ଦେଶ ବିଦେଶ

ପିଏମ୍ଏୱାଇ (ୟୁ) ଅଧିନରେ ବର୍ତ୍ତମାନ ସୁଦ୍ଧା ୧.୧ କୋଟି ଗୃହ ଅନୁମୋଦନ

ନୂଆଦିଲ୍ଲୀ: ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ) ଅଧିନରେ ୧,୬୮,୬୦୬ ଟି ନୂତନ ଗୃହ ନିର୍ମାଣକୁ କେନ୍ଦ୍ରୀୟ ମଞ୍ଜୁରୀ ଏବଂ ମନିଟରିଂ କମିଟି (ସିଏସ୍‌ଏମ୍‌ସି) ର ୫୨ତମ ବୈଠକରେ ଅନୁମୋଦନ କରାଯାଇଛି । ଦେଶର ୧୪ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଏହି ବୈଠକରେ ଅଂଶଗ୍ରହଣ କରିଥିଲେ । ଏହି ପ୍ରସ୍ତାବିତ ଗୃହ ଗୁଡିକ ହିତାଧିକାରୀ ଭିତ୍ତିକ ନିର୍ମାଣ, ସହଭାଗିତାରେ ସୁଲଭ ଗୃହ ଏବଂ ବସ୍ତି ବିକାଶର ସ୍ଥିତାବସ୍ଥାକୁ ଦୃଷ୍ଟିରେ ରଖି ନିର୍ମାଣ ହେବ । ରାଜ୍ୟମାନେ ବିଭିନ୍ନ ପ୍ରସଙ୍ଗ […]

ଦେଶ ବିଦେଶ

ପ୍ରସିଦ୍ଧ ମସଲା କମ୍ପାନି ଏମ୍‌ଡିଏଚ୍‌ର ମାଲିକ ଧରମପାଲ ଗୁଲାଟିଙ୍କ ପରଲୋକ

ନୂଆଦିଲ୍ଲୀ: ପ୍ରସିଦ୍ଧ ମସଲା କମ୍ପାନି ଏମ୍‌ଡିଏଚ୍‌ର ମାଲିକ ଧରମପାଲ ଗୁଲାଟିଙ୍କର ୯୮ ବର୍ଷ ବୟସରେ ପରଲୋକ ଘଟିଛି। ମସଲା ଦୁନିଆର ରାଜା କୁହାଯାଉଥିବା ଧରମପାଲ ଗୁଲାଟି ଦିଲ୍ଲୀର ମାତା ଚାନାନ ଦେବୀ ଡାକ୍ତରଖାନାରେ ଭର୍ତ୍ତି ହୋଇ ବେଶ୍‌ କିଛିଦିନ ହେବ ଚିକିତ୍ସିତ ହେଉଥିଲେ। ଗୁରୁବାର ସକାଳେ ତାଙ୍କର ଦେହାନ୍ତ ହୋଇଥିବା ଜାଣିବାକୁ ମିଳିଛି। ଧରମପାଲ ଗୁଲାଟିଙ୍କୁ ଲୋକେ ‘ଦାଦାଜୀ’ ଓ ‘ମହାଶାୟଜୀ’ ନାମରେ ମଧ୍ୟ ଜାଣନ୍ତି। ସେ ୧୯୨୩ ମସିହାରେ ପାକିସ୍ତାନର ସିଆଲକୋଟରେ ଜନ୍ମଗ୍ରହଣ କରିଥିଲେ। ବଡ଼ […]

ଦେଶ ବିଦେଶ

ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଜାମିନ

ନୂଆଦିଲ୍ଳୀ : ଏକ ଆତ୍ମହତ୍ୟା ମାମଲାରେ ଗିରଫ ହୋଇଥିବା ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଶେଷରେ ଜାମିନ ମିଳିଛି । ବମ୍ବେ ହାଇକୋର୍ଟ ଜାମିନ ଆବେଦନ ଖାରଜ କରିବା ପରେ ଅର୍ଣ୍ଣବ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ସୁପ୍ରିମକୋର୍ଟରେ ଆଜି ତାଙ୍କ ଜାମିନ ଆବେଦନର ଶୁଣାଣି ହୋଇଥିଲା । ଜଷ୍ଟିସ୍ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ସୁପ୍ରିମକୋର୍ଟ ଖଣ୍ଡପୀଠ ଅର୍ଣ୍ଣବଙ୍କ ସହ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ୫୦,୦୦୦ ବେଲ ବଣ୍ଡରେ ମୁକ୍ତ କରିବାକୁ ଆଦେଶ ଦେଇଛନ୍ତି । […]

