ଅପରାଧ

୨ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆ ଗିରଫ

ଗଜପତି : ଗଜପତି ଜିଲ୍ଲା ମୋହନା ପୁଲିସ ଯାନବାହାନ ଯାଞ୍ଚ କରିବା ବେଳେ ରାଇସିଂ ଛକ ଠାରୁ ଏକ କାରରୁ ଗଞ୍ଜେଇ ଜବତ କରି ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗଜପତି ଏସପି ସାରା ଶର୍ମାଙ୍କ ନିର୍ଦ୍ଦେଶକ୍ରମେ ମୋହନା ପୁଲିସ ଏହି ଯାଞ୍ଚ ଚଳାଇଥିଲା। ଅଡବା ପଟୁ ଏକ ଦ୍ରୁତଗତିରେ ଆସୁଥିବାବେଳେ ପୁଲିସ ଅଟକାଇ ଯାଞ୍ଚ କରିଥିଲା। ସେଥିରେ ଗଞ୍ଜେଇ ଥିବା ଜଣାପଡିବା ପରେ କାର ସହ ଗଞ୍ଜେଇ ଜବତ କରି ୨ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିଲା। ଅଭିଯୁକ୍ତମାନେ ହେଲେ ଦିଲ୍ଲୀ ଦ୍ୱାରିକାପୁର ଅଞ୍ଚଳର ରଣବୀର ଯାଦବ ଓ ଭକ୍ତିୟପୁର ପାଟଣାପୁର ଅଞ୍ଚଳର ମୁକେଶ ଯାଦବ। ଏହି ଗଞ୍ଜେଇ ଗୁଲୁବ ଅଞ୍ଚଳରୁ ଦିଲ୍ଲୀ ଚାଲାଣ କରାଯାଉଥିବା ନେଇ ବୈଠକରେ ସୂଚନା ଦିଆଯାଇଛି। ଏମାନେ ଆନ୍ତଃରାଜ୍ୟ ଗଞ୍ଜେଇ ଚାଲାଣ ରାକେଟ ସହ କାମ କରୁଥିଲେ ବୋଲି ଗଜପତି ଅତିରିକ୍ତ ଏସପି ସୀତାରାମ ଶତପଥୀ ପ୍ରକାଶ କରିଛନ୍ତି। ମୋହନା ପୁଲିସ ମାମଲା ରୁଜୁ କରିବା ସହ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଥିବା ଅଧିକାରୀ ସୁଜିତ ନାୟକ କହିଛନ୍ତି।