ବ୍ରହ୍ମପୁର

ବ୍ରହ୍ମପୁରରେ ପୁଣି ଗଞ୍ଜେଇ ଜବତ ଉପରେ କୁକୁଡା ଖାଦ୍ୟ ଓ ଭିତରେ ଥିଲା 2 ଟନ ରୁ ଅଧିକ ଗଞ୍ଜେଇ, ଧରିଲା ଅବକାରୀ ବିଭାଗ

ବ୍ରହ୍ମପୁର : ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି ଗଞ୍ଜେଇ ଚାଲାଣ କାରବାର  । ପୁଣି ବ୍ରହ୍ମପୁରରୁ ଜବତ ହେଲା 2 ଟନ ଗଞ୍ଜେଇ  । କୁକୁଡା ଖାଦ୍ୟ ଟ୍ରକରେ ଚାଲାଣ ବେଳେ ଧରିଲା ଅବକାରୀ ଗୁଇନ୍ଦା ବିଭାଗ  । କୋରାପୁଟରୁ ଉତ୍ତରପ୍ରଦେଶ ଚାଲାଣ ବେଳେ 2 ଟନ ଗଞ୍ଜେଇ ଜବତ ହୋଇଛି  । ଜାତୀୟ ରାଜପଥ 16ର ବ୍ରହ୍ମପୁର କନିଷି ନିକଟରେ ଗଞ୍ଜେଇ ଚାଲାଣ ଗାଡିକୁ ଅବକାରୀ ଗୁଇନ୍ଦା ବିଭାଗ ଯାଞ୍ଚ କରିଥିଲା  । ସେଥିରେ କୁକୁଡା ଖାଦ୍ୟ ବୋଝେଇ ହୋଇ ନିଆଯାଉଥିଲା  । ସେହି […]

ବ୍ରହ୍ମପୁର

ମହାପୁରୁଷ ଶ୍ରୀ ସନ୍ଥ ଅରକ୍ଷିତ ଦାସଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଦିବସ ପାଳିତ

ଦିଗପହଣ୍ଡି : ଦିଗପହଣ୍ଡି ସହର ଉପକଣ୍ଠସ୍ଥ ଶ୍ରୀ ପାତାଳେଶ୍ଵର ମହାଦେବ ମନ୍ଦିର ଛକରେ ଥିବା ବଡ଼ଖେମୁଣ୍ଡି ରାଜବଂଶର ଦାୟାଦ ମହାପୁରୁଷ ଶ୍ରୀ ସନ୍ଥ ଅରକ୍ଷିତ ଦାସଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଦିବସ ନିରାଡ଼ମ୍ବର ସହକାରେ ପାଳିତ ହୋଇଯାଇଛି। ଖେମୁଣ୍ଡି ରାଜବଂଶର ଦାୟାଦ ସନ୍ଥ ଶ୍ରୀ ଅରକ୍ଷିତ ଦାସ ବିଳାସ ବେଶନ ରାଜପ୍ରାସାଦ ଉପଭୋଗ ଛାଡି ସନ୍ନ୍ୟାସ ଗ୍ରହଣ କରି ଚାଲିଯାଇଥିଲେ। ଆଜି ତାଙ୍କର ପୁଣ୍ୟ ତିଥିକୁ ମନେ ପକାଇବାକୁ ଆଜି ସହରର ବୁଦ୍ଧିଜୀବୀ, ସ୍ବେଚ୍ଛାସେବୀ ଯୁବକ ଏବଂ […]

