ବ୍ରହ୍ମପୁର

ଜେଲ ଫେରନ୍ତା କୋରନା ଆକ୍ରାନ୍ତ ଚି଼ହ୍ନଟ

କୁକୁଡାଖଣ୍ଡି: (ଵିଭୂନନ୍ଦନ ପଣ୍ଡା)  କୁକୁଡାଖଣ୍ଡି କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଲାଠି ଗ୍ରାମର ଗୌଡ଼ ସାହିରୁ ଜଣେ କୋରନା ଆକ୍ରାନ୍ତ ଚି଼ହ୍ନଟ ପରେ ସମ୍ପୂର୍ଣ ସାହିକୁ ସିଲ କରିଚି କୁକୁଡାଖଣ୍ଡି ବ୍ଲକ ପ୍ରଶାସନ I ଆକ୍ରାନ୍ତ ଜଣଙ୍କ ଗତ ବୁଧବାର ଜେଲରୁ ଜାମିନରେ ଫେରିଥିବା ବେଳେ ଗତକାଲି ତାଙ୍କ ରିପୋର୍ଟ ପୋଜିଟିଭ ଆସିଥିଲା I ତୁରନ୍ତ କୁକୁଡାଖଣ୍ଡି ବିଡ଼ିଓ ଗଦାଧର ପାତ୍ର ଏବଂ ଅତିରିକ୍ତ ତହସିଲଦାର ଆମ୍ବିତ ମହାନ୍ତିଙ୍କ ସମେତ ଡାକ୍ତରୀ ଦଳ ଓ ପୋଲିସ କର୍ମଚାରୀ ଉକ୍ତ ଗ୍ରାମକୁ ସମ୍ପୂର୍ଣ ରୂପରେ ସିଲ କରିଥିଲେ I ପୂର୍ବରୁ ଅଙ୍ଗନବାଡି କର୍ମୀ ଓ ଆଶା କର୍ମୀ ମାନଙ୍କ ଦ୍ୱାରା ସମ୍ପୂର୍ଣ ସ୍କ୍ରିନି ସରିଥିବାବେଳେ ପୁନର୍ବାର ପୁରା ଗ୍ରାମବାସିକୁ ସ୍କ୍ରିନି କରିବା ପାଇଁ ନିର୍ଦ୍ଧେଶ ଦେଇଚନ୍ତି ବିଡ଼ିଓ I ଏବଂ ସଂପର୍ଶରେ ଆସିଥିବା ବ୍ୟକ୍ତି ମାନଙ୍କୁ ସଙ୍ଗରୋଧରେ ରହିବା ପାଇଁ ନିର୍ଦ୍ଧେଶ ଦିଆ ଯାଇଥିବା ସୂଚନା ମିଳିଚି I  ଉଚ୍ଚପଦସ୍ଥ ଅଧିକାରୀଙ୍କ ନିର୍ଦ୍ଧେଶ ନ ଆସିବା ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ହାଟାଯିବ ନାହିଁ ବୋଲି ସୂଚନା ମିଳିଚି I ପୂର୍ବରୁ ବ୍ଲକ ଅନ୍ତର୍ଗତ ପାଣ୍ଡିଆଝୋଳି ଗ୍ରାମରେ ଜଣେ ଆକ୍ରାନ୍ତ ଚି଼ହ୍ନଟ ପରେ ପୁରା ଗାଁକୁ ସିଲ କରିଥିଲା ପ୍ରଶାସନ ।