ଓଡ଼ିଶା

ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଘାତକ ସାଜିଛି ହର୍ପିସ୍ ଭୂତାଣୁ

ଭୁବନେଶ୍ୱର : ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଘାତକ ସାଜିଛି ହର୍ପିସ୍ଭୂତାଣୁ ଏଥିରୁ ହାତୀମାନଙ୍କୁ ବଞ୍ଚାଇ ଯାଇପାରୁନାହିଁ ଫଳରେ କ୍ରମାଗତ ହାତୀ ମୃତ୍ୟୁ ଜାରି ରହିଛି ଗୁରୁବାର ସନ୍ଧ୍ୟାରେ ୭ବର୍ଷର ମାଈହାତୀ କମଳାର ମୃତ୍ୟୁ ଘଟିଥିବାବେଳେ ଏହାର ଦିନକ ପରେ ଆଉ ଏକ ବର୍ଷର ମାଈହାତୀ ଗୌରୀ ଆଖିବୁଜିଛି ମାସ ହୋଇଥିବାବେଳେ ଗୌରୀକୁ ୨୦୧୨ ଡିସେମ୍ବର ୨୩ରେ ଆଠଗଡ଼ ବନାଞ୍ଚଳରୁ ଉଦ୍ଧାର କରାଯାଇ ଅଣାଯାଇଥିଲା ଗୌରୀର ମୃତ୍ୟୁକୁ ମିଶାଇଲେ ଗତ ୨୬ ଦିନ ମଧ୍ୟରେ ହାତୀଙ୍କ ଜୀବନ ଗଲାଣି ଅନ୍ୟ ମୃତ ହାତୀ ହେଲେ ଜୁଲି, ଚନ୍ଦନ କମଳା ଶୁକ୍ରବାର ରାତି ସୁଦ୍ଧା ପ୍ରାଣୀଉଦ୍ୟାନରେ ହାତୀସଂଖ୍ୟା ହ୍ରାସ ପାଇ ୪ରେ ପହଞ୍ଚତ୍ଛି ସେଥିମଧ୍ୟରେ ପ୍ରେମା, ବାସନ୍ତୀ, ହୀରା ହାତୀ ଶାବକ ମାମା ରହିଛନ୍ତି ରୋଗର ପ୍ରତିଷେଧକ ପାଇଁ ପ୍ରାଣୀଉଦ୍ୟାନ ଡାକ୍ତରମାନେ ଦେଉଥିବା ଟିକା କାମ କରୁନାହିଁ ଫଳରେ ବଞ୍ଚତ୍ରହିଥିବା ହାତୀଙ୍କ ଜୀବନ ପ୍ରତି ବିପଦ ମାଡ଼ି ଆସିଛିଗୁରୁବାର କମଳାର ମୃତ୍ୟୁ ପରେ ଗୌରୀ ପ୍ରତି ବିଶେଷ ଧ୍ୟାନ ଦିଆଯାଇଥିଲା। କାରଣ ତା ଦେହ ରଙ୍ଗ ବଦଳିବାକୁ ଲାଗିଥିଲା। ଜିଭ ରକ୍ତାକ୍ତ ଦେଖାଯିବା ସହିତ ଅଧିକାଂଶ ସମୟରେ ସେ ଘୁମାଉଥିଲା। ସେ ମଧ୍ୟ ହର୍ପିସ୍ଦ୍ୱାରା ଆକ୍ରାନ୍ତ ଥିବା ଆଶଙ୍କା କରାଯାଇ ଶୁକ୍ରବାର ଚିକିତ୍ସା କରାଯାଇଥିଲା। ଅପରାହ୍ନ ସାଢ଼େ ଗୋଟାଏରେ ତା ସ୍ବାସ୍ଥ୍ୟାବସ୍ଥାରେ ଅବନତି ଘଟିଥିଲା। ଏହି ରୋଗର ନିରାକରଣ ପାଇଁ ଔଷଧ ଥିବା କୁହାଯାଉଥିବାବେଳେ ପ୍ରତିଷେଧକ ପାଇଁ ଆସିକ୍ଲୋଭାର ନାମକ ଇଞ୍ଜେକ୍ଶନ ଦିଆଯାଇଥିଲା। ଆଉ ଗୋଟିଏ ଇଞ୍ଜେକ୍ଶନ ରାତି ୧୨ଟାରେ ଦିଆଯିବାକୁ ଯୋଜନା ଥିବାବେଳେ ଶନିବାର ଟେକ୍ନିକାଲ ସ୍ବାସ୍ଥ୍ୟ କମିଟି ଆସିବାର ଥିଲା। କିନ୍ତୁ ଏହା ପୂର୍ବରୁ ଶୁକ୍ରବାର ରାତି ପ୍ରାୟ ୧୦ଟାରେ ଗୌରୀର ମୃତ୍ୟୁ ଘଟିଥିଲା

