ବ୍ରହ୍ମପୁର

ସରକାରୀ ବୃତ୍ତି ପରୀକ୍ଷାରେ ନୀଳକଣ୍ଠ ନଗର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରଛାତ୍ରୀମାନେ ଅଭୂତପୂର୍ବ ସଫଳତା

ବ୍ରହ୍ମପୁର : ୨୦୨୦ ଶିକ୍ଷାବର୍ଷ ପ୍ରକାଶିତ ତୃତୀୟ ଓ ପଞ୍ଚମ ଶ୍ରେଣୀ ସରକାରୀ ବୃତ୍ତି ପରୀକ୍ଷାରେ ନୀଳକଣ୍ଠ ନଗର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରଛାତ୍ରୀମାନେ ଅଭୂତପୂର୍ବ ସଫଳତା ହାସଲ କରିଛନ୍ତି । ୩ୟ ଶ୍ରେଣୀ ବୃତ୍ତି ପରୀକ୍ଷା ଫଳାଫଳରେ ପ୍ରତ୍ୟୁଷା ପାଢ଼ୀ, ଦକ୍ସିତା ମହାପାତ୍ର ଓ ବୈଶାଖୀ ଦେବୀ ସେହିପରି ୫ମ ଶ୍ରେଣୀ ଫଳାଫଳରେ ହରିପ୍ରିୟା ସାହୁ, ଅର୍ପିତା ଆଚାର୍ଯ୍ୟ, ପ୍ରୀତିରାଣୀ ଭୂୟାଁ ଓ ସୌମ୍ୟରଂଜନ ପାଣିଗ୍ରାହୀ ବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । […]

ବ୍ରହ୍ମପୁର

ଜିଲ୍ଲା ଶ୍ରମ କାର୍ଯ୍ୟଳୟ ଘେରାଉ କଲେ ବିଭିନ୍ନ କୃଷି ଓ ଶ୍ରମିକ ସଂଗଠନ।

ବ୍ରହ୍ମପୁର :ଶ୍ରମିକ ବିରୋଧୀ ଶ୍ରମ କୋଡକୁ ବାତିଲ କରିବା ଦାବିନେଇ ବିଭିନ୍ନ ଶ୍ରମିକ ସଂଗଠନ ଓ କୃଷକ ସଂଗଠନ ପକ୍ଷରୁ ଜିଲ୍ଲା ଶ୍ରମ କାର୍ଯ୍ୟଳୟ ଘେରାଉ କରାଯାଇଛି। । କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ମଜୁରୀ କୋଡ଼ ୨୦୧୯,ସାମାଜିକ ସୁରକ୍ଷା କୋଡ଼ ,ଶିଳ୍ପ ସମ୍ପର୍କ କୋଡ଼ ୨୦୨୦ ଓ ବୃତ୍ତିଗତ ସୁରକ୍ଷା, ସ୍ୱାସ୍ଥ୍ୟ ଓ କାର୍ଯ୍ୟ ସର୍ତ୍ତାବଳି କୋଡ଼ ୨୦୨୦କୁ ଦୃଢ଼ ବିରୋଧ କରାଯାଇଛି । କୋଡ଼ ଗୁଡିକ ଶ୍ରମିକଙ୍କୁ ମାଲିକର ଗୋତିଶ୍ରମିକରେ ପରିଣତ ହେବା ସହ […]

ବ୍ରହ୍ମପୁର

୩୮ ନମ୍ବର ୱାର୍ଡ ବାସିନ୍ଦାଙ୍କ ଡ୍ରେନ ସମସ୍ୟା ବି ଏମ ସି ରେ ଫେରାଦ ହେଲେ ସାହି ବାସିନ୍ଦା

ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମ ଜନସାଧାରଣଙ୍କୁ ଉତ୍ତମ ପରିମଳ ସେବା ପ୍ରଦାନ କରାଯାଉଛି । ଏଥିପାଇଁ ବିଏମସି ବାରମ୍ବାର ଜାତୀୟ ସ୍ତରରେ ପୁରସ୍କୃତ ହେଉଛି । ଗତ କିଛି ଦିନ ଧରି ଏହି ପରିପ୍ରେକ୍ଷୀରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି । କିନ୍ତୁ ବିଏମସିର ୱାର୍ଡ ନଂ ୩୭ ଅନ୍ତର୍ଗତ ଗଣେଶ ନଗର ବାସିନ୍ଦାଙ୍କୁ ୨୨ ବର୍ଷ ଧରି ସାମାନ୍ୟତମ ତ୍ରେନ୍ ଓ ରାସ୍ତାର ବ୍ୟବସ୍ଥା ହୋଇନି । ଘର ଚାରି ପାଖରେ ନାଳନର୍ଦମା ପାଣି ବର୍ଷ ତମାମ […]

ବ୍ରହ୍ମପୁର

ସର୍ଦାର ବଲ୍ଲଭଭାଇ ପଟେଲ ବହୁମୁଖୀ ସଙ୍ଘ ତରଫରୁ ଭାରତର ସହିଦମାନଙ୍କ ପାଇଁ ନିରବ ପ୍ରାର୍ଥନା

ବ୍ରହ୍ମପୁର : ଆଜି ବ୍ରହ୍ମପୁର କୋର୍ଟପେଟା ଛକ ଠାରେ ସର୍ଦାର ବଲ୍ଲଭଭାଇ ପଟେଲ ବହୁମୁଖୀ ସଙ୍ଘ ତରଫରୁ ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଙ୍କ ଆୱାନ କ୍ରମେ ପୂଜ୍ୟବାପୁଜୀ ଜାତିର ପିତା ମହାତ୍ମାଗାନ୍ଧୀ ଙ୍କ ତିରୋଧାନ ଦିବସ ଅବସରରେ ଭାରତର ସହିଦ ମାନଙ୍କ ପାଇଁ 2ମିନିଟ ନିରବ ପ୍ରାର୍ଥନା କରାଗଲା I ଏହି ସମୟରେ ସଙ୍ଘର ସଭାପତି ଶ୍ରୀ ରାମ କୁମାର ପାତ୍ର, ସାହୁ, ନିରଞ୍ଜନ ପାଣିଗ୍ରାହୀ,ଅଶୋକ ନିମାଇଁ, ବିକାଶ ପାଣିଗ୍ରାହୀ, ମାତାପ୍ରସାଦ ନାୟକ,ମନୋଜ […]

ବ୍ରହ୍ମପୁର

“ଗାନ୍ଧୀ ହତ୍ୟା ର ଅକୁହା କଥା” ଉପରେ ଆଲୋଚନା କରି ଗାନ୍ଧିଜୀ ଶହୀଦ ଦିବସ ପାଳନ

ବ୍ରହ୍ମପୁର : ମହାତ୍ମା ଗାନ୍ଧୀ ଶହୀଦ ଦିବସରେ ଆଜି ବ୍ରହ୍ମପୁର ସହରର ବୁଦ୍ଧିଜୀବୀବର୍ଗ ସ୍ଥାନୀୟ ଗାନ୍ଧିନଗର ଛକ ଠାରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବାପରେ ବିଶିଷ୍ଟ ସାହିତ୍ୟିକ ଜେମସ ଡବ୍ଲୁ ଡଗଲାସ ଙ୍କ ଲିଖିତ “ଗାନ୍ଧୀ ହତ୍ୟାର ଅକୁହା କଥା ” ପୁସ୍ତକଟି ସର୍ବସାଧାରଣରେ ପଢି ଆଲୋଚନା କରିଥିଲେ l ଦେଶର ସମସ୍ତ ବର୍ଗର ଜନଗଣ ଗାନ୍ଧିଜୀଙ୍କ ନେତୃତ୍ୱକୁ ସ୍ୱୀକାର କରି ଏକକ ସୂତ୍ରରେ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଉଥିବାବେଳେ ଦେଶର ମୌଳବାଦୀ ସାମ୍ପ୍ରଦାୟିକ […]

