ମୁମ୍ବାଇ: ପୁଣି ଥରେ ମହାରାଷ୍ଟ୍ରରେ ରାଜନୈତିକ ହଲଚଲ ଆରମ୍ଭ ହୋଇଛି। ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ବୁଧବାର ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ଏନ୍ସିପି(ଏସ୍ପି) ସୁପ୍ରିମୋ ଶରଦ ପାୱାରଙ୍କୁ ଭେଟିଛନ୍ତି। ଏହି ଭେଟଘାଟକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ଚର୍ଚ୍ଚା। ଶରଦ ପାୱାର ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍ଡିଏ)ରେ ସାମିଲ ହୋଇପାରନ୍ତି ବୋଲି ଆଲୋଚନା ହେଉଛି।
ସୂଚନାରୁ ପ୍ରକାଶ; ଶରଦ ପାୱାର ଏନ୍ଡିଏରେ ସାମିଲ ହେବା ନେଇ ଅନେକ ଦିନ ଧରି ଆଲୋଚନା ଚାଲିଛି। ତେବେ ଆଜିର ଭେଟଘାଟ ପରେ ଲାଗୁଛି ସତେଯେମିତି ପାୱାର ଏନ୍ଡିଏରେ ସାମିଲ ହେବାକୁ ମନ ସ୍ଥିର କରିସାରିଛନ୍ତି। ଯଦି ଏପରି ହୁଏ, ତେବେ ମହାରାଷ୍ଟ୍ର ରାଜନୀତିରେ ଏହା ଏକ ବଡ଼ ଘଟଣା ହେବ। ଏହାର ପ୍ରଭାବ ଆଞ୍ଚଳିକ ଓ ଜାତୀୟ ଉଭୟ ସ୍ତରେ ଦେଖିବାକୁ ମିଳିବ।





