ଓଡ଼ିଶା

ଆଉ ନାହାନ୍ତି ପ୍ରଖ୍ୟାତ ନ୍ୟୁରୋ ସର୍ଜନ ସନାତନ ରଥ

କଟକ: ଓଡ଼ିଶାରେ ନ୍ୟୁରୋରୋ ଚିକିତ୍ସା ବିଜ୍ଞାନର ଭୀଷ୍ମ ପିତାମହ ପ୍ରଫେସର ଡାକ୍ତର ସନାତନ ରଥ ଆଉ ନାହାନ୍ତି କର୍କଟ ରୋଗରେ ପୀଡ଼ିତ ପ୍ରଫେସର ରଥ ତୁଳସୀପୁରସ୍ଥିତି ନିଜ ବାସଭବନରେ ଶଯ୍ୟାଶାୟୀ ଥିଲେ ଆଜି ଦିନ ପ୍ରାୟ ସାଢ଼େ ୧୦ଟା ବେଳକୁ ହୃଦଘାତରେ ଆଖି ବୁଜି ଦେଇଛନ୍ତି ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା ପ୍ରଫେସର ରଥଙ୍କ ମୃତ୍ୟୁ ରାଜ୍ୟର ନ୍ୟୁରୋ ଚିକିତ୍ସା କ୍ଷେତ୍ରରେ ଅପୂରଣୀୟ କ୍ଷତି ଆଣିଦେଇଛି ଜୁଲାଇ ୨୫, ୧୯୩୪ ମସିହାରେ ଜନ୍ମିତ ପ୍ରଫେସର ରଥ ୧୯୫୭ ମସିହାରେ ଏମବିବିଏସ୍ ପାସ୍ କରିଥିଲେ ୧୯୬୨ ମସିହାରେ ପାଟଣାରୁ ଏମଏସ୍(ସର୍ଜନ) ଏବଂ ୧୯୬୫ ମସିହାରେ ସିଏମସି, ଭେଲୋର ରୁ ନ୍ୟୁରୋ ସର୍ଜରୀରେ ଏମଏସ୍ ଡିଗ୍ରୀ ହାସଲ କରିଥିଲେ ଅତ୍ୟନ୍ତ ମେଧାବୀ ଛାତ୍ର ଥିବାରୁ ତାଙ୍କୁ ବାହାରେ ଲୋଭନୀୟ ଅଫର୍ ମିଳିଥିଲେ ମଧ୍ୟ ତାହାକୁ ପ୍ରତ୍ୟାଖ୍ୟାନ କରି ଓଡ଼ିଶାକୁ ନିଜର ସେବା କ୍ଷେତ୍ର ଭାବେ ବାଛିଥିଲେ ତାଙ୍କୁ ଓଡ଼ିଶାରେ ନ୍ୟୁରୋ ସର୍ଜନ ଚିକିତ୍ସାର ଜନକ ବୋଲି କୁହାଯାଏ କଟକରେ ଏସସିବିରେ ଯୋଗଦେବା ପରେ ପ୍ରଫେସର ରଥଙ୍କ ଉଦ୍ୟମରେ ସେଠାରେ ନ୍ୟୁରୋଲୋଜି ଏବଂ ନ୍ୟୁରୋ ସର୍ଜରୀ ୟୁନିଟ୍ ସ୍ଥାପନ କରାଯାଇଥିଲା ଏସସିବିର ନ୍ୟୁରୋ ସର୍ଜରୀ ବିଭାଗର ପ୍ରଫେସର ତଥା ବିଭାଗୀୟ ମୁଖ୍ୟ ଭାବେ ଦୀର୍ଘ ବର୍ଷ କାର୍ଯ୍ୟ କରି ଅବସର ଗ୍ରହଣ କରିଥିଲେ ଏହାପୂର୍ବରୁ ୧୯୯୧ ମସିହାରେ ରାଜ୍ୟ ଡାକ୍ତରୀ ଶିକ୍ଷାର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଇଥିଲେ ୧୯୯୪ ମସିହାରେ ନ୍ୟୁରୋଲୋଜିକାଲ୍ ସୋସାଇଟି ଅଫ ଇଣ୍ଡିଆର ସଭାପତି ନିର୍ବାଚିତ ହୋଇଥିଲେ ପ୍ରଫେସର ରଥଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି ଜଟିଳ ନ୍ୟୁରୋ ଚିକିତ୍ସା କ୍ଷେତ୍ରରେ ତାଙ୍କର ଯଥେଷ୍ଟ ସୁନାମ ଥିଲା ଜଣେ ପ୍ରତିଭାବାନ ପ୍ରଫେସର ଭାବେ ମଧ୍ୟ ତାଙ୍କର ଖ୍ୟାତି ଥିଲା ଓଡ଼ିଶାରେ ସ୍ୱାସ୍ଥ୍ୟ ଶିକ୍ଷା କ୍ଷେତ୍ର ବିଶେଷ କରି ନ୍ୟୁରୋଲୋଜି ଶିକ୍ଷାରେ ତାଙ୍କର ଅବଦାନ ସବୁବେଳ ପାଇଁ ସ୍ମରଣୀୟ ରହିବ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି ସ୍ୱର୍ଗତ ରଥଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ସବୁ ବର୍ଗର ବିଶିଷ୍ଟ ବ୍ୟକ୍ତିମାନେ ସ୍ୱର୍ଗତ ରଥଙ୍କ ବିୟୋଗରେ ଗଭୀର ଶୋକପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି