ଓଡ଼ିଶା

କଟକରୁ ବିପୁଳ ପରିମାଣର ସିନ୍ଥେଟିକ୍ ପନିର ଜବତ ।

କଟକ : କଟକରେ କିଛି ଦିନ ହେବ ନକଲି ମସଲା, ଘିଅ ଓ ସୋୟା ଭଳି ଅନେକ ଖାଦ୍ୟ ଦ୍ରବ୍ୟ ଉପରେ ଚଢ଼ାଉ ଚାଲିଥିବା ବେଳେ ଆଜି କଟକ ଚାଉଳିଆଗଞ୍ଜ ଥାନା ପୋଲିସ କଟକ ଓଏମପି ଠାରେ ଜବତ କରିଛି ଏକ କୁଇଣ୍ଟାଲ ରୁ ଉର୍ଦ୍ଧ ନକଲି ସିନ୍ଥେଟିକ୍ ପନିର। ଦିନକୁ ଦିନ ଭେଜାଲ କେନ୍ଦ୍ର ପାଲଟିଗଲାଣି ରୌପ୍ୟ ନଗରୀ। କେବେ କଟକରୁ ନକଲି ଘିଅ ଜବତ ହେଉଛି ତ’ କେବେ ମସଲା । ନକଲି ସାମଗ୍ରୀ ତିଆରି କରୁଥିବା ଅପରାଧୀ ପୋଡା ମୋବିଲ ଓ ପାମ ଅଏଲ ନେଇ ଘିଅ ତିଆରି କରୁଛନ୍ତି ତ’ ପୁଣି କାଠଗୁଣ୍ଡ ଆଉ ପୋକରା ଚାଉଳଗୁଣ୍ଡ ରେ ମସଲା ତିଆରି ହେଉଛି । ବିଭିନ୍ନ ନକଲି ଜିନିଷ ଧରାପଡିବା ପରେ ଆଜି କଟକ ପୋଲିସ ର ୨୧ ତମ ରେଡ଼ ରେ କଟକ ଏ ଏମ ପି ଛକ ରୁ ଜବତ ହୋଇଛି ସିନ୍ଥେଟିକ୍ ପନିର । ଏହି ବିଶାକ୍ତ ପନିର କୋଲକତାରୁ କଟକ ଆସୁଥିଲା ବସ ଯୋଗେ। ତାହା ପୁଣି କୁଇଣ୍ଟାଲ କୁଇଣ୍ଟାଲ ପରିମାଣରେ। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୋଲିସ ଚଢ଼ାଉ କରିଥିଲା। ସାଙ୍ଗରେ ଥିଲେ କଟକ ମହାନଗର ନିଗମର ଫୁଡ଼ ସେଫଟି ଅଧିକାରୀ ମାନେ।ଏହି ଘଟଣାରେ ଜଣଙ୍କୁ ଅଟକ ରଖାଯାଇଛି ବୋଲି କହିଛନ୍ତି ଜୋନ୍ ୧ ଏ ସି ପି ଅମରେନ୍ଦ୍ର ପଣ୍ଡା।