ଓଡ଼ିଶା

‘ନାଇଜର୍ – ୨୦୨୦’ ପ୍ରବେଶିକା ପରୀକ୍ଷାରେ ନୀଳକଣ୍ଠନଗର ସରସ୍ବତୀ ବିଦ୍ୟା ମନ୍ଦିର, ବ୍ରହ୍ମପୁରର ବିକାଶ ଅଗ୍ରୱାଲ ଓଡ଼ିଶା ଟପର୍

ବ୍ରହ୍ମପୁର: ସର୍ବଭାରତୀୟ ସ୍ତରର ‘ନାଇଜର୍’ (ନ୍ୟାସନାଲ୍ ଇଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ) ଅନ୍‌ଲାଇନ୍‌ ପ୍ରବେଶିକା ପରୀକ୍ଷା ଦେଶର ୯୦ଟି ସହରରେ ଗତ ତା.୨୯.୦୯.୨୦୨୦ ରିଖରେ ଅନୁଷ୍ଠିତ ହୋଇଥିଲା । ଏଥିରେ ୫୦ ହଜାରରୁ ଅଧ୍ୟ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ଓଡ଼ିଶାର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଏହି ଅନ୍‌ଲାଇନ୍ ପରୀକ୍ଷା କରାଯାଇଥିଲା । ତା. ୧୩.୧୦.୨୦୨୦ରିଖରେ ପ୍ରକାଶ ପାଇଥିବା ପରୀକ୍ଷା ଫଳାଫଳରରୁ ୧୮୨୩ ଜଣଙ୍କୁ ବ୍ୟାଙ୍କୁ ମିଳିଛି । ଏହି ସର୍ବଭାରତୀୟ ସ୍ତରର ସମ୍ମାନଜନକ ପ୍ରତିଷ୍ଠାନରେ ନାମ ଲେଖାଇବା ପାଇଁ ପିଲାଙ୍କୁ କଠୋର ପରିଶ୍ରମ କରିବାକୁ ପଡ଼ିଥାଏ । ଏହି ବର୍ଷ ସରସ୍ବତୀ ବିଦ୍ୟା ମନ୍ଦିର, ନୀଳକଣ୍ଠନଗର ବ୍ରହ୍ମପୁରରୁ ଦ୍ବାଦଶ ଶ୍ରେଣୀ ପାସ୍ କରିଥିବା ଛାତ୍ର ଶ୍ରୀମାନ୍ ବିକାଶ ଅଗ୍ରୱାଲ ରାଜ୍ୟସ୍ତରରେ ସର୍ବୋଚ୍ଚ ନମ୍ବର ରଖି ପ୍ରଥମ ସ୍ଥାନ ଅଧିକାର କରିଥିବା ସହ ସର୍ବଭାରତୀୟ ସ୍ତରରେ ୨୦ତମ ସ୍ଥାନ ଅଧିକାର କରି ଅନୁଷ୍ଠାନ ଏବଂ ନିଜ ପରିବାର ପାଇଁ ଗୌରବ ଆଣିଛନ୍ତି । ଏଠାରେ ପ୍ରକାଶ କରାଯାଇପାରେ କି, ଶ୍ରୀମାନ୍ ବିକାଶ ଅଗ୍ରୱାଲ ବ୍ରହ୍ମପୁର ସହରର ସୁନାମଧନ୍ୟ ତଥା ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ଡକ୍ଟର ସୁନୀଲ ଅଗ୍ରୱାଲ ଏବଂ ଶ୍ରୀମତୀ ସୁନିତା ଅଗ୍ରୱାଲଙ୍କର ସୁପୁତ୍ର ତଥା ବାଲୁଗାଁ ନିବାସୀ ଶ୍ରୀଯୁକ୍ତ କହ୍ନେୟାଲାଲ ଅଗ୍ରୱାଲ୍ ଏବଂ ବିଶ୍ବନାଥ ଚନ୍ଦ୍ରକାଙ୍କ ନାତି ଅଟନ୍ତି।

ପ୍ରକାଶଯୋଗ୍ୟ, ଶ୍ରୀମାନ୍ ବିକାଶ ଅଗ୍ରୱାଲ୍ କେ.ଭି.ପି.ୱାଇ ଏବଂ ପଦାର୍ଥ ବିଜ୍ଞାନ ଅଲମ୍ପିଆଡ୍‌ ପରି ଜାତୀୟ ସ୍ତରର ବିଭିନ୍ନ ପରୀକ୍ଷାରେ ନିଜର କୃତିତ୍ବ ଏବଂ ପରାକାଷ୍ଠା ପ୍ରଦର୍ଶନ କରିଛନ୍ତି । । ଏହି ଅଭୁତ ପୂର୍ବ ସଫଳତା ପାଇଁ ଅନୁଷ୍ଠାନର ବହୁ ଅଭିଭାବକ, ଅଧ୍ୟାପକ, ଅଧାପିକାଙ୍କ ସମେତ ପରିଚାଳନା କମିଟିର ସଭାପତି ଡ. ଶ୍ରୀକାନ୍ତ ମହାପାତ୍ର, ଉପସଭାପତି ଡ. ହରେକୃଷ୍ଣ ନାୟକ, ସମ୍ପାଦକ ଶ୍ରୀ ନାରାୟଣ ପଣ୍ଡା, କୋଷାଧ୍ୟକ୍ଷ ଶ୍ରୀ ରବିନ୍ଦ୍ରନାଥ ଜେନା, ଯୁଗ୍ଧସମ୍ପାଦିକା ଶ୍ରୀମତୀ ମମତା ପାଣିଗ୍ରାହୀ, ସଦସ୍ୟ ଶ୍ରୀ ନୀଳକଣ୍ଠ ସାହୁ, ସଦସ୍ୟା ଶ୍ରୀମତି ବାସନ୍ତି ବେହେରା, ଅଧ୍ୟକ୍ଷ ଶ୍ରୀ ଏସ୍.ମୋହନ ରାଓ, ପ୍ରାଧାନାଚାର୍ଯ୍ୟ ଶ୍ରୀ ଉମାଧବ ମହାନ୍ତି ଏବଂ ଶ୍ରୀ ସୁବ୍ରତ କୁମାର ପାଣିଗ୍ରାହୀ ବିକାଶ ଭାଇଙ୍କୁ ଆନ୍ତରିକ ଅଭିନନ୍ଦନ ଜ୍ଞାପନ କରିଛନ୍ତି ।