ବ୍ରହ୍ମପୁର

କ୍ୱାରେଣ୍ଟିନ ଗଲେ ଘରୋଇ କ୍ଲିନିକର ଡାକ୍ତର ଓ କର୍ମଚାରୀ

ବ୍ରହ୍ମପୁର : ( ଅସିତ ପଣ୍ଡା) ବ୍ରହ୍ମପୁର ନୂଆ ବସଷ୍ଟାଣ୍ଡ ନିକଟସ୍ଥ ଅଶୋକ ନଗର ଠାରେ ଥିବା ଏକ ଘରୋଇ କ୍ଲିନିକ ର ଡାକ୍ତର ଓ କର୍ମଚାରୀ ସଂଘରୋଧ ଗୃହକୁ ଗଲେ। କ୍ଲିନିକ ର ଡାକ୍ତର ସୁଶାନ୍ତ ପାଣିଗ୍ରାହୀ ସମେତ ତାଙ୍କ ଷ୍ଟାଫଙ୍କୁ କ୍ଵରେଟନାଇନ ସେଣ୍ଟରକୁ ପଠାଯାଇଛି। ଉକ୍ତ କ୍ଲିନିକରୁ ଗତ କାଲି ଏକ ରୋଗୀଙ୍କ କରୋନା ପଜେଟିଭ ବାହାରିଥିବା ଜଣାପଡିବା ପରେ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଏହି ନିଷ୍ପତି ନିଆଯାଇଛି। କ୍ଲିନିକରେ ଚିକିଶ୍ଚିତ ହେଉଥିବା ଅନ୍ୟ ରୋଗୀ ମାନଙ୍କୁ  ମେଡିକାଲକୁ  ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳୁଛି। ତେବେ ଉଭୟ ଡାକ୍ତର ଓ କ୍ଲିନିକର କର୍ମଚାରୀ ମାନେ କ୍ଵରେଣ୍ଟିନ ଯିବା ଯୋଗୁଁ କ୍ଲିନିକ ଏକ ପ୍ରକାର ବନ୍ଦ ହୋଇଥିବା ଜଣାପଡିଛି।

61