ଦେଶ ବିଦେଶ

କୋଭିଡ-୧୯ର ସୁରକ୍ଷିତ ଟିକା ୨୦୨୦ ଶେଷ ହେବା ପୂର୍ବରୁ ମିଳିଯିବ: ଡୋନାଲ୍ଡ ଟ୍ରମ୍ପ

ୱାଶିଂଟନ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର କହିଛନ୍ତି, ଚଳିତ ବର୍ଷ ଶେଷ ହେବା ପୂର୍ବରୁ ଆମେରିକା ପାଖରେ କୋଭିଡ-୧୯ର ସୁକ୍ଷିତ ଓ ପ୍ରଭାବଶାଳୀ ଟିକା ଉପଲବ୍ଧ ହେବ । ସେ ଦେଶର କର୍ପୋରେଟ ସଂସ୍ଥାକୁ ପ୍ରତିଶ୍ରୁତି ଦେଇଛନ୍ତି ଯେ, ସେ ଦ୍ୱିତୀୟ ଥନ ନିର୍ବାଚିତ ହେଲେ, ଅଶା, ଅବସର ଓ ବିକାଶ ଆଗକୁ ବଢ଼ାଇବେ । ସୂଚନାଯୋଗ୍ୟ, ଅକ୍ଟୋବରରେ କରୋନା ଭାଇରସ ସଂକ୍ରମିତ ହେବା ପରେ ଟ୍ରମ୍ପଙ୍କୁ ସେନା ହସ୍ପିଟାଲରେ ଭତ୍ତି ର୍ କରାଯାଇଥିଲା […]

ଦେଶ ବିଦେଶ

ଶ୍ରମିକ ସ୍ପେଶାଲ ଟ୍ରେନ ରେ ଜନ୍ମିତ ନବଜାତ ଶିଶୁମାନଙ୍କୁ ପୂର୍ବତଟ ରେଳପଥ ଦେବ ଉପହାର

ବ୍ରହ୍ମପୁର : (ଅଭିରାମ ପାତ୍ର) ଭାରତୀୟ ରେଳବାଇ ଦ୍ୱାରା ଚଳାଚଳ କରୁଥିବା ଶ୍ରମିକ ସ୍ପେଶାଲ ଟ୍ରେନ ରେ ଶିଶୁ ଜନ୍ମ ହେବା ଖୁସି ଖବର ମିଳୁଛି I ଏହା ଭାରତୀୟ ରେଳବାଇ ପାଇଁ ଅତ୍ୟନ୍ତ ଶୁଭ  ଖବର  I ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଶ୍ରମିକ ସ୍ପେଶାଲ ଟ୍ରେନ ରେ ତିନିଟି ନବଜାତ ଶିଶୁ ଜନ୍ମ ହୋଇଛନ୍ତି ଏବଂ ଉଭୟ ନବଜାତ ଶିଶୁ ଓ ସେମାନଙ୍କ ମା ମାନଙ୍କୁ ରେଳବାଇ ପକ୍ଷରୁ ପ୍ରାଥମିକ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ […]

ଦେଶ ବିଦେଶ

WHOରେ ଭାରତକୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ସ୍ଥାନ, ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ହେଲେ କାର୍ଯ୍ୟକାରୀ ବୋର୍ଡ ଅଧ୍ୟକ୍ଷ

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟାଳୟର ବାର୍ଷିକ ବୈଠକ ନେତୃତ୍ୱ କରିବାକୁ ଏବେ ଭାରତ ସଂପୂର୍ଣ୍ଣ ପ୍ରସ୍ତୁତ  । ଭାରତ ପକ୍ଷରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ.ହର୍ଷବର୍ଦ୍ଧନ ୨୨ ମେ’ରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କାର୍ଯ୍ୟକାରୀ ବୋର୍ଡ ଅଧ୍ୟକ୍ଷ ପଦ ସମ୍ଭାଳିବେ । ଡ. ହର୍ଷବର୍ଦ୍ଧନ ଜାପାନର ଡକ୍ଟର ହିରୋକି ନକାତାନୀଙ୍କ ସ୍ଥାନ ନେବେ ।  ଡ. ହିରୋକି ଏବେ ୩୪ ସଦସ୍ୟ ବିଶିଷ୍ଟ ବୋର୍ଡର ଅଧ୍ୟକ୍ଷ ଅଛନ୍ତି । ଉଲ୍ଲେଖନୀୟ ଯେ, ଏହାପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ […]

ଦେଶ ବିଦେଶ

ଜି ଏସ୍ ଟି କାଉନସିଲ୍ ର ବଡ଼ ନିଷ୍ପତ୍ତି

ପଣଜୀ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଜିଏସ୍‌ଟି କାଉନସିଲର ୩୭ତମ ବୈଠକ ଏଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ମାନ୍ଦାବସ୍ଥା ଘେରରେ ଥିବା ହୋଟେଲ ଶିଳ୍ପକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ କାଉନସିଲ କେତେକ ନିଷ୍ପତ୍ତି ନେଇଛି। ବୈଠକ ଶେଷରେ ଅର୍ଥମନ୍ତ୍ରୀ ସୀତାରାମନ୍‌ ଏଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ କହିଛନ୍ତି ଯେ, ପର୍ଯ୍ୟଟନ ଶିଳ୍ପର ଅଙ୍ଗ ଭାବେ ପରିଗଣିତ ହୋଟେଲ ଶିଳ୍ପକୁ ପ୍ରୋତ୍ସାହନ ଦେବା ଲାଗି ନିଷ୍ପତ୍ତି ନିଆଯାଇଛି। ଏଣିକି […]

