ଓଡ଼ିଶା

ଓଡିଶାକୁ ଅଣଦେଖା ରାଜ୍ୟରେ ୫ ଟି ଉଡାଣ ଏୟାରପୋର୍ଟ ପାଇଁ ଦାବି

ଗଞ୍ଜାମ : କେନ୍ଦ୍ର ସରକାର ଆଞ୍ଚଳିକ ଯୋଗାଯୋଗ କୁ ବ୍ୟାପକ ଓ ବିକଶିତ କରିବା ସହ ସମସ୍ତଙ୍କ ପାଇଁ ଆକାଶପଥ କୁ ସୁଗମ ଓ ଏହା ମାଧ୍ୟମ ରେ ଅର୍ଥନୈତିକ ବିକାଶ କୁ ସୁନିଶ୍ଚିତ କରିବାକୁ ଉଡାଣ ଯୋଜନା ରେ ଦେଶରେ ୧୦୦ ଟି ଏୟାରଷ୍ଟ୍ରିପ କୁ ବିକଶିତ କରିବାକୁ ଯୋଜନା କରିଛନ୍ତି l ଓଡିଶା ରେ ମଧ୍ୟ ତିନୋଟି ଏୟାର ଷ୍ଟ୍ରିପ ଏହି ଯୋଜନା ରେ ଅଛି ହେଲେ ଆଉ ପାଞ୍ଚୋଟି ଏୟାରଷ୍ଟ୍ରିପ ରଙ୍ଗେଈଲୁଣ୍ଡା,କୋଣାର୍କ, କଳିଙ୍ଗନଗର, ପାରାଦ୍ୱୀପ ଓ ରାସଗୋବିନ୍ଦପୁରରେ ଏହି ଯୋଜନାରେ ସାମିଲ କରି ବିମାନ ଚଳାଚଳ କୁ ସୁଗମ କଲେ ଓଡିଶାର ଅର୍ଥନୈତିକ ବିକାଶ ସହ ପର୍ଯ୍ୟଟନ ବିକାଶରେ ଏକ ମାଇଲଖୁଣ୍ଟ ହେବ ବୋଲି ଏକ ସାମ୍ବାଦିକ ସମ୍ମିଳନୀ କରି ଓଡିଶା ନାଗରିକ ସମାଜ, ଆମ ଜନତା ଅଧିକାର ଓ ମୁମ୍ବାଇ ଓଡ଼ିଆ ଯୁବ ସଂଗଠନ ଦାବି କରିଛି l କୋଣାର୍କ, କଳିଙ୍ଗନଗର, ପାରାଦ୍ୱୀପ, ରଙ୍ଗେଈଲୁଣ୍ଡା ଓ ରାସଗୋବିନ୍ଦପୁରରେ ଏୟାରଷ୍ଟ୍ରିପ ନିର୍ମାଣ ହେଲେ ଏହା ଓଡିଶା ତଥା ଦେଶର ବିକାଶ ରେ ଆଉ ଏକ ନୂଆ ଫର୍ଦ ଯୋଡି ହେବ l ସପ୍ତାଶ୍ଚର୍ଯ୍ୟ  କୋଣାର୍କ ଓ ପୁରୀ ବିଶ୍ୱ ପର୍ଯ୍ୟଟନ କ୍ଷେତ୍ରରେ ଏକ ନୂଆ ପରିଚୟ ପାଇବ l କଳିଙ୍ଗନଗର ଶିଳ୍ପ,ଖଣି ର ବିକାଶ  ସହ ଯାଜପୁର ଜିଲ୍ଲାର ବୌଦ୍ଧକୀର୍ତ୍ତି ର ପ୍ରଚାର ଓ ପ୍ରସାର ରେ ସହାୟକ ହେବ l ରଙ୍ଗେଈଲୁଣ୍ଡା ଯୋଗୁଁ ଗୋପାଳପୁର ବନ୍ଦର, ବେଳାଭୂମି, ବାଣିଜ୍ୟ ଓ ପର୍ଯ୍ୟଟନ ବିକାଶ ସହିତ  ପଡୋଶୀ ରାଜ୍ୟ ମଧ୍ୟ ଲାଭ ପାଇବ l ଗଞ୍ଜାମ ତଥା ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଯାଇ କାମ କରୁଥିବା ଲକ୍ଷ ଲକ୍ଷ ପ୍ରବାସୀ ଓଡ଼ିଆ ଏଥିରେ ଉପକୃତ ହେବେ । ପାରାଦ୍ୱୀପ ବନ୍ଦର ସହ ଅନେକ ବଡ଼ ବଡ଼ ଶିଳ୍ପ କଳକାରଖାନା ରେ ଏହା ବେଶ ସହାୟକ ହେବ ସେହିପରି ରାସଗୋବିନ୍ଦପୁର ଏୟାର ଷ୍ଟ୍ରିପ ଶିମିଳିପାଳ ଅଭୟାରଣ୍ୟ, ଖଣିଖଦାନ ବିକାଶ ପଡୋଶୀ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ସହ ଓଡିଶାର ଆଦିବାସୀ ଅଂଚଳର  ବିକାଶ ହୋଇ ପାରିବ ବୋଲି ଆମ ଜନତା ଅଧିକାର ର ରାଜ୍ୟ ଆବାହକ ମନୋଜ ଜେନା , ଓଡିଶା ନାଗରିକ ସମାଜ ର ଅଧ୍ୟକ୍ଷ ଲଳିତ ମୋହନ ପଟ୍ଟନାୟକ, ମୁମ୍ବାଇ ଓଡ଼ିଆ ଯୁବ ସଂଗଠନ ର ଅଧ୍ୟକ୍ଷ ନିଳାଞ୍ଚଳ ପାତ୍ର, ସଭ୍ୟ ଶୁଭାଶିଷ ଦାସ, ଆମ ଜନତା ଅଧିକାର ର ସହ ଆବାହକ ବାସୁଦେବ ଭଟ୍ଟ, ସାଧାରଣ ସମ୍ପାଦକ ଲଲାଟେନ୍ଦୁ ଶତପଥୀ ପ୍ରମୁଖ ଦାବି କରି ଏକ ଦାବିପତ୍ର ଓଡ଼ିଶାର ରାଜ୍ୟପାଳଙ୍କ ମାଧ୍ୟମରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି । ଓଡ଼ିଶାର ମୁଖ୍ୟମନ୍ତ୍ରୀକୁ ମଧ୍ୟ ଅନୁରୂପ ଦାବି କରିବାକୁ ସଂଗଠନ ଅନୁରୋଧ କରିଛନ୍ତି ।