ଦେଶ ବିଦେଶ

କିପରି କାର୍ଯ୍ୟ କରିବ ନୂଆ କେନ୍ଦ୍ରଶାସିତ ଅଞ୍ଚଳ

ନୂଆଦିଲ୍ଲୀ : ଜମ୍ମୁକଶ୍ମୀରକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିବା ପାଇଁ କେନ୍ଦ୍ର ସରକାର ଆଣିଥିବା ବିଲ୍ସୋମବାର ରାଜ୍ୟ ସଭାରେ ଗୃହୀତ ହୋଇଛି ଏହା ଆଇନରେ ପରିଣତ ହେଲେ ଜମ୍ମୁକଶ୍ମୀର ଏବଂ ଲଦାଖ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ହେବ ଜମ୍ମୁକଶ୍ମୀର ପାଇଁ ବିଧାନସଭା ରହିବାକୁ ଥିବାବେଳେ ଲଦାଖରେ ବିଧାନସଭା ରହିବ ନାହିଁ ଜମ୍ମୁ କଶ୍ମୀର ଅନ୍ତର୍ଗତ ଅଞ୍ଚଳ ଜମ୍ମୁକଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳ ଅଧୀନରେ ରହିବ ଏବଂ ବର୍ତ୍ତମାନର ରାଜ୍ୟପାଳ ଦୁଇ କେନ୍ଦ୍ରଶାସିତ ଅଞ୍ଚଳର ଉପରାଜ୍ୟପାଳ ହେବେ ଜମ୍ମୁକଶ୍ମୀର ବିଧାନସଭାର କାର୍ଯ୍ୟକାଳ ବର୍ଷ ରହିବ ଏହାର ବିଧାୟକ ସଂଖ୍ୟା ୧୦୭ ରହିବାକୁ ଥିବାବେଳେ ସେଥିରୁ ୨୪ଟି ଆସନ ପାକ୍ଅଧିକୃତ କଶ୍ମୀର(ପିଓକେ) ଅଞ୍ଚଳ ପାଇଁ ଖାଲି ରହିବ ଜମ୍ମୁକଶ୍ମୀର ରାଜ୍ୟ ବିଧାନସଭାରେ ୧୧୧ ବିଧାୟକ ଥିବାବେଳେ ସେଥିରୁ ୮୭ ଜଣ ନିର୍ବାଚିତ ଜଣ ମନୋନୀତ ହେଉଥିଲେ ବାକି ୨୪ ଆସନ ପିଓକେ ପାଇଁ ଖାଲି ରହୁଥିଲା ଜମ୍ମୁକଶ୍ମୀରରୁ ରାଜ୍ୟ ସଭାକୁ ଜଣ ଏମ୍ପି ନିର୍ବାଚିତ ହେଉଥିବାବେଳେ ତାହା ଅପରିବର୍ତ୍ତିତ ରହିବ ଲୋକ ସଭାକୁ ନିର୍ବାଚିତ ହେଉଥିବା ଏମ୍ପିଙ୍କ ମଧ୍ୟରୁ ଜମ୍ମୁକଶ୍ମୀରରୁ ଲଦାଖ କେନ୍ଦ୍ରଶାସିତ ଅଞ୍ଚଳରୁ ଜଣେ ଏମ୍ପି ନିର୍ବାଚିତ ହେବେ ବିଧାନସଭାରେ ଗୃହୀତ ବିଲ୍ଉପରାଜ୍ୟପାଳଙ୍କ ଅନୁମୋଦନ ପରେ ଆଇନରେ ପରିଣତ ହେବ ତେବେ ଉପରାଜ୍ୟପାଳ ଚାହଁଲେ ଏହାକୁ ସ୍ବୀକୃତି ଦେବେ, ଅଟକାଇ ରଖିବେ କିମ୍ବା ରାଷ୍ଟ୍ରପତିଙ୍କ ବିଚାର ପାଇଁ ପଠାଇବେ