ଦେଶ ବିଦେଶ

ଭାରତକୁ ମିଳିଲା ପ୍ରଥମ ରାଫେଲ ବିମାନ

ନୂଆଦିଲ୍ଲୀ : ଭାରତୀୟ ବାୟୁସେନାକୁ ଆଜି ମିଳିଛି ପ୍ରଥମ ରାଫେଲ ଯୁଦ୍ଧ ବିମାନ। ପ୍ୟାରିସଠାରେ ଏହାକୁ ଡେପୁଟୀ ଚିଫ ଏୟାର ମାର୍ସାଲ ଭିଆର ଚୌଧୁରୀ ଗ୍ରହଣ କରିବା ସହିତ ଏକ ଚୁକ୍ତିପତ୍ରରେ ସ୍ୱାକ୍ଷର କରିଛନ୍ତି। ସେ ରାଫେଲବିମାନକୁ ପ୍ରାୟ ଏକ ଘଣ୍ଟା ଉଡାଇଥିବା ଜଣାପଡିଛି। ଆସନ୍ତା ଅକ୍ଟୋବର ୮ ଦଶହରା ଦିନ ଏହି ବିମାନକୁ ଆନୁଷ୍ଠାନିକ ଭାବେ ବାୟୁସେନାରେ ସାମିଲ କରାଯିବ। ଏହି ବିମାନର ଟେଲ ନମ୍ବର ଆରବି–୦୦୧। ଭାରତୀୟ ବାୟୁସେନାର ପରବର୍ତ୍ତି ମୁଖ୍ୟ ଆରକେ ଭଦୁରିଆଙ୍କ […]

ଦେଶ ବିଦେଶ

୨୭ ସେପ୍ଟେମ୍ୱରରେ ମୁହାଁମୁହିଁ ହେବେ ମୋଦି-ଇମ୍ରାନ୍

ନୂଆଦିଲ୍ଲୀ: ଆସନ୍ତା ସେପ୍ଚେମ୍ୱର ୨୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତିସଂଘ ସାଧାରଣ ପରିଷଦ ବୈଠକ (ୟୁଏନଜିଏ) ରେ ଯୋଗଦେବେ। ୟୁଏନଜିଏର ଅଧିକାରୀ ଏହି ସୂଚନା ଦେଇଛନ୍ତି। ୧୧୨ଟି ଦେଶ ଏହି ବୈଠକରେ ଯୋଗ ଦେବେ ଏ ନେଇ ୟୁଏନଜିଏ ତାଲିକା ପ୍ରକାଶ କରିଛି। ଯେଉଁଥିରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ନାଁ ମଧ୍ୟ ଏହି ତାଲିକାରେ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁଏନଜିଏରେ ଦ୍ୱିପାକ୍ଷିକ ଓ ତ୍ରିପାକ୍ଷିକ ଚୁକ୍ତି ବାବଦରେ ଭାରତର ଏଜେଣ୍ଡା ରଖିବେ ବୋଲି […]

ଦେଶ ବିଦେଶ

ଚନ୍ଦ୍ରପୃଷ୍ଠରେ ଅକ୍ଷତ ଅବସ୍ଥାରେ ବିକ୍ରମ, ପୁନଃ ଯୋଗାଯୋଗ ପାଇଁ ଇସ୍ରୋର ପ୍ରୟାସ

ନୂଆଦିଲ୍ଲୀ : ଚନ୍ଦ୍ର ପୃଷ୍ଠରେ ‘ହାର୍ଡ ଲାଣ୍ଡିଂ’ କରିବା ଯୋଗୁ ଲାଣ୍ଡର ବିକ୍ରମ ସହିତ ଯୋଗାଯୋଗ ବ୍ୟବସ୍ଥା ଛିନ୍ନ ହୋଇଥିଲା। କିନ୍ତୁ ବିକ୍ରମ ଖଣ୍ଡ ବିଖଣ୍ଡିତ ହୋଇନି। ଅକ୍ଷତ ଅବସ୍ଥାରେ ରହିଥିଲେ ହେଁ ସାମାନ୍ୟ ଢ଼ଳି ଯାଇଛି। ଲାଣ୍ଡର ବିକ୍ରମର ସ୍ଥିତି ଜାଣିବା ପରେ ଭାରତୀୟ ଅନ୍ତରୀକ୍ଷ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ)ର ନୂଆ ଆଶା ସଂଚାର ହୋଇଛି। ବିକ୍ରମ ସହ ପୁନଃ ଯୋଗାଯୋଗ ବ୍ୟବସ୍ଥା ସ୍ଥାପନ ପାଇଁ ଇସ୍ରୋର ବୈଜ୍ଞାନିକମାନେ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ଉଲ୍ଲେଖଯୋଗ୍ୟ […]