ବ୍ରହ୍ମପୁର

ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ ପକ୍ଷରୁ ନଭେମ୍ବର ୬ ତାରିଖରେ କଳାକାର ଶୋଭାଯାତ୍ରା

ବ୍ରହ୍ମପୁର : କରେନ ମହାମାରୀ ଦ୍ଵାର ପ୍ରଭୂତ କ୍ଷତି ସହିଥିବା ଏବଂ ସମ୍ପ୍ରତି କେତେକ କଳାକାର ପରିବାର ବଞ୍ଚିବାର ରାହା ଅତ୍ୟନ୍ତ ସଙ୍କଟାପନ୍ନସ୍ଥିତିରେ ପହଞ୍ଚୁଛି । ଏହାକୁ ଦୃଷ୍ଟିରେ ରଖି ଆଜି ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ସହ ସମ୍ପାଦକ ବଳଦେବ ସାହୁଙ୍କ ସହଯୋଗରେ ଅନୁଷ୍ଠିତ ବୈଠକରେ ନଭେମ୍ବର ୬ ତାରିଖରେ ଏକ ଶାନ୍ତିପୂର୍ଣ୍ଣ କଳାକାର ଶୋଭାଯାତ୍ରା କରାଯିବା ସହ ବିଭିନ୍ନ ଦାବି ନେଇ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କୁ ସାକ୍ଷାତ କରିବ।କୁ ସ୍ଥିର କରାଯାଇଥିଲା । ଏହା ସହ ସଂଘ ସଭାପତି ସୁବାଷ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତ।ରେ ଆୟୋଜିତ ବୈଠକରେ ବରିଷ୍ଠ ଭାରତଲୀଳା ଗୁରୁ ସନ୍ତୋଷ ପାଢ଼ୀଏବଂ ସଙ୍ଗୀତ ନିର୍ଦ୍ଦେଶକ ଶ୍ଵେତ କୁମାର ରଥଙ୍କୁ ସଂଘ କାର୍ଯ୍ୟକାରୀ କମିଟିରେ ସାମିଲ କରଗଲ। । ବୈଠକରେ ସଂଘର ଭବିଷ୍ୟ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ସମେତ ଦକ୍ଷିଣ ଓଡ଼ିଶା ସ୍ତରୀୟ କଳ।କ।ର ଶୋଭାଯାତ୍ରାର ରୂପରେଖ ସମ୍ପର୍କରେ ଆଲୋଚନା ହୋଇଥିଲା । ଏହି ବୈଠକରେ ପ୍ରଫୁଲ୍ଲ ବେହେରା,ଦେବେନ୍ଦ୍ର ପ୍ରସାଦ ଶର୍ମା, ଗୀତା ସ୍ଵାଇଁ, ନୀଳମାଧବ ଜେନା, ଭଗବାନ ସାମଲ, ସତ୍ୟ ନାରାୟଣ ମହାରଣା, ପୂର୍ଣ୍ଣଚନ୍ଦ୍ର ସ୍ବାଇଁ, ସୂର୍ଯ୍ୟନାରାୟଣ ପାତ୍ର, ସନିଆ ବେହେରା, କିଶୋର କପୁର, ବଳଦେବ ସାହୁ, ପ୍ରଫୁଲ୍ଲ ନାୟକ ପ୍ରମୁଖ କର୍ମକର୍ତ୍ତା ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସମ୍ପାଦକ ସୁବାସ ଚନ୍ଦ୍ର ସାହୁ ସ୍ୱାଗତ ଭାଷଣ ଛଳରେ ସାମ୍ପ୍ରତିକ କାଳରେ କଳାକାର ସମାଜର ଦୟନୀୟ ଚିତ୍ରର ଅବତାରଣା କରିଥିବା ବେଳେ କୋଷାଧ୍ୟକ୍ଷ ଦୁର୍ଗା ପ୍ରସାଦ। ଆଚାର୍ଯ୍ୟ ପ୍ରସଙ୍ଗ ଭିକ ଆଲୋଚନାର ସୂତ୍ରପାତ କରିଥିଲେ । ଶେଷରେ ସଙ୍ଗୀତଜ୍ଞ ଲକ୍ଷ୍ମୀ ନାରାୟଣ ସାମଲ ଧନ୍ୟବାଦ୍ ଅର୍ପଣ କରିଥିଲେ ।