ବ୍ରହ୍ମପୁର

ପାଟପୁର ଥାନାରେ ଅପରାଧୀ ଙ୍କ ଆତ୍ମହତ୍ୟା ଉଦ୍ୟମ

କୁକୁଡାଖଣ୍ଡି: (ଵିଭୂନନ୍ଦନ ପଣ୍ଡା) ଗଞ୍ଜାମ ଜିଲ୍ଲା ପାଟପୁର ଥାନା ରେ ଜଣେ ଅପରାଧୀ ଙ୍କ ଆତ୍ମହତ୍ୟା ଉଦ୍ୟମ । ମେଡିକାଲ ରେ ଭର୍ତି ।ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଭିତରେ ଜଣେ ହତ୍ୟା ଘଟଣା ର ଅଭିଯୁକ୍ତ ଗିରଫ ପରେ ଥାନା ଲାଟିନ ଭିତରେ ଫିନ।ଇଲ ପିଇ ଆତ୍ମହତ୍ୟା ଉଦ୍ୟମ । ଅଭିଯୁକ୍ତ ଜଣଙ୍କ କବିସୁର୍ଯ୍ୟନଗର ର ପ୍ରମୋଦ ଦଳାଇ ବୟସ 28 ବର୍ଷ ଗତ 23 ତାରିଖ ରେ ହୀଂଜିଲି ବିଭୁପ୍ରସାଦ ଦାସ ଙ୍କୁ ତପ୍ତପାଣି ଜଙ୍ଗଲ ରେ ଗଞ୍ଜେଇ ବ୍ୟବସାୟ କୁ କେନ୍ଦ୍ର କରି ହତ୍ୟା କରାଯାଇଥିବା ବେଳେ ପୂର୍ବ ରୁ  ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା କାଲି ରାତିରେ କବିସୁର୍ଯ୍ୟନଗର ରୁ ପୋଲିସ ପ୍ରମୋଦ କୁ ଉଠାଇନେଇଥିବା ବେଳେ ଆଜି ସକାଳେ ଥାନାରେ ଲାଟିନ ଯିବା କୁ କହି ଭିତରେ ଫିନାଇଲ ପିଇ ଦେଇଥିଲେ । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ପ୍ରଥମେ ନିକଟସ୍ତ ଆଡପଡା ଗୋଷ୍ଟି ସ୍ୱାସ୍ତ୍ୟକେନ୍ଦ୍ର ଭର୍ତିକରି ଚିକିତ୍ସା କରାଯାଇଥିଲା ଗୁରୁତର ଥିବାରୁ ଆମ୍ବୁଲାନ୍ସ ରେ ବ୍ରହ୍ମପୁର ବଡ଼ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି । ସୂଚନା ମୁତାବକ ଯୁବକ ଜଣଙ୍କ ବିବାହ ଠିକ ହୋଇଥିବା ବେଳେ ଗିରଫ ଜେଲ ଯିବା କୁ ଭୟ କରି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ।