ବ୍ରହ୍ମପୁର

୨୬ରୁ ସ୍ନାତକୋରର ଶେଷ ବର୍ଷ ପରୀକ୍ଷା, ଅକ୍ଟୋବର ୩୧ ସୁଦ୍ଧା ପରୀକ୍ଷା ଫଳ

ବ୍ରହ୍ମପୁର :ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ଚଳିତବର୍ଷର ସ୍ନାତକୋତ୍ତର ଶେଷ ବର୍ଷ ପରୀକ୍ଷା ଆସନ୍ତା ୨୬ ତାରିଖରୁ ଆରମ୍ଭ କରାଯାଇ ଅକ୍ଟୋବର ୫ ସୁଦ୍ଧା ସାରିବାକୁ ନିଷ୍ପତ୍ତି ହୋଇଛି । କୁଳପତି ଓ ପରୀକ୍ଷା ପରିଚାଳନା ବୋର୍ଡ ବୈଠକରେ ଏହା ସ୍ଥିର କରାଯାଇଛି । ନିଷ୍ଠଭି ମୁତାବକ ସେପ୍ଟେମ୍ବର ୨୬,୨୮,୩୦, ଅକ୍ଟୋବର ୩ ଓ ୫ ରେ ସମସ୍ତ ବିଭାଗର ଶେଷ ବର୍ଷ ପରୀକ୍ଷା ଅନୁଷ୍ଠିତ ହେବ । ପରୀକ୍ଷା ସମୟ ୩ ଘଣ୍ଟା ଧାର୍ଯ୍ୟ ମଧ୍ୟାହ୍ନ ୧୨ ଠାରୁ ଅପରାହ୍ନ ୩ ଟା କରାଯାଇଛି । ବିଦ୍ୟାର୍ଥୀ ମାନଙ୍କୁ ସେମାନଙ୍କ ଦ୍ଵାଟସଆପ ଗୃପ କିମ୍ବା ଇ-ମେଲ୍ କୁ ପରୀକ୍ଷା ସମୟର ୧୦ ମିନିଟ ପୂର୍ବରୁ ପ୍ରଶ୍ନପତ୍ର ପଠାଯିବା ସହ ପରୀକ୍ଷା ସମୟ ଶେଷ ହେବାର ୩୦ ମିନିଟ ମଧ୍ୟରେ ଉତ୍ତର ଖାତା ସ୍କାନ କରି ନିଜ ବିଭାଗୀୟ ମୁଖ୍ୟଙ୍କ ଦ୍ଵାଟସଆପ କିମ୍ବା ଇ-ମେଲ୍ କୁ ପଠାଯିବା ପାଇଁ ବିଦ୍ୟାର୍ଥୀଙ୍କୁ ସୂଚୀତ କରାଯିବା ।ଏଥୁ ସହ ବିଦ୍ୟାର୍ଥୀ ମାନେ ସେମାନଙ୍କ ଉତ୍ତର ଖାତା ପୋଷ୍ଟ ଯୋଗେ ମଧ୍ୟ ବିଭାଗୀୟ ମୁଖ୍ୟଙ୍କ ନିକଟକୁ ପଠାଇପାରିବେ। ସେପ୍ଟେମ୍ବର ୧୨ ତାରିଖ ସୁଦ୍ଧା ପରୀକ୍ଷା ପରିଚାଳନା ସହ ପରୀକ୍ଷା ନିର୍ଘଣ୍ଟ ସମ୍ପର୍କରେ ପରୀକ୍ଷା ନିୟନ୍ତ୍ରକ ଙ୍କ ପକ୍ଷରୁ ସମସ୍ତ ବିଭାଗୀୟ ମୁଖ୍ୟ ଙ୍କୁ ଜଣାଯିବ । ୧୫ ତାରିଖ ସୁଦ୍ଧା ବିଭାଗୀୟ ମୁଖ୍ୟ ମାନେ ଶେଷ ବର୍ଷ ପରୀକ୍ଷାର୍ଥୀଙ୍କ ତଥ୍ୟ ଅନୁସାରେ ଏକ ଦ୍ଵାଟସଅପ ଗୃଫି କିମ୍ବା ଇ-ମେଲ୍ ରେ ସମସ୍ତ ବିଦ୍ୟାର୍ଥୀ ଙ୍କୁ ଯୋଡ଼ିବା ପାଇଁ ସ୍ଥିର କରାଯାଇଛି । ବିଦ୍ୟାର୍ଥୀଙ୍କ ଗୁପ ଗଠନ ପରେ ବିଦ୍ୟାର୍ଥୀଙ୍କ ର ଏକ ମକ୍ ପରୀକ୍ଷା କରାଯାଇ ସେମାନଙ୍କୁ ଅନଲାଇନ ପରୀକ୍ଷା ସମ୍ପର୍କରେ ଅବଗତ କରାଯିବ। ଶିକ୍ଷକମାନେ ଅକ୍ଟୋବର ୨୦ ସୁଦ୍ଧା ଉତ୍ତରଖାତା ଦେଖୁ ବିଦ୍ୟାଙ୍କ ମାର୍କ କୁ ପରୀକ୍ଷା ନିୟନ୍ତ୍ରକଙ୍କ ଠାରେ ପହଞ୍ଚାଇବା ପାଇଁ ନିଷ୍ଣରି ନିଆଯାଇଛି । ଏହା ସହ ୨୦ ତାରିଖ ପରେ ବିଦ୍ୟାର୍ଥୀ ମାନଙ୍କ ପ୍ରାକ୍ଟିକାଲ ପରୀକ୍ଷା ମିଟି ଆପ ମାଧ୍ୟମରେ କରି ୩୧ ତାରିଖ ସୁଦ୍ଧା ସମସ୍ତ ଫାଇନାଲ ମାର୍କ’ ପରୀକ୍ଷା ବିଭାଗକୁ ହସ୍ତାନ୍ତର କରାଯିବ । ଅକ୍ଟୋବର ୩୧ ତାରିଖ ରେ ପରୀକ୍ଷା ଫଳ ପ୍ରକାଶନ କରିବାକୁ ବୈଠକ ରେ ନିଷ୍ପତ୍ତି ନିଆଯାଇଛି ।କୁଳପତି ପ୍ରଫେସର ଗୋବିନ୍ଦ ଜୋସେଫ ଚକ୍ରପାଣିଙ୍କ ଅଧକ୍ଷତା ରେ ଅନୁଷ୍ଠିତ ବୈଠକରେ ସ୍ନାତକୋତ୍ତର ବିଭାଗ ସମୂହ ଅଧ୍ୟକ୍ଷା ପ୍ରଫେସର ଅରୁନ୍ଧତୀ ରଥ, କମ୍ପ୍ୟୁଟର ବିଜ୍ଞାନ ବିଭାଗୀୟ ମୁଖ୍ୟ ପ୍ରଫେସର ମାନସ ରଞ୍ଜନ ପାତ୍ର, ଏମବିଏ ବିଭାଗୀୟ ମୁଖ୍ୟ ଡ଼ ସୁଶାନ୍ତ କୁମାର ବରାଳ, ଇତିହାସ ବିଭାଗୀୟ ମୁଖ୍ୟ ଡ଼ ସଦାନନ୍ଦ ନାୟକ, ଲିଙ୍ଗରାଜ ଆଇନ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼ ଏନ୍ ସି ପଟ୍ଟନାୟକ, ପରୀକ୍ଷା ନିୟନ୍ତ୍ରକ ଏବଂ କୁଳସଚିବ ରଞ୍ଜନ କୁମାର ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।