ବ୍ରହ୍ମପୁର

ଗଞ୍ଜାମ ଜିଲ୍ଳା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବେ ରବି ନାରାୟଣ ବେହେରାଙ୍କ ଦାୟିତ୍ଵ ଗ୍ରହଣ I

ଛତ୍ରପୁର : (ଶଙ୍କର ରଣା)   ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବେ ରବି ନାରାୟଣ ବେହେରା ଆଜି ଦାୟିତ୍ଵ ଗ୍ରହଣ କରିଛନ୍ତି। ସେ ୧୯୯୬ ମସିହାରେ ଓଡ଼ିଶା ସୂଚନା ସେବାରେ ଯୋଗଦାନ କରି ପ୍ରଥମେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜୟପୁର ଠାରେ କାର୍ଯ୍ୟ ଆରମ୍ଭ କରିଥିଲେ। ପରେ ପରେ କୋରାପୁଟ,ଗଞ୍ଜାମ ଜିଲ୍ଲାରେ ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବେ ସୁଚାରୁ ରୂପେ ଦାୟିତ୍ଵ ତୁଲାଇଥିଲେ। ଏଥିପୂର୍ବରୁ ଜୟଦେବ ଭବନ ମ୍ୟାନେଜର ଏବଂ ପରେ ପରେ ସୂଚନା ଓ ଲୋକସମ୍ପର୍କ ବିଭାଗରେ ପ୍ରଦର୍ଶନୀ ସଂଗଠକ ଭାବେ ଦାୟିତ୍ଵ ସମ୍ପାଦନ କରିଥିଲେ। ଏହି ଜିଲ୍ଲାର ବ୍ରହ୍ମପୁର ଉପଖଣ୍ଡ ସ୍ତରୀୟ ଲୋକସମ୍ପର୍କ ଅଧିକାରୀ ଭାବେ ମଧ୍ୟ କାର୍ଯ୍ୟ ସମ୍ପାଦନ କରିଥିଲେ। ଆଜି ଗଞ୍ଜାମ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି। କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଶ୍ରୀ ବେହେରାଙ୍କୁ ସ୍ୱାଗତ ଜଣାଇଥିଲେ। ସେ ଜଣେ ଅଭିଜ୍ଞ, ଦାୟିତ୍ୱବାନ, କର୍ତ୍ତବ୍ୟନିଷ୍ଠ ଓ ମେଳାପି ସ୍ଵଭାବର ଅଧିକାରୀ ଭାବେ ଜଣାଶୁଣା।