ବ୍ରହ୍ମପୁର

ବଜ୍ରାଘାତରେ ୨ ଯୁବତୀ ଗୁରୁତର

କୁକୁଡ଼ାଖଣ୍ଡି : (ଵିଭୂନନ୍ଦନ ପଣ୍ଡା ) ସଦର ଥାନା ଅନ୍ତର୍ଗତ ଜଗଦଳପୁର ଗ୍ରାମର ସନ୍ତୋସି ନଗର ନାୟକ ସାହିର ୨ ଜଣ ଯୁବତୀ ବଜ୍ରାଘାତରେ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି l ସୂଚନା ଅନୁଯାୟୀ ଜାଣିବାକୁ ମିଳିଛି ଯେ,ଜଗଦଳପୁର ନାୟକ ସାହିର ଡମ୍ଭୁରୁ ନାୟକଙ୍କ ଝିଅ ସୁନିତା ନାୟକ(୨୦) ,ଅନ୍ୟ ଜଣେ ସ୍ବର୍ଗତ କାଳିଆ ନାୟକ ଝିଅ ସଂତୋଷି ନାୟକ (୧୮)ଉଭୟ ମିସି ସୋମବାର ସନ୍ଧ୍ୟାରେ ମୂଲ କାମ ସାରି ଘରକୁ ଫେରୁଥିବା ବେଳେ  ଭୀଷଣ ବର୍ଷା ପବନ ସହ ବଜ୍ରାଘାତ ହେବା ଫଳରେ ଦୁଇ ଯୁବତୀଙ୍କ ଶରୀର ପୋଡି ହୋଇ ଗୁରୁତର ଆହତ ହୋଇପଡ଼ିଥିଲେ lଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳବାସୀ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଯୁବତୀଙ୍କୁ ଉଦ୍ଧାର କରିବା ସହ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ମେଡ଼ିକାଲକୁ ପଠେଇଥିବା ଜାଣିବାକୁ ମିଳିଛି lବିଶ୍ଵ ପରିବେଶ ଦିଵସରେ , ଗଛ ନ କାଟିବା ନେଇ ସଚେତନତା କଲେ ପ୍ରବାସୀ