ଓଡ଼ିଶା

ଅସହାୟଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ ।

ଗାଇସିଲାଟ : (ଶ୍ୟାମସୁନ୍ଦର ସୁନା) ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ମହାମାରୀ କରୋନା ପ୍ରଭାବରେ,ଆନ୍ତଃ ରାଜ୍ୟଶ୍ରମିକ ଓ ଘରେ ଥିବା ତାଙ୍କ ପରିବାର ପଡିଛି।ଘରେ ନିଜେ ନିଜ ମା ବାପା ମାନଙ୍କୁ ଫେରିବା ବାଟକୁ ଚାହିଁରହିଛନ୍ତି ।ଅନେକ ପରିବାର ପୁଅର ରୋଜଗାରରେ ଚଳୁଥିବା ମା ବାପା ନିଜ ପୁଅର ଫେରିବା ବାଟକୁ ଚାହିଁବସିଛନ୍ତି।ଏହାକୁ ଆଖି ଆଗରେ ରଖି ଏଡ଼ ଏଟ ଏକ୍ସନର ସହାୟତ ରେ ଦେବଦତ୍ତ କ୍ଲବ ପ୍ରଭାବିତ ପରିବାର କୁ ଶୁଖିଲା ଖାଦ୍ୟ ବଣ୍ଟନ କରିବା ପାଇଁ ହାତ ବଢାଇଛି।ବରଗଡ଼ ଜିଲ୍ଲାର ଗାଇସିଲାଟ ବ୍ଲକ ରେ ଉକ୍ତ ସଙ୍ଗଠନ, କତାବାହାଲ,ଡଙ୍ଗବାହାଲ,ସନ୍ଧିବାହାଲ,ଜଗଲପାଟ,ଓ ଫିରିଙ୍ଗିମାଲ ଗ୍ରାମପଞ୍ଚାୟତ ର 27 ଟି ଗ୍ରାମର 150 ଟି ଦେଶାନ୍ତର ପରିବାରଙ୍କୁ ଚାଉଳ,ଡ଼ାଲି,ସୋୟବଡୀ, ତେଲ,ସାବୁନ,ଚୁଡା,ଲୁଣ,ସରପ,ଆଦି ବଣ୍ଟନ କରିଥିଲେ।ଦେବଦତ୍ତ କ୍ଲବର ସମ୍ପାଦକ କାହ୍ନୁଚରଣ ମାଝି ଙ୍କ ପରିଚାଳନା ରେ ,ସେସଦେଵ ସାହୁ , ବିଜୟ ମାଝି,ଓ ଯୋଗେନ୍ଦ୍ର ସାହୁ, ଗାଁ ଗାଁ କୁ ବୁଲି ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ।ଏଥିରେ କତାବାହାଲ ସରପଞ୍ଚ ପ୍ରମିଳା ବଢ଼େଇ,କଠଉ ମାଲ ସରପଞ୍ଚ ତପସ୍ପିନି ଦୁଦୁକା, ଓ ଫିରିଙ୍ଗିମାଲ ସରପଞ୍ଚ ଟିକେନନି ସାହୁ,ଅତିଥି ଭାବେ ଯୋଗଦେଇ ସଙ୍ଗଠନ ଓ ସ୍ବେଛାସେବୀ ମାନଙ୍କୁ ଉତ୍ସାହିତ କରିଥିଲେ।