ଓଡ଼ିଶା

ଚିତାବାଘକୁ ଫାସରେ ପକାଇଥିବା ଘଟଣାରେ ୭ ଜଣ ଶିକାରୀ ଗିରଫ

ବୁଗୁଡା : ଗଞ୍ଜାମ ଜିଲ୍ଲା, ଦକ୍ଷିଣ ଘୁମୁସର ବନଖଣ୍ଡ,ବୁଗୁଡା ବନାଞ୍ଚଳ, ମାଣିତରା ସେକ୍ସନର ନଗୁଡୁ ଗ୍ରାମର ରାଜସ୍ୱ ବିଭାଗ ଜଙ୍ଗଲରେ ଗତ ଜାନୁଆରୀ ମାସ ୨୮ ତାରିଖ ରାତିରେ ଶିକାରୀମାନେ ପକାଇଥିବା ବାରହା ଫାସରେ ବାରହା ଓ ଚିତାବାଘ ଫସିଥିଲେ। ବାରହାକୁ ଶିକାରୀମାନେ ନେଇଯାଇ ଥିବା ବେଳେ ୨୯ ତାରିଖ ଦିନ ବନବିଭାଗ ଫାସରୁ ଚିତାବାଘକୁ ଉଦ୍ଧାର କରି ଜଙ୍ଗଲରେ ଛାଡିବା ପରେ ମୃତ୍ୟୁ ବରଣ କରିଥିଲା। ୩୦ ତାରିଖ ଦିନ ସକାଳେ ଶବ ବ୍ୟବଚ୍ଛେଦ ପରେ […]

ଓଡ଼ିଶା

ମହାତ୍ମା ଗାନ୍ଧୀଙ୍କ ସହିଦ ଦିବସ ପାଳିତ ଗଞ୍ଜାମ କଂଗ୍ରେସର ଜନ ସମାବେଶ

ବ୍ରହ୍ମପୁର: ବ୍ରହ୍ମପୁର ଖଲ୍ଲିକୋଟ କଲେଜ ଷ୍ଟାଡିୟମ ଠାରେ ଗଞ୍ଜାମ କଂଗ୍ରେସ ପକ୍ଷରୁ ମହାତ୍ମାଗାନ୍ଧୀଙ୍କ ତିରୋଧନ ଦିବସ ସମାରୋହ ବୈଠକ ଆୟୋଜିତ ହୋଇଥିଲା । ସମାରୋହ ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଓଡିଶା କଂଗ୍ରେସ ପ୍ରଭାରୀ ଡ଼. ଏ. ଚେଲ୍ହା କୁମାର । ଅନ୍ୟ ମାନଙ୍କ ମଧ୍ୟରେ ପି.ସି.ସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ଗଞାମ ଜିଲ୍ଲା କଂଗ୍ରେସ ସଭାପତି ରମେଶ ଚନ୍ଦ୍ର […]

ବ୍ରହ୍ମପୁର

ରାଜ୍ୟସ୍ତରୀୟ ବିଜୁ ସ୍ମାରକି ବଲ ବେଡ଼ମିଣ୍ଟନ ଟୁର୍ନାମେଣ୍ଟ ଅନୁଷ୍ଟିତ

ବ୍ରହ୍ମପୁର : ବ୍ରହ୍ମପୁର ଖଲିକୋଟ କଲେଜ ଷ୍ଟାଡିୟମ ପରିସରରେ ରବିବାର ବିଜୁ ପଟ୍ଟନାୟକ ସ୍ମାରକି ବଲ ବେଡ଼ମିଣ୍ଟନ ଟୁର୍ନାମେଣ୍ଟ ଅନୁଷ୍ଟିତ ହୋଇଯାଇଛି I ରାଜ୍ୟର ବିଭିନ୍ନ ଜିଲ୍ଲାରୁ 12 ଟି ଦଳ ଏଥିରେ ଭାଗନେଇଥିଲେ I ଦୁଇଟି କୋର୍ଟ ମଧ୍ୟରେ 4 ଗୋଟି ଦଳକୁ ନେଇ ପ୍ରତିଯୋଗିତା ଚାଲିଥିଲା I ବ୍ରହ୍ମପୁର ବିଧାୟକ ତଥା ଗଞ୍ଜାମ ଜିଲ୍ଲା ବଲ ବେଡ଼ମିଣ୍ଟନ ଆସୋସିଏସନ କାର୍ଯ୍ୟକାରୀ ସଭାପତି ବିକ୍ରମ କୁମାର ପଣ୍ଡା ମୁଖ୍ୟ ଅତିଥି ରୂପରେ ଯୋଗ ଦେଇ କାର୍ଯ୍ୟକ୍ରମକୁ […]

