ବ୍ରହ୍ମପୁର

ସନ୍ତୋଷୀ ମା ପରିଚାଳନା କମିଟି ଓ ମହାନ୍ ସଂଘ ପକ୍ଷରୁ ପୋଖରି ସଫେଇ କାର୍ଯ୍ୟକ୍ରମ

ବ୍ରହ୍ମପୁର: (ଶଙ୍କର ରଣା) ସମ୍ପ୍ରତି କରୋନା ପରିପ୍ରେକ୍ଷୀରେ ଶ୍ରମିକଙ୍କ ନିମନ୍ତେ କର୍ମ ସଂସ୍ଥାନ ସ୍ରୁଷ୍ଟି କରିବା ଓ ଜଳ ସରଂକ୍ଷଣ ତଥା ସ୍ଵଚ୍ଛତା ରକ୍ଷା କରିବା ନେଇ ସ୍ଵପ୍ନେଶ୍ଵର ଓ ସନ୍ତୋଷିମା ଉନ୍ନୟନ କମିଟି ପକ୍ଷରୁ ମହାନସଂଘ ସହଯୋଗରେ ବିଜିପୁର ସନ୍ତୋଷିମା ମନ୍ଦିର ସନ୍ନିକଟ ସୁନାରି ବନ୍ଧ ସଫେଇ କାର୍ଯ୍ୟ ଗତକାଲି ଆରମ୍ଭ କରାଯାଇଛି। ତିନିଦିନ ବ୍ୟାପି ଏହି କାର୍ଯ୍ୟକ୍ରମକୁ ସମାଜସେବୀ ସୁଶାନ୍ତ କୁମାର ସାବତ, ମନ୍ଦିର ପରିଚାଳନା କମିଟି ସଭାପତି ସଞ୍ଜୟ କୁମାର ମାଝୀଙ୍କ ସମେତ ମନ୍ଦିର କମିଟିର ସିମାଞ୍ଚଳ ସାହୁ, ସୁନୀଲ ପାଣିଗ୍ରାହୀ, ଲଳିତ ମଙ୍ଗରାଜ, ଭୀଷ୍ମଚାର୍ଯ୍ୟ ଚୌଧୁରୀ, ସୁରେଶ ତ୍ରିପାଠୀ, ବନ୍ଦିତା ତ୍ରିପାଠୀ, ସବିତା ସାହୁ, ମନୋଜ ସାହୁ ଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ଓ ସଦସ୍ୟା ଯୋଗ ଦେଇଥିଲେ।