ବେଗୁନିଆପଡା: (ପବିତ୍ର କୁମାର ରାଉତ) ଜଣେ ମଦ୍ୟପ ପୁଅର ଉନ୍ମତ କାଣ୍ଡରେ ଅତିଷ୍ଠ ହୋଇ ଶେଷରେ ମାଆ ପୁଅକୁ ଏକ ଧାରୁଆ କାତି ରେ ହାଣି ହତ୍ୟା କରିବା ପରେ ଘର ପଛ ପଟେ ମାଟି ତଳେ ପୋତି ଦେଇଥିବା ଭଳି ଏକ ଅଭାବନୀୟ ଘଟଣା ଏବେ ଖଲ୍ଲିକୋଟ ଅଞ୍ଚଳରେ ଚାଂଚଲ୍ୟ ଖେଳାଇଦେଇଛି । ଏଭଳି ଏକ ଘଟଣା ଘଟିଛି ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ପଞ୍ଚାୟତ ର ଗୋପପୁର ଗ୍ରାମରେ । ଗୋପପୁର ହରିଜନ ସାହିର […]
ଅପରାଧ
ଫାଣ୍ଡି ଅଧିକାରୀଙ୍କୁ ଆକ୍ରମଣ ମାମଲାରେ ୧ ଅଟକ । ଥାନା ଘେରାଉ ବେଳେ ପୋଲିସ ଅଟକାଇଲା ,ବ୍ଲକ ଅଧଷ ମଧ୍ୟସ୍ଥତା ସାଜିଲେ।
କୁକୁଡାଖଣ୍ଡି:ବେଆଇନ ମଦ ବିକ୍ରିକୁ କେନ୍ଦ୍ର କରି ସଦର ଥାନା ଅଧିନସ୍ଥ ନିମଖଣ୍ଡି ଫାଣ୍ଡି ଅନ୍ତର୍ଗତ ଚଣ୍ଡିପଦର ହରିଜନ ସାହିରେ ଏପ୍ରିଲ ୧୨ ତାରିଖ ରାତିରେ ମଦ ଚଢଉ କରିବା ସମୟରେ କାର୍ଯ୍ୟରତ ଥିବା ନିମଖଣ୍ଡି ଫାଣ୍ଡି ଅଧିକାରୀ ଓ ଜଣେ ଗୃହରଖିଙ୍କୁ ଚୋରା ବେପାରୀ ମାନେ ମାଡ ମାରିଥିବା ଅଭିଯୋଗ ହୋଇଥିଲା lଏହି ଘଟଣାରେ ଆହାତ ଫାଣ୍ଡି ଅଧିକାରୀ ଓ ହୋମଗାର୍ଡଙ୍କୁ କୁକୁଡାଖଣ୍ଡି ଗୋଷ୍ଟୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପରେ ଆକ୍ରମଣ କରିଥିବା ୩୬ ଜଣ ଅଭିଯୁକ୍ତଙ୍କ ବିରୋଧରେ […]
୨ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆ ଗିରଫ
ଗଜପତି : ଗଜପତି ଜିଲ୍ଲା ମୋହନା ପୁଲିସ ଯାନବାହାନ ଯାଞ୍ଚ କରିବା ବେଳେ ରାଇସିଂ ଛକ ଠାରୁ ଏକ କାରରୁ ଗଞ୍ଜେଇ ଜବତ କରି ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗଜପତି ଏସପି ସାରା ଶର୍ମାଙ୍କ ନିର୍ଦ୍ଦେଶକ୍ରମେ ମୋହନା ପୁଲିସ ଏହି ଯାଞ୍ଚ ଚଳାଇଥିଲା। ଅଡବା ପଟୁ ଏକ ଦ୍ରୁତଗତିରେ ଆସୁଥିବାବେଳେ ପୁଲିସ ଅଟକାଇ ଯାଞ୍ଚ କରିଥିଲା। ସେଥିରେ ଗଞ୍ଜେଇ ଥିବା ଜଣାପଡିବା ପରେ କାର ସହ ଗଞ୍ଜେଇ ଜବତ କରି ୨ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିଲା। […]
ଦିଗପହଣ୍ଡି ପୋଲିସର ବିଦେଶୀ ମଦ ଫାକ୍ଟ୍ରିରେ ଚଢାଉ
ଦିଗପହଣ୍ଡି : ଗତ କିଛି ଦିନ ହେଲା ଦିଗପହଣ୍ଡି ଥାନାଞ୍ଚଳରେ ଚାଲିଥିବା ବେଆଇନ ମଦ ବିକ୍ରୀ ଆଡ୍ଡା ମାନଙ୍କରେ ପୋଲିସର କ୍ରମାଗତ ଛାପା ମରାଯାଇ ଅନେକ ଜବତ ଏବଂ ବିକ୍ରେତା ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଗତ ଏକ ସପ୍ତାହ ମଧ୍ୟରେ ଦିଗପହଣ୍ଡି ଥାନା ଅଧିକାରୀ ଶ୍ରୀ ବସନ୍ତ କୁମାର ସେଠୀଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ବେଆଇନ ମଦ ଦୋକାନ ମାନଙ୍କରେ ଧରପଗଡ କରାଯାଇ ବିପୁଳ ପରିମାଣର ଜବତ କରାଯିବା ସହିତ ନିଶାବେପାରୀଙ୍କ […]
ସେକ୍ସ ରାକେଟର ପର୍ଦ୍ଦାଫାସ, ମୁଖ୍ୟ ଅଭିଯୁକ୍ତ ଗିରଫ
ନୂଆଦିଲ୍ଲୀ : ହିମାଞ୍ଚଳ ପ୍ରଦେଶ ଶିମଲା, ମନାଲି ଓ କୁଲୁ ଭଳି ପର୍ଯ୍ୟଟନ ସ୍ଥଳୀକୁ ବର୍ଷ ସାରା ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକ ଆସନ୍ତି। କିନ୍ତୁ ଏଠାରେ ଦେହ ବ୍ୟବସାୟ ଚାଲୁଛି। ବିଦେଶରୁ ଯୁବତୀମାନଙ୍କୁ ଆଣି ଲଗାଯାଉଛି ଏହି ଧନ୍ଦାରେ। ଏ ସମ୍ପର୍କରେ ଗୁପ୍ତ ସୂଚନା ପାଇ ପୋଲିସ ମଣ୍ଡି ସଦରର ରାମନଗର ଇଲାକାରେ ଚଢଉ କରି ସେକ୍ସ ରାକେଟ୍ର ପର୍ଦ୍ଦାଫାସ୍ କରିବା ସହ ୨ ଜଣ ବାହାର ରାଜ୍ୟର ଯୁବତୀଙ୍କୁ ଉଦ୍ଧାର କରିଛି। ଜଣେ ମହିଳା ନିଜ […]