ବ୍ରହ୍ମପୁର

ସବୁଜ ବାହିନୀ ଓ ରକ୍ତ ଭଣ୍ଡାର ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

ବ୍ରହ୍ମପୁର: ବ୍ରହ୍ମପୁର ସବୁଜ ବାହିନୀ ଓ ରକ୍ତଭଣ୍ଡାର ମିଳିତ ଉଦ୍ୟମରେ “ଆସନ୍ତୁ ଗଢିବା ରକ୍ତ ସମ୍ପର୍କ ” ନାମକ ରକ୍ତ ଦାନ ଶିବିର ବ୍ରହ୍ମପୁର ରକ୍ତ ଭଣ୍ଡାର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଶ୍ରୀୟା ଭିଜୁୟାଲ୍ ର କର୍ମକତା ମାନେ ରକ୍ତଭଣ୍ଡାର କୁ ଆସି ସ୍ଵେଛାକୃତ ଭାବେ ରକ୍ତଦାନ କରିବାକୁ ଇଚ୍ଛା ପ୍ରକାଶ କରିଥିବାର ଏହି ଶିବିର ଅନୁଷ୍ଠିତ ହୋଇଥିଲା । ଆଜିର ଶିବିର ରେ ସମୁଦାୟ 20 ଗୋଟି ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ବର୍ଷ […]

ବ୍ରହ୍ମପୁର

ବିମାନ ବନ୍ଦର ସ୍ଥାପନ ନେଇ ବିଜିପୁର ଛକରେ ଷଷ୍ଠତମ ପଥପ୍ରାନ୍ତ ସଭା ଓ ପୋଷ୍ଟକାର୍ଡ ଅଭିଯାନ

ବ୍ରହ୍ମପୁର : ବ୍ରହ୍ମପୁର ଠାରେ ବିମାନ ବନ୍ଦର ସ୍ଥାପନ ନେଇ ସ୍ଥାନୀୟ ବିଜିପୁର ଛକଠାରେ ଆଜି ଷଷ୍ଠ ତମ ପଥପ୍ରାନ୍ତ ସଭା ଓ ପୋଷ୍ଟକାର୍ଡ ଦସ୍ତଖତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି l ବିଜିପୁରର ବହୁ ବ୍ୟବସାୟୀ ସ୍ୱତଃ ପ୍ରବୃତ୍ତଭାବେ ଏହି ଅଭିଯାନରେ ସାମିଲ ହୋଇ ସହଯୋଗ କରିଛନ୍ତି l ଗଞ୍ଜାମ ଜିଲ୍ଲା ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ବିରୋଧରେ ପ୍ରବଳ ଜନ ଅସନ୍ତୋଷ ସୃଷ୍ଟି ହୋଇଛି l ଆଜିର ଏହି ଅଭିଯାନରେ ମିଳିତ କ୍ରିୟାନୁଷ୍ଠାନ କମିଟି […]

