ମନୋରଞ୍ଜନ

ଅଭିମାନିନୀ – କାର୍ତ୍ତିକ ପାଣିଗ୍ରାହି

ଅଭିମାନିନୀ

ତୁମେ କୃଷ୍ଣ
ମୁଁ କୃଷ୍ଣା
ତୁମେ ପୂଣ୍ୟର ଜଳଧି
ମୁଁ କିନ୍ତୁ ତୃଷ୍ଣା
ତୁମେ ସର୍ବ ଯଜ୍ଞର ପୂର୍ଣାହୁତି
ମୁଁ ଯାଜ୍ଞସେନୀ
ଏ ସୃଷ୍ଟି ତୁମ ସୃଷ୍ଟି ସତ
ତମେ କିନ୍ତୁ ମୋ ପାଖରେ ଋଣୀ
ମୁଁ ଆଜି ଯାଏ ଜାଣି ପାରିନି
ତୁମେ ଅବିବେକୀ . ନା ମୁଁ ବୋକୀ…?
ବାରମ୍ବାର ମୁଁ ଲଜ୍ଜିତ ଲାଂଛିତ ଅପମାନିତ ହେଲେ ବି
କାହିଁକି ହରାଇ ପାରୁନି ତୁମଠାରୁ ଆସ୍ଥା
ଯଦିଓ ମୁଁ ଜାଣିଛି
ତୁମ ଇଛା ବିରୁଦ୍ଧରେ ପତ୍ର ବି ହଲେନା

ହେ କେଶବ ….!
କେହି ନ ଜାଣିଲେ ବି ତୁମେ ତ ଜାଣ
କାହାର ଯୋଗ୍ୟା ମୁଁ ଥିଲି
ଜାହାସ ଭୋଗ୍ୟା ମୁଁ ହେଲି…?
ବାଳୁତ ପଣରେ ମାଗି ଦେଇଥିଲି
ସର୍ବଗୁଣ ସଂପର୍ଣ୍ଣ ସାଥୀଟିଏ ବୋଲି
ଆଶାକୁ ମୋ ବାଣ୍ଟିଦେଲ ଭାଗ ଭାଗ କରି

ହେ ମାଧବ …
ଅର୍ଜୁନଙ୍କୁ ଯଦି କରିବାର ଥିଲା
ମୋ ଠାରୁ ଅନ୍ତର
କାହିଁକି ଅସୁଥିଲ ତୁମେ
ଧନଞ୍ଜୟ ରୂପେ ସାମ୍ନାକୁ ମୋହର…?
ସତ କୁହ କି ଲାଭ ପାଉଥିଲ
ଏତେ ଦହଗଞ୍ଚ କରି …?

ହେ କୃଷ୍ଣ…
ତମେ ପରା ଆସିଥିଲ ଧର୍ମ ସଂସ୍ଥାପନେ
ସେଥିପାଇଁ ମୋତେ ଅସ୍ତ୍ର କରିବା
କଣ ନିହାତି ଜରୁରୀ ଥିଲା…
ମହାଭାରତର ନାୟିକା ସଜାଇବା
କଣ ସମୀଚିନ ଥିଲା…
ଅନ୍ତରଦାହର ନିଆଁର ଅହରହ ଜଳୁଥିବା
ମହାଦାନୀ କର୍ଣ୍ଣଙ୍କ ପ୍ରତି
ମୋର ସହାନୁଭୁତି ଜଣ ଅନୁଚିତ ଥିଲା..?

ହେ କେଶବ…
ଏବେ ତ ମାନିଯାଅ
ତୁମ ମହତ୍ବାକାଂକ୍ଷାର
ଆମେ ସବୁ କ୍ରୀଡ଼ନକ ବୋଲି….
ମୁଁ ଜାଣେ ତୁମେ ନିହାତି ସ୍ବାର୍ଥପର
ଯାହା ବି କରୁଥିଲା
ତୁମ ପାଇଁ କରୁଥିଲ
ଯାହା ବି ଦେଇଥିଲ
ସେଥିରେ ବି ତୁମ ସ୍ବାର୍ଥ ହିଁ ଥିଲା…
ତୁମେ କୃଷ୍ଣ ହୋଇପାର
କିନ୍ତୁ କେବେ କୃଷ୍ଣା ହୋଇନପାର
ହେ ସଖା…
ତୁମକୁ ମୁଁ ସ୍ନେହ ତ କରେ
ପ୍ରେମ ତ କରେ
ଏବଂ ପୂଜା ବି କରେ …
କିନ୍ତୁ ଅଭିମାନରେ