ଓଡ଼ିଶା

ଆଜି ବି ମହାପ୍ରଭୁ ଲିଙ୍ଗରାଜ ଉପାସ

ଭୁବନେଶ୍ୱର: ଲିଙ୍ଗରାଜ ମହାପ୍ରଭୁ ଆଜି ବି ଉପାସ ଲିଙ୍ଗରାଜଙ୍କ ଜମିରେ ବଡୁ ନିଯୋଗର ବେଆଇନ୍ର୍ନିମାଣ ଉଚ୍ଛେଦ ଦାବିରେ ବ୍ରାହ୍ମଣ ନିଯୋଗ ପୂଜାପଣ୍ଡା ନିଯୋଗ ଜିଦ୍ରେ ଅଟଳ ରହିବାରୁ ଦ୍ୱିତୀୟ ଦିନରେ ମଧ୍ୟ ମହାପ୍ରଭୁଙ୍କ ନୀତିକାନ୍ତି ହୋଇପାରିନି

ଗଙ୍ଗୁଆ ନଦୀ କୂଳ ଜମିରେ ବଡୁ ନିଯୋଗର ନିର୍ମାଣକୁ ନେଇ ଉପୁଜିଛି ବିବାଦ। ବ୍ରାହ୍ମଣ ନିଯୋଗ ପୂଜାପଣ୍ଡା ନିଯୋଗ ଏହାକୁ ବିରୋଧ କରି ନୀତିକାନ୍ତି ବନ୍ଦ ରଖିଛନ୍ତି। ଅଭିଯୋଗ ଆଣିଛନ୍ତି ମହାପ୍ରଭୁ ଲିଙ୍ଗରାଜଙ୍କ ଜମିରେ ବଡୁ ନିଯୋଗ ବେଆଇନ୍ଭାବେ ର୍ନିମାଣ କରୁଛି। କିନ୍ତୁ ବିବାଦୀୟ ଜମିକୁ ନିଜର ବୋଲି ଦାବି କରିଛି ବଡୁ ନିଯୋଗ। ଏହି ଜମି ଦୀର୍ଘ ଶହରୁ ଅଧିକ ହେବ ବଡ଼ୁ ନିଯୋଗ ନାଁରେ ରହିଛି। ଏବେ ଏହାକୁ ନେଇ କାହିଁକି ବିବାଦ ଦେଖାଦେଲା ବୋଲି ବଡୁ ନିଯୋଗ ପାଲଟା ଅଭିଯୋଗ କରିଛି

ଅନ୍ୟପକ୍ଷରେ ବଡ଼ୁ ନିଯୋଗର ନିର୍ମାଣକୁ ମନ୍ଦିର ପ୍ରଶାସନ ବେଆଇନ୍ଦର୍ଶାଇଛି। କୁହାଯାଇଛି ଏହି ଜମିକୁ ସୁରକ୍ଷା ଦେବା ଦାୟିତ୍ୱରେ ସେବାୟତ ଥିଲେ। ହେଲେ ଏହା ସମ୍ପୂର୍ଣ୍ଣ ଭାବେ ଲିଙ୍ଗରାଜଙ୍କର ବୋଲି ମନ୍ଦିର ଟ୍ରଷ୍ଟ ବୋର୍ଡର କାର୍ଯ୍ୟ ନିର୍ବାହୀ ଅଧିକାରୀ କହିଛନ୍ତି। ଏହି ମାମଲାକୁ ନେଇ ଗତକାଲି ଏକ ବୈଠକ ବସିଥିଲା। ଏଥିରେ କୌଣସି ସମାଧାନ ବାହାରି ପାରି ନଥିଲା