ଓଡ଼ିଶା

କେ. ନୂଆଗାଁ ଥାନା ଅଞ୍ଚଳର ପ୍ରମୋଦିନୀ ହତ୍ୟା ଘଟଣାର ଫର୍ଦ୍ଧାଫାସ, ଅଭିଯୁକ୍ତ ପ୍ରକାଶ ପୋଲିସ ପଞ୍ଚାରେ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କେ. ନୂଆଗାଁ ଥାନା ଅଞ୍ଚଳରେ ଗତ ମେ’ ମାସ ୧୦ ତାରିଖରେ ହୋଇଥିବା ପ୍ରମୋଦିନୀ ନାୟକଙ୍କ ହତ୍ୟା ଘଟଣାର ବହୁ ଦିନ ବିତି ଯାଇଥିଲେ ମଧ୍ୟ ବ୍ରହ୍ମପୁର ଜିଲ୍ଲା ପୋଲିସ୍ କୁ ମିଳିଛି ବଡ ସଫଳତା । ବହୁଦିନ ଧରି ଖୋଳତାଡ଼ ପରେ ହତ୍ୟାକାରି ଧରିବାରେ ସଫଳ ହୋଇଛି ବ୍ରହ୍ମପୁର ଜିଲ୍ଲା ପୋଲିସ ଏପରିକି ଅଭିଯୁକ୍ତ ଉପରେ ସୂଚନା ପ୍ରଦାନକାରୀଙ୍କୁ ଦଶ ହଜାର ଟଙ୍କାର ପୁରସ୍କାର ରାଶି ମଧ୍ୟ ଘୋଷଣା କରାଯାଇଥିଲା । ବହୁ ଦିନ ପରେ ଗିରଫ ଅଭିଯୁକ୍ତ ବର୍ତ୍ତମାନ ପୋଲିସ ପଞ୍ଚାରେ । ଅଭିଯୁକ୍ତ ଜଣକ ହେଉଛି କେ.ନୁଆଁ ଗାଁର ପ୍ରକାଶ ବେହେରା (୩୫) ।

ସୁଚନାନୁଯାୟୀ, ଗତ ମେ’ ମାସ ୧୦ ତାରିଖ ଦିନ ପ୍ରମୋଦିନୀ ନାୟକ ଲୁଗା ସଫା କରିବା ପାଇଁ ସ୍ଥାନୀୟ କଣ୍ଢେଇଯୋଡୀ ନଦୀକୁ ଯାଇଥିବାବେଳେ ସେଠାରୁ ଆଉ ଫେରି ନଥିଲେ । ଯାହା ଫଳରେ କିଛି ସମୟପରେ ଗାଁ ରମା ନାୟକ ପ୍ରମୋଦିନୀଙ୍କୁ ବହୁ ଖୋଜା ଖୋଜି କରିବା ପରେ ନଦୀ ପଠାରେ ମୃତ ଦେହ ପାଇଥିଲେ । ଖବରପାଇ ଘଟଣାସ୍ଥଳରେ କେ. ନୂଆଗାଁ ପୋଲିସ ପହଞ୍ଚି ସେଠାରୁ କିଛି ପୁରୁଷଙ୍କ ଚପଲ ଉଦ୍ଧାର କରିବା ସହ ପ୍ରମୋଦୀନି ସଫା କରିଥିବା ଲୁଗା ଚତୁଃପାଶ୍ୱ ବିଛାଡି ପଡିଥିବାର ଦେଖିବାକୁ ପାଇଥିଲେ । ପ୍ରମୋଦିନିର ଦେହର ବିଭିନ୍ନ ସ୍ଥାନ କ୍ଷତବିକ୍ଷତ ହୋଇଥିବାବେଳେ ତାଙ୍କ ମୃତ ଶରୀର ଆଣ୍ଠୁଏ ପାଣିରେ ଭାସୁଥିବା ଦେଖାଯାଇଥିଲା । ତେବେ ଉକ୍ତ ଘଟଣାକୁ ଦୀର୍ଘ ଦିନ ବିତି ଯାଇଥିଲେ ମଧ୍ୟ ମୃତା ପ୍ରମୋଦିନୀଙ୍କ ମାଆ ସହ ଘଟଣା ଦିନର ସମସ୍ତ ବିଷୟ ଆଲୋଚନା କରି ବ୍ରହ୍ମପୁର ଡି.ଆଇ.ଜି ସତ୍ୟବ୍ରତ ଭୋଇ ଓ ଏସ୍.ପି ପିନାକ ମିଶ୍ର ଏବଂ କେ. ନୁଆଁ ଗାଁ ଥାନା ଆଇ.ଆଇ.ସି ଏହି ଘଟଣାକୁ ଗୁରୁତ୍ୱ ଭାବେ ନେଇ ଆଜି ଏହି ଘଟଣାର ଫର୍ଦ୍ଧାଫାସ କରିଥିବା ସହ ଆଜିର ସାମ୍ବାଦିକ ସମ୍ମିଳନୀରେ ସବିଶେଷ ସୂଚନା ପ୍ରଦାନ କରିଛନ୍ତି ଦକ୍ଷିଣାଞ୍ଚଳ ଡ଼ିଆଇଜି ସତ୍ୟବ୍ରତ ଭୋଇ । ଏନେଇ ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ ଦେଖାଳି ଗ୍ରାମର ପ୍ରକାଶ ବେହେରା ଜଣେ ବିବାହିତ । ସେ ଦୁଇ ସନ୍ତାନର ପିତା ମଧ୍ୟ । ପ୍ରମୋଦିନୀ ନାଇକ ଶୌଚ କରିବା ସମୟରେ ଏବଂ ନଦୀକୁ ଗାଧୋଇବା ସମୟରେ ସେ ତାଙ୍କୁ ଲୁଚି ଲୁଚି ଦେଖୁଥିଲା । ଗତ ମେ ୧୦ ତାରିଖରେ ପ୍ରମୋଦିନୀ ନଦୀରେ ଏକୁଟିଆ ଗାଧୋଉଥିବା ସମୟରେ ପାଣି ଭିତରକୁ ଯାଇ ତାଙ୍କୁ ଯୋର୍ ଜବରଦସ୍ତ ଆଲିଙ୍ଗନ କରିବାକୁ ଚାହିଁଥିଲା, ଏହାକୁ ବିରୋଧ କରିଥିଲା ପ୍ରମୋଦିନୀ, ତାହାର ଚିତ୍କାର ରେ ଭୟଭୀତ ହୋଇ ପ୍ରକାଶ ତାର ତଣ୍ଟି ଚିପି ପାଣିରେ ବୁଡ଼ାଇ ମାରିଥିଲା ବୋଲି ପ୍ରକାଶ ପୋଲିସ ସାମ୍ନା ରେ ତା ଦୋଷ ସ୍ୱୀକାର କରିଛି ବୋଲି ପୋଲିସ କହିଛି । ଘଟଣା ଅନୁଯାଇ ଗତ ମେ ୧୦ ତାରିଖରେ ଗଞ୍ଜାମ ଜିଲ୍ଲାର କେ. ନୂଆଗାଁ ଥାନା ଅନ୍ତର୍ଗତ ଦେଖାଳି ଗ୍ରାମର ପ୍ରମୋଦିନୀ ନାୟକ (୨୨)ଙ୍କୁ ହତ୍ୟା କରାଯାଇ ଯୋଡ଼ା ନଦୀରେ ଫିଙ୍ଗା ଯାଇଥିବା ଅଭିଯୋଗ ହୋଇଥିଲା । ବହୁଦିନ ପରେ ଅଭିଯୁକ୍ତ ଗିରଫ ହେବାପରେ ପ୍ରମୋଦିନୀଙ୍କ ପରିବାରକୁ ସାମାନ୍ୟ ଅସ୍ଥି ମିଳିଥିଲେ ସୁଦ୍ଧା ବାହୁନି ବାହୁନି କାନ୍ଦି ନାଁ ଆଖିରୁ ଲୁହ ଶୁଖୁନାହିଁ । ଏପଟେ ଏହି ଘଟଣାକୁ ତଦନ୍ତ କରୁଥିବା ଏଏସ୍ ପି ,ଟାଉନ ଥାନା ଏସ୍.ଡି.ପି.ଓ, ସଦର ଏସ୍.ଡି.ପି.ଓ, ଚିକିଟି ଏସ୍.ଡି.ପି.ଓ ଏବଂ କେ.ନୂଆ ଗାଁ ଥାନା ଅଧିକାରୀ ,ଦିଗପହଣ୍ଡି ଥାନା ଅଧିକାରୀ ଏବଂ ସୁପରଭିଜନଙ୍କ ନିଷ୍ଠା ଏବଂ ପ୍ରଚେଷ୍ଟାରେ ଜଣେ ହତ୍ୟାକାରୀକୁ ଗିରଫ ହୋଇଥିବାରୁ ଆଜିର ସାମ୍ବାଦିକ ସମ୍ମିଳନୀରେ ଦକ୍ଷିଣାଞ୍ଚଳ ଡି.ଆଇ.ଜି ସତ୍ୟବ୍ରତ ଭୋଇ ଏବଂ ଏସ୍.ପି ପିନାକ ମିଶ୍ର ଧନ୍ୟବାଦ ଜଣାଇଛନ୍ତି ।