ଭୁବନେଶ୍ୱର : ଆସନ୍ତା କାଲି ଠୁ ନୂଆ ଗାଇଡ଼ ଲାଇନ ସହିତ ଓଡ଼ିଶାରେ କାର୍ଯ୍ୟକାରୀ ହେବ ଲକ ଡାଉନ। ୧୦ଜିଲ୍ଲା ରେ ପୂର୍ବ ଭଳି ଶନିବାର ଓ ରବିବାର ସଟଡାଉନ ରହିବ।ଜୋନ-୧ରେ ଯାଉଥିବା ୧୦ ଜିଲ୍ଲା ସଟଡାଉନ ରହିବ ବୋଲି ସରକାର ସ୍ପଷ୍ଟ କରିଛନ୍ତି। ଗଞ୍ଜାମ, ଗଜପତି, କଟକ, ଯାଜପୁର, ବାଲେଶ୍ୱର, ଖୋର୍ଦ୍ଧା, ଝାରସୁଗୁଡା, ଜଗତସିଂହପୁର, ମୟୂରଭଞ୍ଜ, କେନ୍ଦୁଝର। ରାତି ୯ ରୁ ସକାଳ ୫ ଯାଇ ରାଜ୍ୟରେ ଜାରି ରହିବ ରାତ୍ରୀକାଳୀନ କର୍ଫ୍ୟୁ। ରାତି ୯ଟାରୁ […]
Breaking News
ଅନିର୍ଦ୍ଧିଷ୍ଟ କାଳ ପାଇଁ ନାରାୟଣପୁର ସାପ୍ତାହିକ ହାଟକୁ ବନ୍ଦ କଲେ ସରପଞ୍ଚ
ରାୟଗଡ: ବନ୍ଦ ହେଲା ସାପ୍ତାହିକ ହାଟ। ଜିଲ୍ଲାରେ କରୋନା ସ୍ଥିତିକୁ ଆଖି ଆଗରେ ରଖି ନାରାୟଣପୁର ହାଟକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ନିଷ୍ପତ୍ତି ନେଇଛନ୍ତି ସରପଞ୍ଚ। ଅଞ୍ଚଳର ଏକ ମାତ୍ର ନିର୍ଭରଶୀଳ ସାପ୍ତାହିକ ହାଟ, ଯେଉଁଠି ନିଜର ବିଭିନ୍ନ ଉତ୍ପାଦନ ହେଉ ଅବା ଜଂଗଲ ଜାତ ଦ୍ରବ୍ୟର କିଣାବିକା ହୋଇଥାଏ। ସପ୍ତାହର ଆବଶ୍ୟକୀୟ ସାମଗ୍ରୀ ହାତ ପାହାନ୍ତରେ ସୁଲଭ ମୂଲ୍ୟରେ ପାଇଥାନ୍ତି ଲୋକେ। ତେବେ ସଂକ୍ରମଣକୁ ପ୍ରତିରୋଧ କରିବାକୁ ଏହି ପଦକ୍ଷେପ ନିଆଯାଇଛି। ସ୍ଥିତିରେ ସୁଧାର […]
ନଭେମ୍ବର ଶେଷ ପର୍ଯ୍ୟନ୍ତ ମାଗଣା ରାସନ – ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ :ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଥିଲେ ଯେ ଅନ୍ୟଦେଶ ତୁଳନାରେ ଭାରତର ସ୍ଥିତି ଭଲ ଅଛି । ଠିକ୍ ସମୟରେ ଲକଡାଉନ୍ ଲାଗୁ କରାଯାଇଥିବାରୁ ଲକ୍ଷାଧିକ ଲୋକଙ୍କ ଜୀବନ ରକ୍ଷା କରାଯାଇ ପାରିଛି । କିନ୍ତୁ ଅନଲକ୍ ୱାନ୍ ପରଠାରୁ ବ୍ୟକ୍ତିଗତ ଓ ସାମାଜିକ ସ୍ତରରେ ଲୋକ ବେପରୁଆ ହୋଇଯାଇଛନ୍ତି । ଆଗରୁ ଆମେ ସତର୍କ ଥିଲୁ, କିନ୍ତୁ ଏବେ ଯେତେବେଳେ ଅଧିକ ସତର୍କ ହେବାର ଆବଶ୍ୟକତା ସେତେବେଳେ ଆମେ […]
