ଦେଶ ବିଦେଶ

ମୋଦି ସରକାର ୨.୦କୁ ପୂରିଲା ୧୦୦ ଦିନ

ନୂଆଦିଲ୍ଲୀ : ମୋଦି ସରକାର .୦କୁ ଆଜି ୧୦୦ ଦିନ ପୂରଣ ହୋଇଛି ଗତ ୧୦୦ ଦିନ ମଧ୍ୟରେ ସରକାରଙ୍କ ବହୁ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ରହିଛି ସରକାରଙ୍କ ୧୦୦ ଦିନର ଉପଲବ୍ଧିକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ବିିଜେପି ତରଫରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରିବାକୁ ଯୋଜନା ହେଉଛି ରିପୋର୍ଟ ମୁତାବକ, ଅବସରରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ରାଜ୍ୟରେ ଜିଲ୍ଲାସ୍ତରୀୟ କୁଇଜ୍ପ୍ରତିଯୋଗିତାର ଆୟୋଜନ କରାଯିବ। ଏଥିସହ ଛୋଟ ଛୋଟ କାର୍ଯ୍ୟକ୍ରମ, ପ୍ରେସ୍ବ୍ରିଫିଙ୍ଗ୍‌, ପ୍ୟାମ୍ପ୍ଲେଟ୍ଡିଷ୍ଟ୍ରିବ୍ୟୁସନ୍‌, ବୁକ୍ଲେଟ୍ଏବଂ ସୋସିଆଲ ମିଡିଆରେ ସରକାରଙ୍କ କାର୍ଯ୍ୟକ୍ରମର ପ୍ରଚାରପ୍ରସାର କରାଯିବ। ସେପ୍ଟେମ୍ବର ୧୨ ତାରିଖରେ ପ୍ରଧାନମନ୍ତ୍ରୀ ମଥୁରାର ସାହିବଗଞ୍ଜ ମଲ୍ଟି ମଡେଲ ହବ୍ ଉଦ୍ଘାଟନ୍କରିବେ। ଏହି କାର୍ଯ୍ୟକ୍ରମ ଅବସରରେ ମୋଦି ସରକାରଙ୍କ ପ୍ରମୁଖ ମନ୍ତ୍ରୀମାନଙ୍କୁ ସମ୍ପାଦକୀୟ ଲେଖିବାକୁ କୁହାଯାଇଛି ସୂଚନାନୁଯାୟୀ, ସେପ୍ଟେମ୍ବର ତାରିଖରେ ପ୍ରେସ୍କନ୍ଫରେନ୍ସ ମାଧ୍ୟମରେ ସରକାରଙ୍କ ବିଭିନ୍ନ ଯୋଜନା ଏବଂ ଉପଲବ୍ଧି ସମ୍ପର୍କରେ ଜନତାଙ୍କୁ ଅବଗତ କରାଯିବ। ସେପ୍ଟେମ୍ବର ୧୦ ତାରିଖରେ ଦେଶର ପ୍ରମୁଖ ସହରରେ ଦଳୀୟ ନେତାମାନେ ମୋଦି ସରକାରଙ୍କ .୦ର ଉପଲବ୍ଧି ବିଷୟରେ ସୂଚନା ଦେବେ ଚଳିତବର୍ଷ ମୋଦି ସରକାର ବହୁ ଗୁରୁତ୍ୱପୂର୍ଣ୍ଣ ବିଲ୍ପାସ୍କରିବାରେ ସଫଳ ହୋଇଛନ୍ତି। ଧାରା ୩୭୦, ଟ୍ରିପଲ ତଲାକ୍ବିଲ୍‌, ମୋଟରଯାନ୍ଆଇନ୍୨୦୧୯, ଆଇବିସି କୋଡ ୨୦୧୯ ଭଳି ବିଭିନ୍ନ ଆଇନ୍ଲାଗୁ କରାଯାଇଛି। ଏଥିସହ ଆର୍ଥିକ ଅଭିବୃଦ୍ଧି ଲାଗି ସରକାର ବ୍ୟାଙ୍କଗୁଡ଼ିକ ପାଇଁ ୭୦ ହଜାର କୋଟିର ପ୍ୟାକେଜ୍ଘୋଷଣା କରିଛନ୍ତି। ତେବେ ସରକାର ସମସ୍ତ କ୍ଷେତ୍ରରେ ଉନ୍ନତି ଲାଗି ଯୋଜନା ପ୍ରସ୍ତୁତ କରିଥିବା ଜଣାଯାଇଛି