ବ୍ରହ୍ମପୁର

ଦିଲ୍ଲୀ ଫେସନ ସୋ’ରେ ପୁରସ୍କୃତ ସବିତା ମହାଙ୍କୁଡ଼ଙ୍କୁ ଜାଗୃତି ଫିନେସ ପଏଣ୍ଟ ପକ୍ଷରୁ ସମ୍ବର୍ଦ୍ଧନା

ବ୍ରହ୍ମପୁର : ଦିଲ୍ଲୀର ଗ୍ରେଟେର ନୋଡ଼ାଏର କ୍ରାଉନ୍ ପୂଜାରେ ଅନୁଷ୍ଠିତ ହୋଇଥିବା ମିସ୍ ଆଣ୍ଡ ମିସେସ୍ କ୍ଲିନ୍ ଅପ୍ ହାର୍ଟସ ଫେସନ ସୋରେ ବ୍ରହ୍ମପୁର ବ୍ୟାଙ୍କ କଲୋନୀ ତୃତୀୟ ଗଳି ନିବାସୀ ବିଷ୍ଣୁ ପ୍ରସାଦ ଗୌଡ଼ଙ୍କ ପତ୍ନୀ ସବିତା ମହାଙ୍କୁଡ଼ ଭାଗ ନେଇ ଦୁଇଟି ବିଭାଗରେ ବେଷ୍ଟ ବିବେଚିତ ହୋଇ ପୁରସ୍କୃତ ହୋଇଥିଲେ । ସେ ବ୍ରହ୍ମପୁର ମେଡ଼ିକାଲ ବ୍ୟାଙ୍କ କଲୋନୀ ୫ ମ ଗଳି ଟାୱାର ଲାଇନ୍ ସ୍ଥିତ ଜାଗୃତି ଫିଟନେସ୍ ପଏଣ୍ଟ ରେ ପ୍ରଶିକ୍ଷଣ ନେଉଥିଲେ । ଦିଲ୍ଲୀରୁ ସେ ଫେରିବା ପରେ ଆଜି ଫିଟ୍ନେସ୍ ପଏ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ଅବସରରେ ଜାଗୃତି ଫିଟନେସ୍ ପଏଣ୍ଟ ରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ନିର୍ଦ୍ଦେଶିକା ରଶ୍ମିତା ପଣ୍ଡା ତାଙ୍କୁ ପୁଷ୍ପଗୁଛି ଏବଂ ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ନିର୍ଦ୍ଦେଶିକା କହିଥିଲେ ଯେ ଏହି ଫିଟନେସ୍ ପଏଣ୍ଟ ଆଜି ସବିତା ମହାଙ୍କୁଡ଼ିଙ୍କ ପାଇଁ ଗର୍ବିତ । ଆଗାମୀ ଦିନରେ ଏହି ଫିଟନେସ୍ ପଏଣ୍ଟ ରୁ ଅନେକ ପ୍ରତିଭାବାନ ପ୍ରଶିକ୍ଷାର୍ଥୀ ବିଭିନ୍ନ କ୍ଷେତ୍ରରେ ଭାଗ ନେଇ ନିଜର ତଥା ଅନୁଷ୍ଠାନର ନାମ ଉଜ୍ବଳ କରିବାର ସମ୍ଭାବନା ରହିଛି । ଏହି ଅନୁଷ୍ଠାନରେ ଫିଟନେସ୍ ସହ ଛୋଟ ପିଲାମାନଙ୍କର ଡେନ୍ସ , ମହିଳାଙ୍କ ପାଇଁ କୁମ୍ , କାରାଟେ , ଡୁ ଏବଂ ସଂଗୀତ ପ୍ରଶିକ୍ଷଣ ଦିଆଯାଉଛି । ଯାହାକି ଆଗାମୀ ଦିନରେ ପ୍ରତ୍ୟେକ କ୍ଷେତ୍ରରେ ଛୋଟପିଲା ନୁହେଁ ମହିଳା ଏବଂ ଯୁବକମାନେ ମଧ୍ୟ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେବେ । ଏଠାକାର ବିଭିନ୍ନ ପର୍ଯ୍ୟାୟର ପ୍ରଶିକ୍ଷଣମାନ ଅତି ଉଚ୍ଚକୋଟିର ଏବଂ ସହଯୋଗୀ ମନୋବୃତ୍ତି ରେ ଦିଆଯାଉଛି । ସୂଚନାଯୋଗ୍ୟ ଏଆଇକ୍ୟୁଟ୍ ଦ୍ଵାରା ମିସ୍ ଆଣ୍ଡ ମିସେସ୍ କ୍ଲିନ୍ ଅପ୍ ହାର୍ଟସ ଫେସନ ସୋର ତୃତୀୟ ସଂସ୍କରଣ ଡ଼ିସେମ୍ବର ୨୧ ତାରିଖରୁ ଡ଼ିସେମ୍ବର ୨୩ ତାରିଖ ତିନି ଦିନ ବ୍ୟାପୀ ଅନୁଷ୍ଠିତ ହୋଇଥିଲା । ମୁଖ୍ୟତଃ ମହିଳା ସଶସ୍ତ୍ରୀକରଣ ଏହି ତୃତୀୟ ସଂସ୍କରଣ ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା । ଏଥିରେ ସାରା ଦେଶର ବଛା ବଛା ଯୁବତୀ ଏବଂ ଗୃହିଣୀ ଯୋଗଦେଇ ଫେସନ ଜରିଆରେ ନିଜର କଳାର ପରିଚୟ ଦେଇଥିଲେ । ଡ଼ିସେମ୍ବର ୨୩ ତାରିଖରେ ଏହାର ଫାଇନାଲ ଅନୁଷ୍ଠିତ ହୋଇଥିଲା । ଏଥିରେ ସବିତା ଦୁଇଟି କ୍ୟାଟେଗୋରିରେ ବେଷ୍ଟ ବିବେଚିତ ହୋଇଛନ୍ତି । ବିଭିନ୍ନ ପ୍ରତିଯୋଗୀଙ୍କୁ ପଛରେ ପକାଇ ସବିତ ମିସ୍ ବିୟୁଟି ୱାଥ ବ୍ରେନ ୨ ୦ ୨୦ ଏବଂ କ୍ଲାସିକ୍ ଫିଟ୍ ୨୦୨୦ ବିବେଚିତ ହୋଇଛନ୍ତି । ସବିତା ଏହି ଅବସରରେ କହିଲେ ଯେ , ଗତବର୍ଷ ମଧ୍ୟ ତାଙ୍କୁ ଏଥିରେ ଭାଗ ନେବା ପାଇଁ ସୁଯୋଗ ମିଳିଥିଲା । କିନ୍ତୁ କୌଣସି କାରଣବଶତଃ ସେ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଦିଲ୍ଲୀ ଯାଇପାରିନଥିଲେ । କିନ୍ତୁ ଏହିବର୍ଷ ନିଜ ସ୍ବାମୀଙ୍କର ପ୍ରେରଣାରେ ସେ ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ଆରମ୍ଭରୁ ହିଁ ପ୍ରସ୍ତୁତ ଥିଲେ । ଯାହାକି ଜାଗୃତି ଫିଟନେସ୍ ପଏଣ୍ଟ ପ୍ରତ୍ୟେକ କ୍ଷେତ୍ରରେ ତାଙ୍କୁ ସହଯୋଗ କରିଥିଲା । ଏଠାରେ ଟ୍ରେନିଂ ନେଇ ସେ ବହୁତ କିଛି ଶିକ୍ଷାଲାଭ କରି ନିଜର କଳାକୁ ଜାତୀୟସ୍ତରରେ ଦେଖାଇ ପାରିଛନ୍ତି ବୋଲି କହିଥିଲେ । ଜାଗୃତି ଫିଟନେସ୍ ପଏଣ୍ଟ ର ଅଧୁନିକ ଯନ୍ତାଶଂ ଏବଂ ଉଚ୍ଚକୋଟିର କୋମାନଙ୍କଠାରୁ ଶିକ୍ଷାଲାଭ କରି ନିଜର ସୁନ୍ଦରତାକୁ ଦେଖାଇବାରେ ଫଳପ୍ରଦ ହୋଇପାରିଛନ୍ତି । ଏହି ଫିଟନେସ୍ ପଏଣ୍ଟ ର ମୁଖ୍ୟ କୋଚ୍ ଶ୍ରୀ ଅରୁଣ ମହାରଣା ସେ ନିଜକୁ ଗର୍ବି ଅନୁଭବ କରିଛନ୍ତି , ଯାହାକି ତାଳର ପ୍ରଶିକ୍ଷରେ ଆଜି ସୁଦୂର ଦିଲ୍ଲୀରେ ଯାଇ କେବଳ ଅନୁଷ୍ଠାନର ନୁହେଁ ସମଗ୍ର ଗଞ୍ଜାମ ଜିଲ୍ଲାକୁ ଗର୍ବିତ କରି ଫେରିଛନ୍ତି । ସେ ଆଶା ରଖିଛନ୍ତି ଯେ ସେ ଆଗାମୀ ଦିନରେ ଏହି ଜାଗୃତି ଫିନେସ ପଏ ର ଅନେକ ମେଧାବୀ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ଯେଭଳି ସ୍ଵାସ୍ଥ୍ୟ ହିଁ ସଂପଦ ର ମୂଲ୍ୟ ଉଜ୍ବଳିତ କରିପାରିବେ । ଏଥିପାଇଁ ସାମ୍ବାଦିକ ସମ୍ମିଳନୀରେ ସରିତା ଜାଗୃତି ଫିଟନେସ୍ ପଏଣ୍ଟ ର ନିର୍ଦ୍ଦେଶିକା ରଶ୍ମିତା ପଣ୍ଡା ଏବଂ କୋଚ ଅରୁଣ ମହାରଣା ଙ୍କୁ ଅଶେଷ ଧନ୍ୟବାଦ ଜ୍ଞାପନ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ସଭାପତି ହେମାଙ୍ଗ ପ୍ରସାଦ ରାଉଳ , ଗୌରାଙ୍ଗ ଚୌଧୁରୀ , ସନତ ପଣ୍ଡା , କୋଚ୍ ଅରୁଣ ମହାରଣା , କୋଚ୍ ସନ୍ଦୀପ କୁମାର ପଣ୍ଡା , କରାଟେ ମାଷ୍ଟର ଦିଲିପ କୁମାର , ମିନାକ୍ଷୀ ବେହେରା , ପ୍ରିୟା ମହାନ୍ତି , ସୁଚିତ୍ରା ମିଶ୍ର , ସୁଚିସ୍ମିତା ପ୍ରଧାନ , ପ୍ରତିକ୍ରିନ୍ , ଭାବନା , ଅନନ୍ୟା , ରୁବିତା ମହାରଣା , ଅଳକା , ସାବନା , ଗୀତାଞ୍ଜଳି ମ୍ୟାଡ଼ାମ୍ , କାମିନି ନାୟକ ଏବଂ ଅନୁଷ୍ଠାନର ବହୁ କର୍ମଚାରୀ ଏବଂ ସଦସ୍ୟ ଉପସ୍ଥିତ ଥିଲେ ।