ବ୍ରହ୍ମପୁର

ବ୍ରହ୍ମପୁରରେ ପୁଣି ଗଞ୍ଜେଇ ଜବତ ଉପରେ କୁକୁଡା ଖାଦ୍ୟ ଓ ଭିତରେ ଥିଲା 2 ଟନ ରୁ ଅଧିକ ଗଞ୍ଜେଇ, ଧରିଲା ଅବକାରୀ ବିଭାଗ

ବ୍ରହ୍ମପୁର : ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି ଗଞ୍ଜେଇ ଚାଲାଣ କାରବାର  । ପୁଣି ବ୍ରହ୍ମପୁରରୁ ଜବତ ହେଲା 2 ଟନ ଗଞ୍ଜେଇ  । କୁକୁଡା ଖାଦ୍ୟ ଟ୍ରକରେ ଚାଲାଣ ବେଳେ ଧରିଲା ଅବକାରୀ ଗୁଇନ୍ଦା ବିଭାଗ  । କୋରାପୁଟରୁ ଉତ୍ତରପ୍ରଦେଶ ଚାଲାଣ ବେଳେ 2 ଟନ ଗଞ୍ଜେଇ ଜବତ ହୋଇଛି  । ଜାତୀୟ ରାଜପଥ 16ର ବ୍ରହ୍ମପୁର କନିଷି ନିକଟରେ ଗଞ୍ଜେଇ ଚାଲାଣ ଗାଡିକୁ ଅବକାରୀ ଗୁଇନ୍ଦା ବିଭାଗ ଯାଞ୍ଚ କରିଥିଲା  । ସେଥିରେ କୁକୁଡା ଖାଦ୍ୟ ବୋଝେଇ ହୋଇ ନିଆଯାଉଥିଲା  । ସେହି […]

ବ୍ରହ୍ମପୁର

ମହାପୁରୁଷ ଶ୍ରୀ ସନ୍ଥ ଅରକ୍ଷିତ ଦାସଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଦିବସ ପାଳିତ

ଦିଗପହଣ୍ଡି : ଦିଗପହଣ୍ଡି ସହର ଉପକଣ୍ଠସ୍ଥ ଶ୍ରୀ ପାତାଳେଶ୍ଵର ମହାଦେବ ମନ୍ଦିର ଛକରେ ଥିବା ବଡ଼ଖେମୁଣ୍ଡି ରାଜବଂଶର ଦାୟାଦ ମହାପୁରୁଷ ଶ୍ରୀ ସନ୍ଥ ଅରକ୍ଷିତ ଦାସଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଦିବସ ନିରାଡ଼ମ୍ବର ସହକାରେ ପାଳିତ ହୋଇଯାଇଛି। ଖେମୁଣ୍ଡି ରାଜବଂଶର ଦାୟାଦ ସନ୍ଥ ଶ୍ରୀ ଅରକ୍ଷିତ ଦାସ ବିଳାସ ବେଶନ ରାଜପ୍ରାସାଦ ଉପଭୋଗ ଛାଡି ସନ୍ନ୍ୟାସ ଗ୍ରହଣ କରି ଚାଲିଯାଇଥିଲେ। ଆଜି ତାଙ୍କର ପୁଣ୍ୟ ତିଥିକୁ ମନେ ପକାଇବାକୁ ଆଜି ସହରର ବୁଦ୍ଧିଜୀବୀ, ସ୍ବେଚ୍ଛାସେବୀ ଯୁବକ ଏବଂ […]

ବ୍ରହ୍ମପୁର

ରାଜ୍ୟସ୍ତରୀୟ ବିଜୁ ସ୍ମାରକି ବଲ ବେଡ଼ମିଣ୍ଟନ ଟୁର୍ନାମେଣ୍ଟ ଅନୁଷ୍ଟିତ

ବ୍ରହ୍ମପୁର : ବ୍ରହ୍ମପୁର ଖଲିକୋଟ କଲେଜ ଷ୍ଟାଡିୟମ ପରିସରରେ ରବିବାର ବିଜୁ ପଟ୍ଟନାୟକ ସ୍ମାରକି ବଲ ବେଡ଼ମିଣ୍ଟନ ଟୁର୍ନାମେଣ୍ଟ ଅନୁଷ୍ଟିତ ହୋଇଯାଇଛି I ରାଜ୍ୟର ବିଭିନ୍ନ ଜିଲ୍ଲାରୁ 12 ଟି ଦଳ ଏଥିରେ ଭାଗନେଇଥିଲେ I ଦୁଇଟି କୋର୍ଟ ମଧ୍ୟରେ 4 ଗୋଟି ଦଳକୁ ନେଇ ପ୍ରତିଯୋଗିତା ଚାଲିଥିଲା I ବ୍ରହ୍ମପୁର ବିଧାୟକ ତଥା ଗଞ୍ଜାମ ଜିଲ୍ଲା ବଲ ବେଡ଼ମିଣ୍ଟନ ଆସୋସିଏସନ କାର୍ଯ୍ୟକାରୀ ସଭାପତି ବିକ୍ରମ କୁମାର ପଣ୍ଡା ମୁଖ୍ୟ ଅତିଥି ରୂପରେ ଯୋଗ ଦେଇ କାର୍ଯ୍ୟକ୍ରମକୁ […]

ବ୍ରହ୍ମପୁର

ସବୁଜ ବାହିନୀ ଓ ରକ୍ତ ଭଣ୍ଡାର ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

ବ୍ରହ୍ମପୁର: ବ୍ରହ୍ମପୁର ସବୁଜ ବାହିନୀ ଓ ରକ୍ତଭଣ୍ଡାର ମିଳିତ ଉଦ୍ୟମରେ “ଆସନ୍ତୁ ଗଢିବା ରକ୍ତ ସମ୍ପର୍କ ” ନାମକ ରକ୍ତ ଦାନ ଶିବିର ବ୍ରହ୍ମପୁର ରକ୍ତ ଭଣ୍ଡାର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଶ୍ରୀୟା ଭିଜୁୟାଲ୍ ର କର୍ମକତା ମାନେ ରକ୍ତଭଣ୍ଡାର କୁ ଆସି ସ୍ଵେଛାକୃତ ଭାବେ ରକ୍ତଦାନ କରିବାକୁ ଇଚ୍ଛା ପ୍ରକାଶ କରିଥିବାର ଏହି ଶିବିର ଅନୁଷ୍ଠିତ ହୋଇଥିଲା । ଆଜିର ଶିବିର ରେ ସମୁଦାୟ 20 ଗୋଟି ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ବର୍ଷ […]

ବ୍ରହ୍ମପୁର

ବିମାନ ବନ୍ଦର ସ୍ଥାପନ ନେଇ ବିଜିପୁର ଛକରେ ଷଷ୍ଠତମ ପଥପ୍ରାନ୍ତ ସଭା ଓ ପୋଷ୍ଟକାର୍ଡ ଅଭିଯାନ

ବ୍ରହ୍ମପୁର : ବ୍ରହ୍ମପୁର ଠାରେ ବିମାନ ବନ୍ଦର ସ୍ଥାପନ ନେଇ ସ୍ଥାନୀୟ ବିଜିପୁର ଛକଠାରେ ଆଜି ଷଷ୍ଠ ତମ ପଥପ୍ରାନ୍ତ ସଭା ଓ ପୋଷ୍ଟକାର୍ଡ ଦସ୍ତଖତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି l ବିଜିପୁରର ବହୁ ବ୍ୟବସାୟୀ ସ୍ୱତଃ ପ୍ରବୃତ୍ତଭାବେ ଏହି ଅଭିଯାନରେ ସାମିଲ ହୋଇ ସହଯୋଗ କରିଛନ୍ତି l ଗଞ୍ଜାମ ଜିଲ୍ଲା ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ବିରୋଧରେ ପ୍ରବଳ ଜନ ଅସନ୍ତୋଷ ସୃଷ୍ଟି ହୋଇଛି l ଆଜିର ଏହି ଅଭିଯାନରେ ମିଳିତ କ୍ରିୟାନୁଷ୍ଠାନ କମିଟି […]