ଆଜି ଦେଶବାସୀଙ୍କୁ ସମ୍ୱୋଧନ କରିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିବେ। ଅପରାହ୍ନ ୪ଟା ସମୟରେ ସେ ଦେଶବାସୀଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଉଦବୋଧନ ଦେବେ। ଏନେଇ ପିଏମଓ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି। ଆସନ୍ତା ବୁଧବାର ଠାରୁ ଅନଲକ୍-ଟୁ କାର୍ଯ୍ୟକାରୀ ହେଉଥିବା ବେଳେ, ସେ ସଂପର୍କରେ ଦେଶବାସୀଙ୍କୁ ବାର୍ତ୍ତା ଦେଇପାରନ୍ତି ପ୍ରଧାନମନ୍ତ୍ରୀ ମୋଦି।
ଗ୍ୟାସ ସିଲିଣ୍ଡର ଲିକ୍ କର୍ମଚାରୀ ଗୁରୁତର
ଭଦ୍ରକ : (ଅମିତ କୁମାର ପଣ୍ଡା ) ଗ୍ୟାସ ସିଲିଣ୍ଡର ସଜାଡିବାକୁ ଯାଇ ଯୁବକ ଜଳିଗଲେ । ଘଟଣା ଘଟିଛି ବାସୁଦେବପୁର ପୌରପାଳିକା ମନ୍ଦାରୀ ଗ୍ରାମର । ଭାରତ ଗ୍ୟାସର କର୍ମଚାରୀ ଡମ୍ବରୁଧର ବିଶ୍ବାଳ ଜଳିଗଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପ୍ରାଥମିକ ଚିକିତ୍ସା ପରେ ଭଦ୍ରକ ରେଫର କରାଯାଇଛି । ମନ୍ଦାରୀ ଗ୍ରାମର ଯୁବକ ଡମ୍ବରୁଧର ବିଶ୍ବାଳ ବାସୁଦେବପୁର ଶ୍ରୀଗ୍ୟାସ ଏଜେନ୍ସି କର୍ମଚାରୀ ଭାବେ କାର୍ଯ୍ୟ […]
ନରସିଂହପୁର ସାମ୍ବାଦିକ ସଂଘର ନୂତନ କର୍ମକର୍ତ୍ତା ଚୟନ
କଟକ :(ବିଶ୍ୱନାଥ ଜେନା) କଟକ ଜିଲ୍ଲା ନରସିଂହପୁର ବ୍ଲକ ନରସିଂହପୁର ସାମ୍ବାଦିକ ସଙ୍ଘ କାର୍ଯ୍ୟାଳୟ ଠାରେ ଚୟନ କରାଯାଇଛି ନରସିଂହପୁର ସାମ୍ବାଦିକ ସଂଘର ନୂତନ କର୍ମକର୍ତ୍ତା।ସାମାଜିକ ଦୂରତା କୁ ଦୃଷ୍ଟିରେ ରଖି ସମସ୍ତ ସାମ୍ବାଦିକ ଭାଇ ଭଉଣୀ ମାନଙ୍କ ଉପସ୍ଥିତିରେ ସଂଘର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା।ପୂର୍ବତନ ସଭାପତି ଦେବୀପ୍ରସାଦ ରଥ ଙ୍କ ଅଧ୍ୟକ୍ଷତାରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ସମସ୍ତ ସାମ୍ବାଦିକ କର୍ମକର୍ତ୍ତା ଚୟନରେ ଅଂଶ ଗ୍ରହଣ କରିଥିଲେ।ପରିଶେଷରେ ଦେବୀପ୍ରସାଦ ରଥ ଙ୍କୁ ସଂଘର ସଭାପତି, […]
ଖଲ୍ଲିକୋଟ ବ୍ଲକ ର ବାଦପଲ୍ଲୀ ଓ ଆଇତିପୁର ପଞ୍ଚାୟତ ର ୧୦ ଟି ଗ୍ରାମ କଣ୍ଟେନମେଣ୍ଟ ଯୋନ ଓ ୨୨ ଟି ଗ୍ରାମ ବଫର ଯୋନ ଘୋଷଣା କଲେ ଜିଲ୍ଲାପାଳ ।
ଖଲ୍ଲିକୋଟ: (ପବିତ୍ର କୁମାର ରାଉତ) କରୋନା ମହାମାରୀ ତାର କାୟା ବିସ୍ତାର କରି ଚାଲିଥିବା ବେଳେ ରାଜ୍ୟ ସରକାର ଗଞ୍ଜାମ ସମେତ ୧୧ ଜିଲ୍ଲା ରେ ଶନିବାର ଓ ରବିବାର ଦୁଇ ଦିନ ସଟ ଡାଉନ ଘୋଷଣା କରିଛନ୍ତି । କରୋନା ଭୟ ରେ ଲୋକମାନେ ଘରୁ ବାହାରକୁ ବାହାରୁ ନଥିବା ବେଳେ ଏପଟେ ଖଲ୍ଲିକୋଟ ବ୍ଲକ ର ଆଇତିପୁର ଓ ବାଦପଲ୍ଲୀ ପଞ୍ଚାୟତ ରେ ୧୫ ଜଣ କରନା ପଜେଟିଭ୍ ଚିହ୍ନଟ ହୋଇଥିବା ବେଳେ ଏହି […]
