ଦେଶ ବିଦେଶ

ଅଯୋଧ୍ୟା ବିବାଦ: ମସଜିଦ୍ ପୂର୍ବରୁ ଥିବା ନିର୍ମାଣର ପ୍ରମାଣ ଲୋଡିଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ : ଅଯୋଧ୍ୟା ବିବାଦର ପ୍ରତିଦିନ ଶୁଣାଣି ମଙ୍ଗଳବାରଠାରୁ ଆରମ୍ଭ ହୋଇଛି ଏହି ମାମଳାରେ ମସଜିଦ୍ପୂର୍ବରୁଥିବା ନିର୍ମାଣର ପ୍ରମାଣ ସୁପ୍ରିମ୍କୋର୍ଟ ଲୋଡିଛନ୍ତି ନିର୍ମୋହି ଆଖଡ଼ାର ଆଇଜୀବି କହିଥିଲେ ଯେ, ମୁସଲମାନ୍ଆଇନ ଅନୁସାରେ କୌଣସି ବ୍ୟକ୍ତି ଆଇନ ସଙ୍ଗତ ଅନୁମତି ବିନା ଅନ୍ୟ କାହାର ଜମିରେ ମସଜିଦ୍ନିର୍ମାଣ କରିପାରିବେ ନାହିଁ ଏଭଳି ମସଜିଦ୍ରେ ନମାଜ ପାଠ କବୁଲ୍ଅର୍ଥାତ୍ବୈଧ ନୁହେଁ ଏନେଇ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ କହିଛନ୍ତି ଯେ,ଟ୍ରାଏଲ କୋର୍ଟ ପକ୍ଷରୁ ବିବାଦୀୟ ସ୍ଥଳରେ ପୂର୍ବରୁ କୌଣସି ନିର୍ମାଣ ଥିବାର ପ୍ରମାଣ ଥିବା ଦର୍ଶାଯାଇଛି ଏହାର ଉତ୍ତରରେ ନିର୍ମୋହି ଆଖଡ଼ା ଆଇନଜୀବି ପୂର୍ବରୁ ଏଠାରେ ନିର୍ମାଣ ଥିବା ଦାବି କରିଥିଲେ ତେବେ ପ୍ରଧାନ ବିଚାରପତି କହିଥିଲେ ଯେ, ଏହାର ପ୍ରମାଣ ପାଇଁ ହିଁ ସର୍ବୋଚ୍ଚ ନ୍ୟାୟାଳୟରେ ବିଚାର ଜାରି ରହିଛି ତେଣୁ ଯଦି ପୂର୍ବରୁ କୌଣସି ନିର୍ମାଣ ଥିଲା ଏହାର ପ୍ରମାଣ ଦର୍ଶାଇବାର ଆବଶ୍ୟକତା ରହିଛି