ଦେଶ ବିଦେଶ

କୋଭିଡ-୧୯ର ସୁରକ୍ଷିତ ଟିକା ୨୦୨୦ ଶେଷ ହେବା ପୂର୍ବରୁ ମିଳିଯିବ: ଡୋନାଲ୍ଡ ଟ୍ରମ୍ପ

ୱାଶିଂଟନ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର କହିଛନ୍ତି, ଚଳିତ ବର୍ଷ ଶେଷ ହେବା ପୂର୍ବରୁ ଆମେରିକା ପାଖରେ କୋଭିଡ-୧୯ର ସୁକ୍ଷିତ ଓ ପ୍ରଭାବଶାଳୀ ଟିକା ଉପଲବ୍ଧ ହେବ । ସେ ଦେଶର କର୍ପୋରେଟ ସଂସ୍ଥାକୁ ପ୍ରତିଶ୍ରୁତି ଦେଇଛନ୍ତି ଯେ, ସେ ଦ୍ୱିତୀୟ ଥନ ନିର୍ବାଚିତ ହେଲେ, ଅଶା, ଅବସର ଓ ବିକାଶ ଆଗକୁ ବଢ଼ାଇବେ ।

ସୂଚନାଯୋଗ୍ୟ, ଅକ୍ଟୋବରରେ କରୋନା ଭାଇରସ ସଂକ୍ରମିତ ହେବା ପରେ ଟ୍ରମ୍ପଙ୍କୁ ସେନା ହସ୍ପିଟାଲରେ ଭତ୍ତି ର୍ କରାଯାଇଥିଲା । ଟ୍ରମ୍ପ ୪ ଦିନ ପର୍ଯ୍ୟନ୍ତ ହସ୍ପିଟାଲରେ ରହିବା ପରେ ସୁସ୍ଥ ହୋଇଥିଲେ । ହ୍ୱାଇଟ ହାଉସର ଡାକ୍ତରମାନେ ଟ୍ରମ୍ପଙ୍କୁ ନିର୍ବାଚନ ରାଲିରେ ସାମିଲ ହେବାକୁ ଅନୁମତି ଦେଇଛନ୍ତି । ଟ୍ରମ୍ପ ହ୍ୱାଇଟ ହାଉସରୁ ନ୍ୟୁୟର୍କ, ଶିକାଗୋ, ଫ୍ଲୋରିଡା, ପିଟସବର୍ଗ, ଶୋବୋୟଗନ, ୱାଶିଂଟନ ଡିସିର ଇକୋନୋମିକ କ୍ଲକୁ ସମ୍ବୋଧିତ କରି କହିଛନ୍ତି, ଆମେରିକା ପାଖରେ ସହଜ ବିକଳ୍ପ ରହିଛି ।

ଟ୍ରମ୍ପ କହିଛନ୍ତି, ଚୀନ ସମଗ୍ର ବିଶ୍ୱକୁ କରୋନା ଭାଇରସ ସଂକ୍ରମଣ କରାଇଛି । କେବଳ ଟ୍ରମ୍ପ ପ୍ରଶାସନ ହିଁ ତାକୁ ଜବାବ ଦେଇପାରିବ । ଯଦି ମୁଁ ନିର୍ବାଚିତ ନ ହେଉଛି, ତା’ହେଲେ ୨୦ରୁ କମ ଦିନ ମଧ୍ୟରେ ଚୀନର ଆମେରିକା ଉପରେ ଆଧିପତ୍ୟ ବଢ଼ିବ ।