ବ୍ରହ୍ମପୁର

ମାନିଲେନି ଘରୋଇ ସାଙ୍ଗରୋଧ ନିୟମ, ବିଡ଼ିଓ ପଠାଇଲେ ସରକାରୀ ସଙ୍ଗରୋଧ କେନ୍ଦ୍ରକୁ

କୁକୁଡାଖଣ୍ଡି : (ଵିଭୂନନ୍ଦନ ପଣ୍ଡା ) କୁକୁଡାଖଣ୍ଡି କୁକୁଡାଖଣ୍ଡି ବ୍ଲକ ପାଣ୍ଡିଆଝୋଳି ଗ୍ରାମରେ ଜଣେ କରୋନା ଆକ୍ରାନ୍ତ ଚି଼ହ୍ନଟ ହେବାପରେ ପୁରା ଗ୍ରାମକୁ ଗତକାଲି ସିଲ କରିଥିଲା ପ୍ରଶାସନ I ଏବଂ ଆକ୍ରାନ୍ତ ବ୍ୟକ୍ତି ଜଣଙ୍କ ପ୍ରଶାସନ କୌଣସି ପ୍ରକାର ସ୍ପଷ୍ଟ କରିନଥିଲେ ବି ସ୍ଥାନୀୟ ଅଞ୍ଚଳର ହୋଇଥିବାରୁ ପୁରା ଗ୍ରାମରେ କୋକୁଆ ଭୟ ଖେଳିଯାଇଛି I ଆଜି କୁକୁଡାଖଣ୍ଡି ବିଡ଼ିଓ ଗଦାଧର ପାତ୍ର ଓ ଅତିରିକ୍ତ ତହସିଲଦାର ଅମ୍ରିତ୍ ମହାନ୍ତି  ଉକ୍ତ ଗ୍ରାମକୁ ଯାଇଥିବା ସମୟରେ ତିନି ଜଣ ସୁରତ ଫେରନ୍ତା ଗ୍ରାମରେ ବୁଲୁଥିବାର ଜାଣିପାରିଥିଲେ। ପୂର୍ବରୁ ସେମାନେ ବିଦ୍ୟାଳୟରେ ସାତ ଦିନ ସଙ୍ଗରୋଧରେ ରହିବା ପରେ ସରକାରୀ ନିୟମ ମୁତାବକ ଘରେ ସଙ୍ଗରୋଧରେ ରହିବା ପାଇଁ ଛାଡ଼ିଥିଲା ପ୍ରଶାସନ ପରନ୍ତୁ ନୀତି ନିୟମକୁ ଜଳାଞ୍ଜଳି ଦେଇ ସେମାନେ ବାହାରେ ବୁଲୁଥିବାର ଖବର ପାଇଁ ବିଡ଼ିଓ  ଶ୍ରୀ ପାତ୍ର ସେମାନଙ୍କୁ ପୁନର୍ବାର ସରକାରୀ ସଙ୍ଗରୋଧ କେନ୍ଦ୍ରକୁ ଆମ୍ବୁଲାନ୍ସ ଯୋଗେ ପଠାଇଥିଲେ I ଆକ୍ରାନ୍ତ ଚି଼ହ୍ନଟ ହେବାପରେ ଗ୍ରାମର ସମସ୍ତଙ୍କ ସ୍କ୍ରିନିଙ୍ଗ କରାଯାଇଥିବା କଥା କହିଛନ୍ତି ବିଡ଼ିଓ I ଏବଂ ପ୍ରଶାସନ ତରଫରୁ ସେମାନଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଆସନ୍ତା କାଲି ଯୋଗାଇ ଦିଆଯିବ ଏବଂ ଚି଼ହ୍ନଟ ବ୍ୟକ୍ତିଙ୍କ ଗସ୍ତ ବିବରଣୀ ଆସିବା ପରେ ସଂପର୍ଶରେ ଆସିଥିବା ବ୍ୟକ୍ତିଙ୍କ କରୋନା ପରୀକ୍ଷା କରାଯିବ ବୋଲି କହିଛନ୍ତି I