କ୍ରମାଗତ ହାତୀମୃତ୍ୟୁ ନେଇ ପ୍ରାଣୀପ୍ରେମୀ ବିଶେଷଜ୍ଞ ମହଲରେ ଗଭୀର ଶୋକ ଏବଂ କ୍ଷୋଭ ପ୍ରକାଶ ପାଇଛି। ସେମାନେ ପ୍ରାଣୀଉଦ୍ୟାନ କର୍ତ୍ତୃପକ୍ଷଙ୍କୁ ଦାୟୀ କରୁଛନ୍ତି। କାରଣ ୨୦୦୯ରେ କେନ୍ଦ୍ରୀୟ ଚିଡିଆଖାନା ପ୍ରାଧିକରଣ(ସିଜେଡ୍) ସାରା ଦେଶର ଚିଡିଆଖାନାରେ ହାତୀଙ୍କୁ ରଖିବାକୁ ବାରଣ କରି ସର୍କୁଲାର ଜାରି କରିଥିଲେ। ଏପରିକି ଚିଡିଆଖାନାରୁ ହାତୀଙ୍କୁ ସ୍ଥାନାନ୍ତର ପାଇଁ ଆବଶ୍ୟକ ଖର୍ଚ୍ଚ ସିଜେଡ୍ ବହନ କରିବ ବୋଲି କୁହାଯାଇଥିଲା। ତଦନୁଯାୟୀ ହାତୀମାନଙ୍କ ଶିମିଳିପାଳ, ସାତକୋଶିଆ ଆଦି ସ୍ଥାନକୁ ସ୍ଥାନାନ୍ତର କରାଯାଇପାରିଥାନ୍ତା। କିନ୍ତୁ ତାହା କରା ଯାଇ ପ୍ରାଣୀଉଦ୍ୟାନରେ ହାତୀଙ୍କୁ ଆଗଭଳି ଚେନ୍ଶିକୁଳି ପକେଇ ବାନ୍ଧି ରଖାଗଲା। ଫଳରେ ଏବେ ହାତୀ ମଡ଼କ ହୋଇଛି ବୋଲି ବିଶେଷଜ୍ଞମାନେ ଅଭିଯୋଗ କରୁଛନ୍ତି। ଅନ୍ୟପକ୍ଷରେ ସିଜେଡ୍ ସର୍କୁଲାରକୁ ଅଦ୍ୟାବଧି କାହିଁକି ପାଳନ କରାଯାଇନାହିଁ ଏବଂ ଏଥିପାଇଁ କେଉଁ ଅଧିକାରୀମାନେ ଦାୟୀ, ତାହାର ତର୍ଜମା କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ପ୍ରାଣୀପ୍ରେମୀମାନେ ଦାବ କରିଛନ୍ତି ପ୍ରାଣୀଉଦ୍ୟାନ ତରଫରୁସେଣ୍ଟର ଫର ୱାଇଲ୍ଡ ଲାଇଫ୍ହେଲ୍କୁ ବାର୍ଷିକ ଅନୁଦାନ ୨୫ଲକ୍ଷ ଟଙ୍କାରୁ ବଢ଼ାଯାଇ ୫୦ ଲକ୍ଷ ଟଙ୍କା କରାଗଲା। ତଥାପି ହାତୀମାନଙ୍କୁ ସୁରକ୍ଷିତ ରଖାଯାଇପାରୁନାହିଁ। ଏବେ ହର୍ପିସ୍ଭୂତାଣୁୁକୁ ଦାୟୀ କରି ପ୍ରାଣୀଉଦ୍ୟାନ ଅଧିକାରୀମାନେ ଖସିଯିବାକୁ ଉଦ୍ୟମ କରୁଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷରେ ଅବହେଳାକୁ ମଧ୍ୟ ଦାୟୀ କରାଯାଉଛି। କାରଣ ହର୍ପିସ୍ଜନିତ ସଂକ୍ରମଣକୁ ଦୂରେଇ ରଖିବା ଯେତିକି ଆବଶ୍ୟକ, ତାଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହାତୀମାନଙ୍କ ଖାଦ୍ୟ, ଉପଯୁକ୍ତ ବ୍ୟାୟାମ। କାରଣ ଉପଯୁକ୍ତ ଖାଦ୍ୟ ଦ୍ୱାରା ଶରୀରକୁ ସୁଷମ ପୋଷଣ ମିଳିଥାଏ। ବିଶେଷଜ୍ଞମାନଙ୍କ କହିବାନୁଯାୟୀ, ହାତୀମାନେ ପ୍ରାୟ ପ୍ରକାରର ଗଛ ଡାଳକୁ ଖାଇବାକୁ ଭଲ ପାଇଥାନ୍ତି। ସେଗୁଡ଼ିକ ହେଲା ବର, ଓସ୍ତ, ମଇ ରାଜି। ଏହି ଗଛର ପତ୍ର ଏବଂ ଡାଳରୁ ହାତୀଙ୍କୁ ସୁଷମ ପୋଷଣ ମିଳିଥାଏ। କିନ୍ତୁ ନନ୍ଦନକାନନରେ କେବଳ ବର ଏବଂ ଓସ୍ତ ପତ୍ରଡାଳ ଖାଇବାକୁ ଦିଆଯାଇଥାଏ। ତେଣୁ ଏଭଳି ଅବହେଳାର ତର୍ଜମା କରାଯାଇ ତୁରନ୍ତ ପଦକ୍ଷେପ ନିଆଯିବାକୁ ଦାବି ହେଉଛି