ୍କ ଡ୍ରାଇଭର୍ ମଧ୍ୟ ସିଟ୍ବେଲ୍ଟ୍ ବାନ୍ଧି ନଥିବା ଫଟୋରେ ଦେଖାଯାଇଛି।
