ବ୍ରହ୍ମପୁର

ବ୍ରହ୍ମପୁର ମହାନଗର ନିଗମ କାର୍ଯ୍ୟାଳୟ ପରିସରରେ କୋଭିଡ ସଚେତନା ରଥର ଉଦଘାଟନ

ବ୍ରହ୍ମପୁର : ବ୍ରହ୍ମପୁର ମହାନଗର ନିଗମ କରୋନକୁ ପ୍ରତିହାତ କରିବା ପାଇଁ ୟୁନିସେଫ୍ ଓଡଶା ବିଭାଗ ସହାୟତାରେ ଓଡିଶା ଭଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ସୂଚନା ଓ ଲୋକ ସଂପର୍କ ବଭାଗ ମିଳିତ ଆନୁକୂଲ୍ୟରେ ବ୍ରହ୍ମପୁର ମହାନଗର ନିଗମ କାର୍ଯ୍ୟାଳୟ ଠାରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଯୋଡି ଶଙ୍ଖ ବାଦନ ପୂର୍ବକ କୋଭିଡ୍ ସଚେତନତା ରଥ ପରିକ୍ରମାର ଉଦଘାଟନ କରାଯାଇଛି । ‌ବ୍ରହ୍ମପୁର ମହାନଗର ନିଗମ କମିଶନର ଡଃ ସିଦ୍ଧେଶ୍ୱର ବଳିରାମ ବନ୍ଦାର ପୂର୍ବାହ୍ନରେ ସବୁଜ ପତକା ଦେଖାଇ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ । ଏହି ସଚେତନତା ରଥ ବ୍ରହ୍ମପୁର ମହାନଗର ନିଗମ ବିଭିନ୍ନ ସ୍ଥାନରେ ପରିକ୍ରମା କରି ଲୋକଙ୍କ ନିକଟରେ ସଚେତନତାର ବାର୍ତ୍ତା ପହଞ୍ଚାଇବ । ଏହି ଅବସରରେ ସ୍ଥାନୀୟ ଲୋକ କଳାକାରମାନେ ମଧ୍ୟ ଏହି ସଚେତନତା କାର୍ଯ୍ୟରେ ଅଂଶ ଗ୍ରହଣ କରିଥିଲେ । ଲୋକ କଳାକର ମାନଙ୍କ ଦ୍ୱାରା କୋଭିଡ୍ ସଚେତନତା ବାର୍ତ୍ତା ପହଁଚାଇବାର ନୂଆ ଚିନ୍ତାଧାରା ଲୋକମାନଙ୍କ ପାଇଁ ମଙ୍ଗଳଦାୟକ ସାବ୍ୟସ୍ତ ହୋଇପାରିବ । ଏହି ରଥ କରୋନା ମହାମାରୀରୁ ରକ୍ଷାପାଇଁ ଏବଂ ନିଜକୁ ସୁକ୍ଷେିତ ରଖିବା ପାଇଁ ଜନ ସାଧାରଣଙ୍କୁ ସଚେତନ କରିବ । ପର୍ଯ୍ୟାୟ କ୍ରମେ ଆଜି ଶେଷ ଦିନରେ ଏହି ରଥ ବ୍ରହ୍ମପୁର ମହାନଗର ନିଗମର ପୁରୁଣା ବସଷ୍ଟାଣ୍ଡ ଛକ, ଗିରିଜା ରେଷ୍ଟାରାନ୍ଟ ଛକ, ଗିରି ରୋଡ ଏବଂ କମାପଲ୍ଲୀ ଛକ ସ୍ଥାନରେ ପରିକ୍ରମା କରାଇ ଲୋକଙ୍କୁ ସଚେତନ କରାଯାଉଅଛି । ଆଜି ଅପରାହ୍ନରେ ରଙ୍ଗେଇଲୁଣ୍ଡା ବ୍ଲକ୍ରର ବିଭିନ୍ନ ସ୍ଥାନରେ ପରିକ୍ରମଣ କରି ଜନସାଧାରଣଙ୍କୁ ସଚେତନ କରାଯାଇଅଛି । ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ମହାନଗର ନିଗମର ଡେପୁଟୀ କମିଶନର ଶ୍ରୀ ଆଶୁତୋଷ ସାନଲ , ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଶଙ୍କରର୍ଷଣ ପଟ୍ଟନାୟକ, ଶ୍ରୀ କୃଷ୍ଣଚନ୍ଦ୍ର ନିଶାନ ଅବସରପ୍ରାପ୍ତ ଆସିଷ୍ଟାଣ୍ଟ ଢାଇରେକ୍ଟର ସଂସ୍କୃତି ବିଭାଗ, ଏପଖଣ୍ଡ ସୂଚନା ଓ ଲୋକସନ୍‌ପର୍କ ଅଧିକାରୀ ଏବଂ ସମସ୍ତ ସାମ୍ବାଦିକ ଗଣ ଉପସ୍ଥିତ ଥିଲେ ।