ବ୍ରହ୍ମପୁର

ଇଣ୍ଡିଆ ବୁକ ରେକର୍ଡ ସହ ଗୌରବ ଆଣିଲେ ଦିଲ୍ଲୀପ ମହାରଣା

ବ୍ରହ୍ମପୁର : ବ୍ରହ୍ମପୁର ମାଟି ପାଇଁ ପୁଣି ଏକ ନୂତନ ସମ୍ଭାବନା ସହ ଏକ ଗୌରବମୟ ଫର୍ଦ୍ଧରେ ନିଜର ନାମକୁ ଲେଖାଇଲେ ଦିଲ୍ଲୀପ। ଦିଲ୍ଲୀପ ମହାରଣା ପିତା ଭଗବାନ ମହାରଣା ପେସାରେ ଜଣେ ବଢ଼େଇ ବାପାଙ୍କର କାମକୁ ଦେଖି ଦେଖି ଆରମ୍ଭ କରିଥିଲେ ସୂକ୍ଷ୍ମ କଳା କରିଗରୀର କାମ।ତେବେ ସେ ଆଜି ନିଜର ସୂକ୍ଷ୍ମ କାମ ପାଇଁ ଇଣ୍ଡିଆ ବୁକ ଅଫ ରେକର୍ଡ଼ରେ ନିଜକୁ ସ୍ଥାନିତ କରିପାରିଛନ୍ତି। ସେ କାଠରେ ତିଆରି କରିଛନ୍ତି ବିଶ୍ୱର ସବୁଠାରୁ କ୍ଷୁଦ୍ରତମ […]

ବ୍ରହ୍ମପୁର

ଦିବ୍ୟାଙ୍ଗଙ୍କୁ ଉପକରଣ ବଣ୍ଟନ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ

ବ୍ରହ୍ମପୁର : ବ୍ରହ୍ମପୁର ମହାନଗରର 10 ନମ୍ବର ୱାର୍ଡ ଅନ୍ତର୍ଗତ ପୁରୁଣା ବ୍ରହ୍ମପୁର ଠାରେ ସତ୍ୟ ମେଏବ ଜୟତେ ଗ୍ରୁପ ତରଫରୁ ପବିତ୍ର ସଧାରଣ ତନ୍ତ୍ର ଦିବସ ଓ ଗ୍ରୁପ୍ ସଦସ୍ୟ ରାଜେଶ ପଣ୍ଡାଙ୍କ ପିତା ରମେଶ ପଣ୍ଡାଙ୍କ ଜନ୍ମ ବାର୍ଷିକୀ ଅବସରରେ ଗରୀବ ଦିବ୍ୟାଙ୍ଗ ମାନଙ୍କୁ ସେମାନଙ୍କ ଉପକରଣ ଓ ପ୍ରତିଭା ଧାରୀ ମାନଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଅନୀଲ କୁମାର ଚୌଧୁରୀ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର […]

ବ୍ରହ୍ମପୁର

ହୋମିଓପ୍ୟାଥିକ ସାଇଣ୍ଟିଫିକ ସେମିନାର ଆୟୋଜିତ

ବ୍ରହ୍ମପୁର: ସ୍ଥାନୀୟ ହୋଟେଲ ରାଧା ଠାରେ ହାନିମାନ ଫର୍ମାସିଟିକାଲସ୍ ପ୍ରାଇଭେଟ ଲିମିଟେଡ଼ ନୂଆଦିଲ୍ଲୀ ଆନୁକୂଲ୍ୟରେ ଓଡ଼ିଶାର ୪୦ ଜଣ ହୋମିଓପ୍ୟାଥିକ ଡାକ୍ତରଙ୍କୁ ନେଇ ହୋମିଓପ୍ୟାଥିକ ବିଜ୍ଞାନ, ରୋଗ ଓ ତାର ପ୍ରତିକାର ନେଇ ଆଲୋଚନା କରାଯାଇଥିଲା । ହାନିମାନ ଫର୍ମାସିଟିକାଲସ୍ ପ୍ରାଇଭେଟ ଲିମିଟେଡ଼ର ଜେନେରାଲ ମ୍ୟାନେଜର ଡା. ଅଶୋକ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଏହି ସେମିନାର ରେ ଓଡ଼ିଶା ସୁପର ଷ୍ଟକିଷ୍ଟ୍ ଗୋ ଗ୍ରୀନ ହୋମିଓପ୍ୟାଥିକ ର ଡା. ମୋନା ଦାଶ, ମୁଖ୍ୟ ବକ୍ତା ଡା. ଇନ୍ଦୁ […]