ଓଡ଼ିଶା

ସମ୍ପୂର୍ଣ୍ଣ ମାସ୍କ ଗାଁ କାର୍ଯ୍ୟକ୍ରମ ଜରିଆରେ ସାରା ଜିଲ୍ଲାବାସୀଙ୍କୁ ମାସ୍କ ବଣ୍ଟନ , ସମ୍ପୂର୍ଣ୍ଣ ମାସ୍କ ଜିଲ୍ଲା କରିବା ଲକ୍ଷ୍ୟ ରଖିଛି ପ୍ରଶାସନ

ଗଜପତି :(ବ୍ୟୁରୋ) ସାରାଦେଶରେ ଜାରି ରହିଛି  କୋରନା ବିରୋଧରେ ଲଢ଼େଇ , ଦୀର୍ଘ 3 ମାସ ଧରି କୋରନାକୁ ପ୍ରତିରୋଧ କରିବା ପାଇଁ କଟକଣା ମଧ୍ୟରେ ଜୀବନଯାପନ କରୁଛନ୍ତି ଜନ ସାଧାରଣ, ଏତେ ସବୁ ସ୍ବତ୍ତେ କୋରନା ସହିତ ଲଢି ଲଢି ବଞ୍ଚିବାକୁ ପଡିବ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। ଏଭଳି ସ୍ଥିତିରେ ସରକାର ଘରୁ ବାହାରକୁ ବାହାରିଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଥିବା ବେଳେ ବଜାରରେ ମାସ୍କର ଚାହିଦା ମେଣ୍ଟାଇବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି ସରକାର , କିନ୍ତୁ ସବୁବେଳେ କିଛି ନୁଆଁ କରି ଦେଖାଇବା ମନବୃର୍ତ୍ତି ଲୋକଙ୍କ ସେବା କରିବାର ସୁଯୋଗ ନେଇ ଆସେ। ସେହି ମନୋଭାବ ପୋଷଣ କରିଆସୁଥିବା ଗଜପତି ଜିଲ୍ଲାପାଳ ପ୍ରତେକ ଥର ଭଳି ଏଥର ବି କିଛି କରିବା ପାଇଁ ଆଗକୁ ଆସିଛନ୍ତି।  ପୁର୍ବରୁ  ଟିଚ୍ ଗଜପତି ଜରିଆରେ ଶିକ୍ଷା ଦାନ ପ୍ରକିୟା ହେଉ କିମ୍ବା ଛାତ୍ର ଛାତ୍ରୀଙ୍କ ସୁପର 30 ମିଶନ , ସବୁ ବେଳେ ଜିଲ୍ଲା ବାସୀଙ୍କ ପାଇଁ ଚିନ୍ତା କରିଆସୁଥିବା ଜିଲ୍ଲାପାଳ ଅନୁପମ ସାହା ଏଥର କୋରନା ସମୟରେ, ସଙ୍କ୍ରମଣକୁ ଏଡାଇବା ନିମନ୍ତେ  ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଥିବା ବେଳେ ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଅଞ୍ଚଳରେ ମାସ୍କର ଅଭାବକୁ ଦୁର କରିବା ସହ ମହିଳାମାନଙ୍କୁ ରୋଜଗାର କ୍ଷମ କରିବା ପାଇଁ ଆପଣାଇଛନ୍ତି ଆଉ ଏକ ଭିନ୍ନ ଉପାୟ । ସମ୍ପୂର୍ଣ୍ଣ ମାସ୍କ ଗାଁ କାର୍ଯ୍ୟକ୍ରମ ଆରମ୍ଭ କରି ମହିଳା ମାନଙ୍କୁ ରୋଜଗାର କ୍ଷମ କରିବା ସହ ଗ୍ରାମାଞ୍ଚଳରେ  ମାସ୍କ ଯୋଗା ଯାଉଛି ।  100ରୁ ଉର୍ଦ୍ଧ ମହିଳା ସ୍ୱୟଂସହାୟୀକା ଗୋଷ୍ଠୀଙ୍କୁ ଓଡିଶା ଜିବିକା ମିସନ ଜରିଆରେ  ମହିଳା ମାନଙ୍କୁ ଶିଲେଇ ଶିକ୍ଷା ଦେବା ସହ ମାସ୍କ ତିଆରି କରିବା ପାଇଁ ନିୟୋଜିତକରି ବର୍ତ୍ତମାନ ସୁଦ୍ଧା ଦୁଇ ଲକ୍ଷ ୫୭ ହଜାର ୫ଶହରୁ ଉର୍ଦ୍ଧ ମାସ୍କ ତିଆରି କରାଯାଇଥିବା ବେଳେ ତନମଧ୍ୟରୁ ଏକଲକ୍ଷ ୮୫ ହଜାର ୮୭୨ ଗୋଟି ମାସ୍କ ଓଡିଶା ଜିବିକା ମିସନ ଜରିଆରେ କ୍ରୟକରି  ସେ ସବୁକୁ ସରକାରୀ ଦପ୍ତର ଓ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ଅନ୍ୟାନ୍ୟ ଆବଶ୍ୟକୀୟ ସ୍ଥଳେ ବଣ୍ଟନ କରାଯାଉଛି। ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଅଞ୍ଚଳରେ ମାସ୍କ ବ୍ୟବହାର ନିମନ୍ତେ ସମ୍ପୂର୍ଣ୍ଣ ମାସ୍କ ଗାଁ କାର୍ଯ୍ୟକ୍ରମ ଜରିଆରେ ଅନ୍ୟ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ମାନଙ୍କ ଦ୍ଵାରା ମଧ୍ୟ ବିକ୍ରି ଓ ବଣ୍ଟନ କରାଯାଇଛି । ଯା ଦ୍ବାରା ସେମାନେ ରୋଜଗାର କ୍ଷମ ହୋଇ ପାରୁଛନ୍ତି  । ବର୍ତ୍ତମାନ ସୁଦ୍ଧା ଜିଲ୍ଲାର ୪୬୫ଟି ସମ୍ପୂର୍ଣ୍ଣ ମାସ୍କ ଗାଁ କରାସରିଛି ଆଗାମୀ ଦିନରେ ଜିଲ୍ଲା ର ସମସ୍ତ ଗାଁକୁ ସମ୍ପୂର୍ଣ୍ଣ ମାସ୍କ ଗାଁ କରାଯିବାର ଲକ୍ଷ୍ୟ ରଖିଛି ପ୍ରଶାସନ  ।