ଓଡ଼ିଶା

ଟ୍ରେନ୍ ଯାତ୍ରା ସମୟରେ ଯାତ୍ରୀମାନଙ୍କୁ କୋଭିଡ୍ ନିଦ୍ଦେଶାଵଳୀ ଅନୁସରଣ କରିବା ସହ ସୁରକ୍ଷା ବ୍ୟବସ୍ଥା ପରାମର୍ଶ |

ଖୋର୍ଦ୍ଧା : ସ°ପ୍ରତି ପାର୍ବଣ ଋତୁରେ ପୂର୍ବ ତଟ ରେଳବାଇର ଖୋର୍ଦ୍ଧା ରୋଡ୍ ମଣ୍ଡଳରେ ଜନସାଧାରଣଙ୍କ ସୁବିଧା ପାଇଁ 55 ଯୋଡା ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରୁଛି | ଟ୍ରେନ୍ ସଂଖ୍ୟାରେ ଧୀରେ ଧୀରେ ବୃଦ୍ଧି ହେତୁ ଯାତ୍ରୀମାନଙ୍କର ନିରାପଦ ଏବଂ ସୁରକ୍ଷିତ ଯାତ୍ରା ନିମନ୍ତେ ମଣ୍ଡଳର ସମସ୍ତ ରେଳ ଷ୍ଟେସନରେ ସୁରକ୍ଷା ପଦକ୍ଷେପକୁ ବୃଦ୍ଧି କରାଯାଇଛି।

ଏହି ପାର୍ବଣ ଋତୁରେ ଯାତ୍ରୀମାନଙ୍କୁ ଟ୍ରେନ୍ ଯାତ୍ରା ସମୟରେ କରୋନା ଭାଇରସ୍ ସଂକ୍ରମଣରୁ ଦୂରେଇ ରଖିବା ପାଇଁ, ମଣ୍ଡଳ ଅନେକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି, ଯେପରିକି କେବଳ ନିଶ୍ଚିତ ଟିକେଟ୍ ଧାରୀଙ୍କୁ ଷ୍ଟେସନରେ ଟ୍ରେନରେ ଯାତ୍ରା କରିବା ପାଇଁ ଷ୍ଟେସନ ଭିତରକୁ ପ୍ରବେଶ କରିବା ପାଇଁ ଅନୁମତି ଦିଆଯାଉଛି, ପ୍ରବେଶ ଏବଂ ପ୍ରସ୍ଥାନ ପଥରେ ଯାତ୍ରୀମାନଙ୍କ ମଧ୍ୟରେ ସାମାଜିକ ଦୂରତା ସୁନିଶ୍ଚିତ କରାଯାଉଛି, ଥର୍ମାଲ୍ ସ୍କ୍ରିନିଂ ଓ ମାସ୍କର ବ୍ୟବହାର ଉପରେ କଡା ନଜର ରଖାଯାଉଛି ଏବ° ସମସ୍ତ ଯାତ୍ରୀମାନଙ୍କୁ ଷ୍ଟେସନକୁ ଆଗୁଆ ରିପୋର୍ଟ କରିବାକୁ ପରାମର୍ଶ ଦିଆଯାଉଛି,ଇତ୍ୟାଦି |

ମଣ୍ଡଳର ବିଭିନ୍ନ ରେଳ ଷ୍ଟେସନରୁ ଯାତ୍ରା କରୁଥିବା ସମସ୍ତ ଯାତ୍ରୀଙ୍କୁ ଏହା ପରାମର୍ଶ ଦିଆଯାଇଛି ଯେ, ଭିଡ଼ ପରିଚାଳନା ଏବଂ COVID-19 ପ୍ରୋଟୋକଲର ପର୍ଯ୍ୟବେକ୍ଷଣ ପାଇଁ କେବଳ ନିଶ୍ଚିତ ହୋଇଥିବା ଟିକେଟ ଧାରୀ ମାନଙ୍କୁ ଷ୍ଟେସନ ଭିତରକୁ ପ୍ରବେଶ କରିବାକୁ ଅନୁମତି ଦିଆଯାଇ ପ୍ଲାଟଫର୍ମ ଦିଗକୁ ପ୍ରବେଶ କରିବାକୁ ଅନୁମତି ଦିଆଯିବ |

ଆହୁରି ମଧ୍ୟ ସମସ୍ତ ଯାତ୍ରୀଙ୍କୁ COVID-19 ପ୍ରତିରୋଧ ପ୍ରୋଟୋକଲ୍ ପାଳନ କରିବାକୁ ଅନୁରୋଧ କରାଯାଇଛି ଅନ୍ୟଥା ଏହାକୁ ଗମ୍ଭୀର ଭାବରେ ଦୃଷ୍ଟିକୁ ନେଇ ରେଲୱେ ଆକ୍ଟ,1989 ର ପ୍ରଯୁଜ୍ୟ ସେକ୍ସନ ଅଧୀନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଖୋର୍ଦ୍ଧା ରୋଡ଼ ମଣ୍ଡଳର ପରିଚାଳକ ଶ୍ରୀ ଶଶି କାନ୍ତ ସିଂହ ସମୟ ସମୟରେ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରୁଛନ୍ତି ଏବଂ ଯାତ୍ରୀମାନଙ୍କର କୋୖଣସି ପ୍ରକାର ଅସୁବିଧା ନହେବା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଏକ ସୁରକ୍ଷିତ ଏବଂ ନିରାପଦ ଯାତ୍ରା ପାଇଁ ରେଳ ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ପ୍ରଦାନ କରାଯାଇଥିବା COVID-19ର ନିର୍ଦ୍ଦେଶାବଳୀ ଅନୁସରଣ କରିବାକୁ ଶ୍ରୀ ସିଂହ ସମସ୍ତ ଯାତ୍ରୀଙ୍କୁ ଅନୁରୋଧ କରିଛନ୍ତି ।