ବ୍ରହ୍ମପୁର

ବସ୍ ସହ ଟ୍ରାକ୍ଟର ଧକ୍କା, ଟ୍ରାକ୍ଟର ଡ୍ରାଇଭର ସହ ୩ ଆହାତ

କୁକୁଡାଖଣ୍ଡି: (ଵିଭୂନନ୍ଦନ ପଣ୍ଡା) ସଦର ଥାନା ଅଧିନସ୍ତ ବ୍ରହ୍ମପୁର ଦିଗପହଣ୍ଡି ରାସ୍ତା ମହୁରୀ କାଳୁଆ ନିକଟସ୍ଥ ବାଘଝରି ଗ୍ରାମ  ନିକଟରେ ଯାତ୍ରୀବାହି ବସ ସହ ଇଟାବୋଝେଇ ଟ୍ରାକଟର ମୁହାଁମୁହିଁ ଧକା ହୋଇଥିଲା ଟ୍ରାକଟର ଡ୍ରାଇଭର ସମେତ ୩ ଦୁର୍ଘଟଣାରେ ଆହାତ ହୋଇଥିବା ଜଣାପଡିଛି । ବସ୍ ଟି ର ନାମ ମା ଆଦିଶକ୍ତି ନମ୍ବର ଓଡ଼ି. ୦୨ଏସ ୮୩୯୬ ଇନ୍ଦ୍ରାବତୀ ରାୟଗଡା ବ୍ରହ୍ମପୁର ଅଭିମୁଖେ ରେ ଯାଉଥିବା ବେଳେ ବସରେ ପାଖାପାଖି ୪୦ରୁ ଉର୍ଦ୍ଧ ଯାତ୍ରୀ ବସିଥିଲେ  ଵୋଲି ଜଣାପଡିଛି ।ଦିଗପହଣ୍ଡି ବ୍ରହ୍ମପୁର ଆଡୁ ଟ୍ରାକଟର ନମ୍ବର ଓଡି.୦୭ଟି ୪୬୭୦ ଇଟାଭଝ ଧରି ଆସୁଥିବା ବେଳେ ମୁହାଁମୁହିଁ ଧକ୍କା ହୋଇଥିବା ଯୋଗୁଁ ଘଟଣାସ୍ଥଳ ରେ ଟ୍ରାକଟରଟି  ଓଲଟି ପଡ଼ିଥିବା ଯୋଗୁଁ ଟ୍ରାକଟର ଡ୍ରାଇଭର ଆହାତ ହୋଇଥିବା ବେଳେ ବସ୍ ର ଦୁଇ ଯାତ୍ରୀ ଆହାତ ହୋଇଥିଲ।   ନିକଟବର୍ତ୍ତୀ ଅଞ୍ଚଳବସୀ ଆମ୍ବୁଲାନ୍ସ କୁ ଖବର ଦେବା ପରେ ଆମ୍ବୁଲାନ୍ସ ଆସି ଆହାତ ବ୍ୟକ୍ତିଙ୍କୁ ମେଡିକାଲ କୁ ନେଇଥିବା ଵେଳେ  ସଦର ପୋଲିସ କୈ।ଣସି ସୂତ୍ରରୁ ଖବର ପାଇ  ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇ ଥିବା ଜଣାପଡିଛି |