ମଠପାଲିରେ ସେକ୍ସ ରାକେଟ ଠାବ, ୫ ଯୁବକ ଓ ଘର ମାଲିକାଣୀ ଗିରଫ
ସମ୍ବଲପୁର : ଧନୁପାଲି ଥାନା ଅନ୍ତର୍ଗତ ଭତରା ମଠପାଲିରେ ସେକ୍ସ ରାକେଟ ଠାବ ହୋଇଛି। ଏହି ଘରୁ ୩ ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୫ ଯୁବକ ଓ ଘର ମାଲିକାଣୀଙ୍କୁ ଗିରଫ କରାଯାଇଛି।ଏଠାରେ ଦୀର୍ଘ ୧ ବର୍ଷ ହେବ ସେକ୍ସ ରାକେଟ ଚାଲିଥିବା ପୁଲିସ ଜାଣିବାକୁ ପାଇଛି। ପୁଲିସ ଏହି ରାକେଟର ରାଣୀ ମହୁମାଛି ଓ ୫ ଜଣ ଯୁବକଙ୍କୁ ଗିରଫ କରିଥିବା ବେଳେ ୩ ଜଣ ଯୁବତୀଙ୍କୁ ଉଦ୍ଧାର କରିଛି। ବିଶ୍ୱସ୍ତ ସୂତ୍ରରୁ […]
ଜାମ୍ମୁ କାଶ୍ମୀରରୁ ବିମାନ ଯୋଗେ ଫେରିଲେ 280 ପ୍ରବାସୀ l
ବେଗୁନିଆପଡା : (ପବିତ୍ର କୁମାର ରାଉତ) ଲକ ଡାଉନ ଯୋଗୁଁ ବିଭିନ୍ନ ରାଜ୍ୟରେ ଫସିରହିଥିବା ପ୍ରବାସୀ ମାନଙ୍କୁ ସରକାର ବିଭିନ୍ନ ମାଧ୍ୟମରେ ନିଜ ରାଜ୍ୟକୁ ଫେରାଇ ଆଣିବା ଜାରିରହିଥିବା ବେଳେ ଆଜି ଜାମ୍ମୁ କାଶ୍ମୀରରେ ଫସିରହିଥିବା ରହିଥିବା ଗଞ୍ଜାମ ଜିଲ୍ଲାର ୨୮୦ଜଣ ଶ୍ରମିକଙ୍କୁ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ସ୍ଵତନ୍ତ୍ର ବିମାନ ଯୋଗେ ଓଡ଼ିଶାକୁ ଫେରାଇ ଅଣାଯାଇଛି l କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଏବଂ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ […]
ବିହାର-ଆସାମରେ ବନ୍ୟା, ମୃତ୍ୟୁ ସଂଖ୍ୟା ୧୬୬
ନୂଆଦିଲ୍ଲୀ : ବର୍ତ୍ତମାନ ବିହାର ଏବଂ ଆସାମରେ ବନ୍ୟାର ବିଭୀଷିକା ସୃଷ୍ଟି ହୋଇଛି । ଦିନକୁ ଦିନ ଦୁଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି । ବନ୍ୟାରେ ଦୁଇ ରାଜ୍ୟରେ ପାଖାପାଖି ୧.୧୧ କୋଟି ଲୋକ ପ୍ରଭାବିତ ହୋଇଛନ୍ତି । ଆସାମରେ ମୃତ୍ୟୁ ସଂଖ୍ୟା ୬୪ରେ ପହଁଚିଥିବା ବେଳେ ବିହାରରେ ୧୦୨ ଜଣ ପ୍ରାଣ ହରେଇଛନ୍ତି । ବିହାରରେ ୧୨ଟି ଜିଲ୍ଲାର ୭୨.୭୮ ଲକ୍ଷ ଲୋକ ଏହା ଦ୍ୱାରା ପ୍ରଭାବିତ ହୋଇଛନ୍ତି । ସେହିଭଳି ଆସାମରେ […]