ବ୍ରହ୍ମପୁର

ବେଗୁନିଆପଡ଼ା ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି, 354 ଟି ଅଭିଯୋଗ l

 

 

 

 

 

ବେଗୁନିଆପଡ଼ା :  ବେଗୁନିଆପଡ଼ା ବ୍ଲକ ପରିସରରେ ଗଞ୍ଜାମ୍ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଉପସ୍ଥିତ ରହି 354 ଟି ଅଭିଯୋଗ ଗ୍ରହଣ କରିଛନ୍ତି l ଏଥି ମଧ୍ୟରୁ ବିଶେଷ ଭାବରେ ମୋ କୁଡିଆ, ପାନୀୟ ଜଳ ଯୋଗାଣ, ରାସନ୍ କାର୍ଡ, ଶିକ୍ଷା, ମଦ ଦୋକାନ ବନ୍ଦ, ରାସ୍ତା ନିର୍ମାଣ ସହ ଅନେକ୍ ଗୁରୁତ୍ୱପୂର୍ଣ୍ଣ ଘଟଣା ଉପରେ ଜନ ସାଧାରଣ ଅଭିଯୋଗ କରିଛନ୍ତି l ସୁମଣ୍ଡଳ ସ୍ଥିତ ରବି ଘୋଷ୍ ନୋଡାଲ ହାଇସ୍କୁଲର ଅଚଳାବସ୍ଥା ଉପରେ ସ୍ଥାନୀୟ ଜନ ସାଧାରଣ ଆସି ଜିଲ୍ଲାପାଳଙ୍କୁ ସାକ୍ଷାତ୍ କରିବା ସହ ବିଦ୍ୟାଳୟର କୌଣସି ଉନ୍ନୟନ ମୂଳକ କାମ ନ ହେବା ସହ 2018-19 ମସିହାରେ ଛାତ୍ରଛାତ୍ରୀଙ୍କୁ ମାଗଣା ପୋଷାକ ବଣ୍ଟନ ନହେବା, ଓ ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ମନ ମୁଖୀ କାର୍ଯ୍ୟ ଉପରେ ଅଭିଯୋଗ କରିବା ପରେ ଜିଲ୍ଲାପାଳ ଉକ୍ତ ସ୍ଥାନରେ ତୁରନ୍ତ ଡି ଇ ଓ ସନାତନ ପଣ୍ଡାଙ୍କୁ ସୁମଣ୍ଡଳ ରବି ଘୋଷ ବିଦ୍ୟାପୀଠକୁ ଯାଇ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେବାପରେ ଡି ଇ ଓ ଉକ୍ତ ବିଦ୍ୟାଳୟକୁ ଯାଇଥିଲେ l ଏହା ସହିତ ସୁମଣ୍ଡଳ ଠାରେ ମଦ ଦୋକାନ ଓ ଭାଟି ବନ୍ଦ ପାଇଁ ଗତ ମେ ମାସ 1 ତାରିଖରେ ଏକ ବଡ ଆନ୍ଦୋଳନ ହେବା ସହ 3 ଟି ଦୋକାନରେ ଆନ୍ଦୋଳନ କାରୀ ଅଗ୍ନି ସଂଯୋଗ କରିବା ପରେ ଦୋକାନ ବନ୍ଦ ଥିଲା I କିନ୍ତୁ ପୁଣି ମଦ ଦୋକାନ ଓ ଭାଟି ଯେପରି ନ ଖୋଲାଯାଏ ସେ ଦିଗରେ ପଦକ୍ଷେପ ନେବା ପାଇଁ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରାଯାଇଥିଲା l ଏହା ସହିତ ପୂର୍ତ୍ତ ବିଭାଗ ପକ୍ଷରୁ ବlଣିଆ ବାଡ଼ି ଠାରୁ ସୁମଣ୍ଡଳ ପର୍ଯ୍ୟନ୍ତ ନିର୍ମାଣ ହେବାକୁ ଥିବା ରାସ୍ତା ର ଚୁକ୍ତି ପୂରଣ ହୋଇଯାଇଥିବା ବେଳେ ବର୍ତ୍ତମାନ୍ ସୁଦ୍ଧା କାମ ଆରମ୍ଭ ହୋଇନଥିବା ନେଇ ସୁମଣ୍ଡଳ ଜନ ପ୍ରତିନିଧି ଓ ଲୋକେ ଅଭିଯୋଗ କରିଥିଲେ l

ଏହି ବ୍ଲକର ରାହାଡା ଓ ବେଗୁନିଆପଡ଼ା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର୍ ନିଯୁକ୍ତି ପାଇଁ ବ୍ଲକ ଅଧ୍ୟକ୍ଷା କେ. ରାଜଲକ୍ଷ୍ମୀ ଦୋରା, ପ୍ରତିନିଧି ବିଜୟ କୁମାର ଦୋରା, ଜିଲ୍ଲା ପରିଷଦ ସଭ୍ୟ ପ୍ରଫୁଲ୍ଲ ଚନ୍ଦ୍ର ତିଆଡ଼ି, ତ୍ରିନାଥ ଭୂୟାଁ ପ୍ରମୁଖ ଜିଲ୍ଳାପାଳଙ୍କୁ ଅଭିଯୋଗ କରିଥିଲେ l କୋଦଳା NAC ଅନ୍ତର୍ଗତ ଶିବାନନ୍ଦ ଶିକ୍ଷାକେନ୍ଦ୍ର, ଶିବାନନ୍ଦ କୋଚିଂ ସେଣ୍ଟର, ଦଣ୍ଡିଶ୍ୱର କୋଚିଂ ଓ ଷ୍ଟଡି ସେଣ୍ଟର ଆଦି ଘରୋଇ ଟ୍ୟୁସନରେ  ସରକାରୀ ଶିକ୍ଷକ ମାନେ ପାଠ ପଢ଼ାଉଥିବା ନେଇ ଜାପାନ ବଢ଼େଇ ଓ ତ୍ରିପତି ପ୍ରସାଦ ଶତପଥି ଅଭିଯୋଗ କରିଛନ୍ତି l ଏହା ସହିତ ବିଭିନ୍ନ ହିତାଧିକାରୀ ମୋ କୁଡିଆ ଯୋଜନା ରେ ଗୃହ ପ୍ରଦାନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ପ୍ରଦାନ, ରାସନ୍ କାର୍ଡ ପ୍ରଦାନ, ପାଇଖାନା ପ୍ରାପ୍ୟ ପ୍ରଦାନ ଓ ବିଭିନ୍ନ ଭତା ପ୍ରଦାନ ନେଇ ବହୁ ଲୋକ ଆବେଦନ ସହ ଅଭିଯୋଗ କରିଥିଲେ l ଆଜିର ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଛତ୍ରପୁର ଉପ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୁଷ୍ଟି, ଜିଲ୍ଲା ଶିକ୍ଷାଧିକାରୀ ସନାତନ ପଣ୍ଡା, ଏସ୍ ଡି ପି ଓ ନିମାଇଁ ଚରଣ ସେଠୀ, କୋଦଳା ତହସିଲଦାର ପ୍ରଭାତ କୁମାର ପରିଡା, ବି ଡି ଓ ଅରୁଣ କୁମାର ମଲ୍ଲିକ, କୋଦଳା ଆଇ ଆଇ ସି ଦିଲ୍ଲୀପ କୁମାର ସାହୁ, ବେଗୁନିଆପଡ଼ା ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରା, ବି ଇ ଓ କମଳା କାନ୍ତ ସାହୁ ଙ୍କ ସମେତ ସମସ୍ତ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ l