ବ୍ରହ୍ମପୁର

ଧାନ ବିଲରେ ବିଦ୍ୟୁତ ଆଘାତରେ ଦୁଇ ଭାଇ ମୃତ

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ଥାନ ଅନ୍ତର୍ଗତ ପୋଚିଲିମା ପଞ୍ଚାୟତ ସିଙ୍ଗିପୁର ଗ୍ରାମର ଦୁଇ ଭାଇ ନିଜ ଜମିକୁ ପାଣି ମଡ଼ାଇବାକୁ ଯାଇଥିବା ବେଳେ ବିଦ୍ୟୁତ ସ୍ବର୍ଶ୍ଵରେ ଆସି ମୃତ୍ୟୁ ଘଟିଥିବାର ସୂଚନ ମିଳିଛି । ଗ୍ରାମବାସୀଙ୍କ ଠାରୁ ସୂଚନା ପ୍ରକାରେ ସିଙ୍ଗିପୁର ଗ୍ରାମର ରମେଶ ମୁନୀ (୬୫) ଓ ମଙ୍ଗୁଳୁ ମୁନୀ (୫୨) ପିତା ସ୍ୱର୍ଗତ ମୁଳୀ ମୁନୀ । ଗତ ରାତି ଅର୍ଥାତ ଶୁକ୍ରବାର ଦିନ ନିଜ ଜମି କୁ ପାଣି ମଡ଼ାଇବାକୁ ଯାଇଥିବା ବେଳେ ନିଜ ଜମିକୁ ଯାଉଥିବା ରାସ୍ତାରେ କେହି ବ୍ୟକ୍ତିବିଶେଷ ବନ୍ୟଜନ୍ତୁଙ୍କ ପ୍ରକୋପରୁ ଫସଲ ନଷ୍ଟ ରୋକିବା ପାଇଁ କିମ୍ବା ଶିକାର ଉଦ୍ଦେଶ୍ୟରେ ବିଦ୍ୟୁତ ତାର ବିଛାଇ ଥିବା ତାର ସ୍ବର୍ଶ୍ଵରେ ଆସି ଦୁଇ ଭାଇଙ୍କ ମୃତ୍ୟୁ ଘଟିଥିବା  ସୁଚନା ମିଳିଛି। ଏହି ବିଷୟକୁ ନେଇ ଗ୍ରାମରେ ଶୋକର ଛାୟା ସହ ଚାପା ଉତେଜନା ସୃଷ୍ଟି କରିଛି ।ଘଟଣା ପାଇଁ ଦାୟୀ ସଦସ୍ୟଙ୍କୁ ତୁରନ୍ତ ଗିରଫ ସହ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦାବି ହୋଇଛି । ଘଟଣାସ୍ଥଳରେ ହିଞ୍ଜିଳି ପୋଲିସ ପହଞ୍ଚି ତଦନ୍ତ ସହ ଦୁଇ ଭାଇଙ୍କର ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇଥିବା ସୂଚନା ମିଳିଛି। ଉକ୍ତ ଘଟଣାକୁ କେନ୍ଦ୍ରକରି ପୋଲିସ ଏକ  ମାମଲା ରୁଜୁ ସହ ଜଣକୁ ଅଟକ ରଖି ସନ୍ଦେହରେ ତଦନ୍ତ କରୁଥିବା ଖବର ହସ୍ତଗତ ହୋଇଛି।