ଓଡ଼ିଶା

ନୂତନ ଶିକ୍ଷାନୀତିରେ ଷ୍ଟାର୍ସ ପ୍ରକଳ୍ପ ଆୟୋଜନର ନିଷ୍ପତ୍ତି, ଓଡିଶା ସମେତ 5ଟି ରାଜ୍ୟରେ ହେବ କାର୍ଯ୍ୟକାରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତିକୁ ନେଇ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ଏବଂ ନରେନ୍ଦ୍ର ସିଂ ତୋମାର ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଯେଉଁଥିରେ କହିଛନ୍ତି ଯେ ବିଭିନ୍ନ ରାଜ୍ୟରେ ଶିକ୍ଷାଦାନ ଓ ତାହାର ଫଳାଫଳକୁ ନେଇ ଷ୍ଟାର୍ସ ପ୍ରକଳ୍ପ କରାଯିବ ।

ଛଅଟି ରାଜ୍ୟ ଯେପରିକି ହିମାଚଳ ପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, କେରଳ ଏବଂ ଓଡିଶାରେ ଏହାକୁ ଲାଗୁ କରାଯିବ  । ଜାଭଡେକର କହିଛନ୍ତି ଯେ ଏହି 5,718 କୋଟି ଟଙ୍କାର ପ୍ରକଳ୍ପ ବିଶ୍ୱ ବ୍ୟାଙ୍କ ଦ୍ୱାରା ସମର୍ଥିତ। ବିଶ୍ବ ବ୍ୟାଙ୍କ 500 ମିଲିୟନ୍ ଡଲାରର ସହାୟତା ପ୍ରଦାନ କରିବ ।

କ୍ୟାବିନେଟ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ଯେ ନୂତନ ଜାତୀୟ ଶିକ୍ଷା ନୀତି ବର୍ତ୍ତମାନ କାର୍ଯ୍ୟକାରୀ ହେବ। ଏଥିପାଇଁ ଷ୍ଟାର୍ସ ପ୍ରୋଗ୍ରାମ୍ ସ୍ଥିର କରାଯାଇଛି ଯାହାଦ୍ବାରା କେବଳ ଅଧ୍ୟୟନ କରିବା ନୁହେଁ, ବରଂ ବୁଝିବା ଦ୍ୱାରା ଶିକ୍ଷା ଗ୍ରହଣ କରାଯିବ  ।

ଜାତୀୟ ଗ୍ରାମୀଣ ଜୀବିକା ଅଭିଯାନ ଅର୍ଥାତ ଦିନଦୟାଲ ଅନ୍ତୌଦୟ ଯୋଜନା ଅଧୀନରେ ଜାମ୍ମୁ କାଶ୍ମୀର ଏବଂ ଲଦାଖର ୟୁନିଅନ୍ ଟେରିଟୋରୀ ପାଇଁ 529 କୋଟି ଟଙ୍କାର ଏକ ସ୍ୱତନ୍ତ୍ର ପ୍ୟାକେଜ୍ ମନ୍ତ୍ରିମଣ୍ଡଳ ଅନୁମୋଦନ କରିଛି। ଏହା ପାଞ୍ଚ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ ଏବଂ ସେଥିରେ 10,58,000 ପରିବାର ପାଇଁ ଉପକୃତ ହେବ ।

ନ୍ୟାସନାଲ ମିନେରାଲ ଡେଭଲପମେଣ୍ଟ କର୍ପୋରେସନ ଲିମିଟେଡରୁ ନାଗରନାର ଷ୍ଟିଲ ପ୍ଲାଣ୍ଟର ଡିଭେଷ୍ଟମେଣ୍ଟ ଏବଂ ସମଗ୍ର ସରକାରୀ ଅଂଶଧନକୁ ଏକ ରଣନୀତିକ କ୍ରେତାଙ୍କୁ ବିକ୍ରୟ କରି ମଞ୍ଜୁର କରିଛି।

ଇଣ୍ଡିଆନ୍ ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ ରିଜର୍ଭ ଲିମିଟେଡର ବିଦ୍ୟମାନ ରଣନୀତିକ ପେଟ୍ରୋଲିୟମ ଭଣ୍ଡାରର ବ୍ୟବସାୟିକ ଦକ୍ଷତା ବୃଦ୍ଧି ପାଇଁ ‘ଏଡିଏନଓସି ମଡେଲ’ର ସଂଶୋଧନକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି।