ବ୍ରହ୍ମପୁର

ଗୋପାଳପୁର ଥାନା ପରିସରରେ ଭ୍ରାମ୍ୟମାଣ ରକ୍ତଦାନ ଶିବିର ଅନୁଷ୍ଠିତ

ବ୍ରହ୍ମପୁର : (ଶଙ୍କର ରଣା)   କରୋନା ମହାମାରୀ ଭୁତାଣୁ ସଂକ୍ରମଣ କୁ ଭୟକରି ରକ୍ତଦାତା ଙ୍କ ସଂଖ୍ୟା କମିଯାଇଥିବାରୁ ବ୍ରହ୍ମପୁର ରକ୍ତ ଭଣ୍ଡାରରେ ରକ୍ତର ଅଭାବ ଦେଖାଦେଇଛି । ଫଳରେ ବହୁ ନିରୀହ ରୋଗୀ ଅନେକ ସମୟରେ ରକ୍ତ ଅଭାବରୁ ମୃତ୍ୟୁମୁଖରେ ପଡୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ରଙ୍କ ଠାରୁ ଅନୁମତି ଆଣି ମଙ୍ଗଳବାର ଗୋପାଳପୁର ଥାନାଧିକାରୀ ବିବେକାନନ୍ଦ ମହନ୍ତଙ୍କ ତତ୍ତ୍ୱାବଧାନରେ ଥାନା ପରିସରରେ ଭ୍ରାମ୍ୟମାଣ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହାକୁ ସଦର ଏସ୍‌ଡିପିଓ ଜୟନ୍ତ ମହାପାତ୍ର ଉଦ୍‌ଘାଟନ କରିଥିବା ବେଳେ ବିଜେଡି ନେତା ଏ.ଜାନକୀ ରାମ, ଶଶିଭୂଷଣ ମହାନ୍ତି, ମୋହନ ରେଡ୍ଡୀଙ୍କ ସହ ଅଞ୍ଚଳର ବହୁ ସମାଜସେବୀ, ବୁଦ୍ଧିଜୀବୀ, ଯୁବଗୋଷ୍ଠୀ, ସାମ୍ବାଦିକ ଯୋଗଦେଇ ଏହି କାର୍ଯ୍ୟକ୍ରମ ସଫଳ କରିଥିଲେ । ଗୋପାଳପୁର ଥାନର ଅନ୍ୟାନ୍ୟ ଅଧିକାରୀ ପୁରୁଷୋତ୍ତମ ପାଇକ, ଜ୍ଞାନରଞ୍ଜନ ସାହୁ, ହାବିଲଦାର ଅଜୟ କୁମାର ଶତପଥୀ, ଗୋପାଳ ପଣ୍ଡା, ସାମ୍ବାଦିକ ଶିବରାମ ଚୌଧୁରୀଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ବ୍ରହ୍ମପୁର ରକ୍ତ ଭଣ୍ଡାର ର ବସନ୍ତ ବେହେରା, ଲିଟୁ ପଟ୍ଟନାୟକ ଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ ।