ବ୍ରହ୍ମପୁର

ଅଗ୍ନି ଗୁପ୍ ର ନିଆରା ପ୍ରୟାସ ଅସହାୟ ବିଧବାଙ୍କୁ ବଞ୍ଚିବାର ରାସ୍ତା ଦେଖାଇଲେ

ବ୍ରହ୍ମପୁର : ଜଣେ ଅସହାୟ ବିଧବା ମହିଳା ଓ ମାନସିକ ଅଗ୍ରସର ପୁଅର ବଞ୍ଚିବା ପାଇଁ ଅଗ୍ନି ଗୁପ୍ ପକ୍ଷରୁ ଏକ ନିଆରା ପ୍ରୟାସ ଆରମ୍ଭ କରି ସେମାନଙ୍କ ବଞ୍ଚିବା ପାଇଁ ଅଭିନବ ରାସ୍ତା ଦେଖାଇଛନ୍ତି । ଜୈନିକ ଶିବନି ପଣ୍ଡା (୫୫) ସ୍ଵାମୀଙ୍କ ମୃତ୍ୟୁ ପରେ ଏକ ମାତ୍ର ମାନସିକ ଅଗ୍ରସର ପୁଅ ଆଦିତ୍ୟ ପଣ୍ଡା(୨୨)ଙ୍କୁ ଛାଡିକି କେଉଁ ଆଡେ କାମ କରିବାକୁ ବାହାରକୁ ଯାଇପାରୁନଥିବା ବେଳେ ନିଜ ଭଉଣୀ ଦୟାରୁ ସାଙ୍ଗରେ ରହିବାର ଦେଖୁକୁ ମିଳିଛି । ତେବେ ଗୁଜୁରାଣ ମେଣ୍ଟାଇବା କଷ୍ଟସାଧ୍ୟ ହେଇଯାଇଛି । ଶିବନିଙ୍କ କହିବା ଅନୁସାରେ ଯଦି କେହି ତାଙ୍କୁ ଘରେ କିଛି କାମ ଯୋଗାଇଦେବେ ତେବେ ସେ ଗୁଜୁରାଣ ମେଣ୍ଟାଇପାରିବେ ,ମହିଳାଙ୍କ ସୁରକ୍ଷିତ ଲାଗି ହୋଇଥିବା ଅଗ୍ନି ଗୁପ ଏକ ନିଆରା ଢଙ୍ଗ ରେ ସାହାଯ୍ୟ କରିବା ଲାଗି ଆଗେଇ ଆସିଛନ୍ତି । ଅଗ୍ନି ଗୁପ୍‌ର ସମ୍ପାଦିକା ରଶ୍ମିତା ପାଣିଗ୍ରାହୀ , ସଭାପତି ରତନମଣି କଟନ, ଉପସମ୍ପାଦିକା କବିତା ପାତ୍ର ଓ ଉପଦେଷ୍ଟା ସାମନ୍ତରାୟ ଧର୍ମ ରାଓ.ଶିବନି ପଣ୍ଡା କୁ ମିଶି ଆତ୍ମନିର୍ଭରଶୀଳ କରାଇବାକୁ ପ୍ରସ୍ତାବ ଦେଇଥିଲେ । ଅଗ୍ନି ଗୁପ୍‌ର ସଦସ୍ୟାମାନଙ୍କ ପାଖରେ ଥିବା ଖବର କାଗଜକୁ ଦେଇ ଠୁଙ୍ଗା ତିଆରିର ପ୍ରଣାଳୀ ଶିଖାଇଛନ୍ତି । ଠୁଙ୍ଗ। ବିକ୍ର ପାଇଁ ଦୋକାନୀଙ୍କୁ ଯୋଗାଯୋଗ କରାଇ ଦେବେ ବୋଲି କହିଥିଲେ । ଏଣୁ ସହୃଦୟ ବ୍ୟକ୍ତି ମାନଙ୍କୁ ଅନୁରୋଧ କରୁଛନ୍ତି ଯେ ଦୟାକରି ଯେଉଁମାନେ ଖବର କାଗଜ ମଗାଉଛନ୍ତି ଦୟାକରି ବିକ୍ରି ନ କରି ଏହି ମହିଳାଙ୍କୁ ଆମ ଜରିଆରେ ହେଉ କିମ୍ବ। ସିଧା ଦେବା ପାଇଁ ଅଗ୍ନି ଗୁପ୍‌ର ସଦସ୍ୟମାନେ ଅନୁରୋଧ କରିଛନ୍ତି । ଶିବନି ପଣ୍ଡା କହିଛନ୍ତି ଏହି ପରି କଲେ ସେ ଆଉ ତାଙ୍କ ମାନସିକ ରୋଗଗ୍ରସ୍ତ ପୁଅ ବହୁତ ଉପକୃତ ହେବେ । ଅଗ୍ନି ଗୁପୁର ଏହି ନିଆରେ ପ୍ରୟାସକୁ ସମସ୍ତ ବୁଦ୍ଧିଜୀବୀ ମହଲରୁ ପ୍ରଶଂସା କରିଛନ୍ତି ।